ଭୋଟର ତାଲିକାରେ ପଞ୍ଜିକରଣ ନିମନ୍ତେ ବୈଠକ ଅନୁଷ୍ଠିତ

0
125
ଭୋଟର ତାଲିକାରେ ପଞ୍ଜିକରଣ

ରିପୋର୍ଟ : ନରତ୍ତମ ପାଢ଼ୀ
ରାମନାଗୁଡା, (୦୪/୧୨) : ରାୟଗଡ଼ା ଜିଲ୍ଲା ରାମନାଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ରବିବାର ଦିନ ଅପରାହ୍ନ ପାଞ୍ଚ ଟା ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ ଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳର ବ୍ଲକ ସଭାପତି, ବିଏଲଓ, ସିଆରସିସି, ସୁପରଭାଇଜର ମାନଙ୍କୁ ନେଇ ଭୋଟର ତାଲିକାରେ ପଞ୍ଜିକରଣ ନିମନ୍ତେ ସଚେତନତା ସୃଷ୍ଟି କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଭୋଟର ତାଲିକାରେ ପଞ୍ଜିକରଣ ନିମନ୍ତେ ବୈଠକ ଅନୁଷ୍ଠିତ । ଏଥିରେ କଂଗ୍ରେସ ବ୍ଲକ ସଭାପତି ବାଞ୍ଛାନିଧି ବେହେରା, ବିଜେଡି ଯୁବ ସଭାପତି ସଞ୍ଜୟ କୁମାର ପ୍ରଧାନ, ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ଙ୍କ ସମେତ ଛଅ ଜଣ ସୁପରଭାଇଜର ମାନେ ଯୋଗ ଦେଇଥିଲେ, ଭୋଟର ମାନଙ୍କ ନାମ ପଞ୍ଜିକରଣ କରିବା ପାଇଁ ବୁଥ୍ ସ୍ତରକୁ ପ୍ରତିନିଧି ପଠାଇ ସହଯୋଗ କରିବା ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଝୋଡିଆ ସମସ୍ତ ରାଜନୈତିକ ଦଳର ବ୍ଲକ ସଭାପତି ମାନଙ୍କୁ ଅନୁରୋଧ କରିଥିଲେ, ରାମନାଗୁଡା ବ୍ଲକ ଅନ୍ତର୍ଗତ ୬୧ ଟି ବୁଥ୍ ର ସ୍ଥିତି ଓ ସୁବିଧା ସମ୍ପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଲୋଚନା କରିଥିବା ବେଳେ ଭୋଟଗ୍ରହଣ ଅନୁକୂଳ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଭୋଟର ପଞ୍ଜିକରଣ ବାଦ ଦେବା, ସ୍ଥାନାନ୍ତରିତ ସମ୍ବନ୍ଧରେ ବ୍ୟବହୃତ ସମ୍ପର୍କରେ ବ୍ଲକ ମଙ୍ଗଳ ଅଧିକାରୀ ଜୟଶ୍ରୀ ବିଶୋଇ ଅବଗତ କରାଇଥିଲେ, ବଜାର ତଥା ଜନ ଗହଳି ସ୍ଥାନ ମାନଙ୍କ ରେ କିପରି ଭୋଟର ହେଲ୍ପ ଲାଇନ ଆପ ମାଧ୍ୟମରେ ନୂତନ ଭୋଟର ପଞ୍ଜିକରଣ କରିପାରିବେ, ସେଥିପାଇଁ ଶିବିର ଆୟୋଜନ କରାଯିବା ସମ୍ପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଝୋଡିଆ ଆଲୋଚନା କରିଥିଲେ । ଏ ଦିଗରେ କୌଣସି ପ୍ରତିବନ୍ଧକ ହେଲେ ସଂଗେ ସଂଗେ ଜଣାଇବାକୁ କହିଛନ୍ତି । ଏହି ବୈଠକ ପରିଶେଷରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।