ଅଙ୍ଗନୱାଡ଼ି କର୍ମୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ : ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିବ କେବେ ?

0
139
ଅଙ୍ଗନୱାଡ଼ି କର୍ମୀଙ୍କ

ରିପୋର୍ଟ : ନରତ୍ତମ ପାଢ଼ୀ
ରାମନାଗୁଡା, (୦୪/୧୨) : ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ୍‍ ୱାର୍କରସ ଆସୋସିଏସନ୍ ପକ୍ଷରୁ ଅଙ୍ଗନୱାଡ଼ି କର୍ମୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ।WhatsApp Image 2022 12 05 at 07.22.06 ଅଙ୍ଗନୱାଡ଼ି କର୍ମୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ : ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିବ କେବେ ?

ଅଙ୍ଗନୱାଡ଼ି କର୍ମୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ । ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନିକଟରେ ଦୀର୍ଘ ଦିନର ଦାବୀ ଗୁଡିକ ପ୍ରଦାନ କରିଥିଲେ ସୁଦ୍ଧା ସରକାର ଦାବୀ ଗୁଡିକ ପୂରଣ କରିବା ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ତଥା ନିଜ କଥା ନିଜେ ନ ରଖିଥିବା କାରଣରୁ ୨୧ ତାରିଖରେ ୮ ଦଫା ଦାବୀକୁ ନେଇ ରାଜଧାନୀ ର ଲୋୟର ପିଏମଜି ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସମଗ୍ର ରାଜ୍ୟରୁ ସମସ୍ତଅଙ୍ଗନୱାଡ଼ି କର୍ମୀ, ମିନୀ ଅଙ୍ଗନୱାଡ଼ିକର୍ମୀ ଏବଂ ସହାୟିକା ମାନେ ଯୋଗଦାନ କରିଥିଲେ ।

ମାତ୍ର ୬ ଟି ସେବାକୁ ନେଇ ପ୍ରାରମ୍ଭ ହୋଇଥିବା ଆସିସିଡିଏସ୍‍ ପ୍ରକଳ୍ପ ବର୍ତ୍ତମାନ ଆଇସିଡିଏସ୍‍ ସର୍ଭିସ୍‍ ନାଁ ରେ ୬୦ ପ୍ରକାର କାମ କରାଉଛନ୍ତି । ପାରିଶ୍ରମିକ ବାବଦକୁ ରାଜ୍ୟ ସରକାରଙ୍କ ସର୍ବନିମ୍ନ ମଜୁରି ବି ମିଳୁନାହିଁ । ଏହି ପରି ବିଭିନ୍ନ ଦାବୀ ନେଇ ସରାକଙ୍କୁ ଭେଟିଲେ ରାଜ୍ୟ ସରକାର କହୁଛନ୍ତି କେନ୍ଦ୍ର ସରକାରଙ୍କ ଯୋଜନା କେନ୍ଦ୍ର ସରକାର କରୁ କେନ୍ଦ୍ର ସରକାର କହୁଛନ୍ତି ଆମେ ୬ଟି ସେବା ପାଇଁ ପଇସା ଦେଉଛି ବାକି କାମ ରାଜ୍ୟ ସରକାର ଦେଉଛନ୍ତି ସେ ବୁଝନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରାକର ଅଙ୍ଗନୱାଡି କର୍ମୀଙ୍କୁ ଶୋଷଣ କରିବା କାମ କରୁଛନ୍ତି ।

ମହିଳା ସଶକ୍ତି କରଣ ପାଇଁ ସରକାର ବିଭିନ୍ନ ଯୋଜନା କରୁଥିଲାବେଳେ ଲକ୍ଷ ଲକ୍ଷ ମହିଳା ପୂର୍ଣ୍ଣ ସମୟ କାମକରି ସର୍ବନିମ୍ନ ମଜୁରୀ ଟିଏ ବି ପାଉନାହାଁନ୍ତି ଅଙ୍ଗନବାଡି କର୍ମୀମାନେ । ମହିଳା, ଶିଶୁ ବିକାଶ ଯୋଜନାରେ କାମକରି ନିଜ ଶିଶୁ ର ବିନାଶ ହେବା ଓ ନିଜ ପରିବାର ପ୍ରତି ଅବହେଳା କରିବା ହିଁ ସାର ହେଉଛି । ବିଗତ କୋରନା ସମୟରେ କେହି ଘରୁ ବାହାରୁ ନଥିବା ସମୟରେ ଅଙ୍ଗନୱାଡି କର୍ମୀ ନିଜ ଜୀବନକୁ ବାଜି ଲଗାଇ କରୋନା କାମ କରିଥିଲେ, କୋରନା କାମ କରୁ କରୁ କେତେଜଣ କରୋନାରେ ମୃତ୍ୟୁ ବରଣ କରିଥିଲେ, ବଡ ଦୁଃଖ ଓ ପରିତାପର ବିଷୟ ଏ ପର୍ଯ୍ୟନ୍ତ ସମସ୍ତେ କରୋନା ଯୋଦ୍ଧା ବୀମା ଟଙ୍କା ପାଇ ପାରି ନାହାଁନ୍ତି । ନିଜର ମୌଳିକ ସୁବିଧା ପାଇଁ ସ୍ୱର ଉତ୍ତୋଳନ କଲେ ଚାକିରିରୁ ବାହାର କରିଦିଆଯିବ ବୋଲି ଧମକ ମିଳୁଛି ।

ବିଭିନ୍ନ ସମୟରେ ଏ ସବୁ ବିଷୟ ସରକାରଙ୍କୁ ଅବଗତ କରାଇଲେ ସରକାର ଏ ଦିଗ ପ୍ରତି ଦୃଷ୍ଟି ଦେଉ ନାହାଁନ୍ତି ତେଣୁ ବାଧ୍ୟ ହୋଇ କର୍ମଚାରୀମାନେ ନିଜ ନ୍ୟାର୍ଯ୍ୟ ଦାବୀ ପୂରଣ ପାଇଁ ରାଜ୍ୟ ସଂଘ ନିଷ୍ପତ୍ତି ଅନୁଯାୟୀ କଲମ ଛାଡ଼ ଆନ୍ଦୋଳନ ଜାରି ରହିଛି, ଯାହା ଆଜିକୁ ୧୪ ଦିନରେ ପହଞ୍ଚିଲା ।WhatsApp Image 2022 12 05 at 07.22.07 ଅଙ୍ଗନୱାଡ଼ି କର୍ମୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ : ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିବ କେବେ ?

ଏହି ଅବସରରେ ଭାରତୀୟ ମଜଦୁର ସଙ୍ଘ ଆହ୍ୱାନ କ୍ରମେ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାର୍ଜରସ ଆସୋସିଏସନ୍ ର ରାମନାଗୁଡା ବ୍ଲକ ସଭାନେତ୍ରୀ ଶ୍ରୀମତୀ ସଂଯୁକ୍ତା ରଥ, ସଂପାଦିକା ଶ୍ରୀମତୀ ଯମୁନା ଶବର ଙ୍କ ନେତୃତ୍ୱରେ ରାମନାଗୁଡା ବ୍ଲକ୍ ର ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ସମ୍ମୁଖରେ ୯୩ ଜଣ ଅଙ୍ଗନବାଡି କର୍ମୀ, ୬୦ ଜଣ ମିନି ଅଙ୍ଗନବାଡି କର୍ମୀ, ୯୩ ଜଣ ସହାୟିକା ଧାରଣାରେ ବସିଥିବା ବେଳେ ୧୫୩ ଟି କେନ୍ଦ୍ର ରେ ତାଲା ଝୁଲୁଥିବା ବେଳେ ଉକ୍ତ ଧାରଣାକୁ ମୁକ୍ତା ଶବର, ଇନ୍ଦ୍ରା ପଣ୍ଡା ,ଜୟନ୍ତୀ ଗମାଙ୍ଗ, ମିନତି କର, ବିଜୟିନୀ ନିମାଲା, ତୁଳସୀ ପାଲାକା ପ୍ରମୁଖ ପରିଚାଳନା କରୁଛନ୍ତି ।

ସରକାର ଯେତେ ଦିନ ପର୍ଯ୍ୟନ୍ତ ଦାବି ପୂରଣ କରିନାହାନ୍ତି ସେତେଦିନ ପର୍ଯ୍ୟନ୍ତ ବ୍ଳକ ରୁ ରାଜ୍ୟ ର ରାଜଧାନୀ ପର୍ଯ୍ୟନ୍ତ ସମସ୍ତ କେନ୍ଦ୍ର ବନ୍ଦ କରି ଧାରଣା ରେ ବସି ରହିଥିବୁ ବୋଲି ର ସଂଘ ନିଷ୍ପତ୍ତି ନେଇଥିବା ସଂଘ ପକ୍ଷରୁ ପ୍ରକାଶ କରିଛନ୍ତି, ୨୦୧୮ ମସିହା ଆନ୍ଦୋଳନ ସମୟରେ ବହିଷ୍କାର ହୋଇଥିବା ୬ଜଣ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବା ,ଅଙ୍ଗନୱାଡି କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ର ମାନ୍ୟତା ପ୍ରଦାନ କରାଯାଉ, ଯେତେଦିନ ପର୍ଯ୍ୟନ୍ତ ମାନ୍ୟ ଦିଆଯାଇନାହିଁ ସେତେଦିନ ପର୍ଯ୍ୟନ୍ତ କର୍ମୀ ମାନଙ୍କୁ ୧୮୦୦୦ ଓ ସହାୟିକ ମାନଙ୍କୁ ୯୦୦୦ଟଙ୍କ ପ୍ରଦାନ କରାଯିବା ସହିତ ଇ.ପି.ଏପ୍‍, ଇ.ଏସ୍‍.ଆଇ ଓ ଗ୍ରାଚୁଏଟ୍‍ ରେ ସାମିଲ କରାଯିବା ,ମିନି ଅଙ୍ଗନୱାଡି ଉଚ୍ଛେଦ କରି ମିନି ଅଙ୍ଗନୱାଡି କର୍ମୀଙ୍କୁ ମୁଖ୍ୟ ଅଙ୍ଗନୱାଡି କର୍ମୀର ମାନ୍ୟତା ପ୍ରଦାନ ସହିତ ଅଙ୍ଗନୱାଡି କର୍ମଚାରୀ, ମିନି ଅଙ୍ଗନୱାଡି କର୍ମଚାରୀ ଓ ସହାୟିକା ଙ୍କୁ ଅବସର କାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କ ଓ ପେନସନ ମାସିକ ୫୦୦୦ଙ୍କ ପ୍ରଦାନ ।

କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ବରଣ କଲେ ଅଙ୍ଗନୱାଡି କର୍ମଚାରୀ ମାନଙ୍କୁ ମୃତ୍ୟୁ କାଳିନ ୫ ଲକ୍ଷ ଟଙ୍କ ଦେବା ସହିତ ପରିବାରରୁ ଜଣଙ୍କୁ ଚାକିରୀ ଦେବା ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡି କର୍ମଚାରୀଙ୍କୁ ବାଦ ଦେବା ଓ ପୋଷଣ ଟ୍ରାକର ରେ ଅନଲାଇନ ଲୋକେସନ କୁ ବନ୍ଦ କରିବା ସହିତ ୨୦୧୮ ରେ ଘୋଷଣା କରାଯାଇଥିବା ଗ୍ରୀଷ୍ମ ଅବକାଶ କୁ ଲାଗୁ କରାଯିବା, ନୂତନ ଶିକ୍ଷାନୀତିରେ ଅଭିଜ୍ଞତା ଓ ଯୋଗ୍ୟତା ଆଧାରରେ ବୟସ ସୀମା ନରଖି ସମସ୍ତ ଅଙ୍ଗୱାଡି କର୍ମଚାରୀଙ୍କୁ ପ୍ରି-ପ୍ରାଇମେରି ଶିକ୍ଷୟତ୍ରୀ ମାନ୍ୟତା ଦେବା, ୫୦ ପ୍ରତିଶତ ଅଙ୍ଗନୱାଡି କର୍ମୀଙ୍କୁ ପଦୋନ୍ନତି ଦିଆଯାଉଥିବା ବେଳେ ଆଉ ୫୦ ପ୍ରତିଶତ ସ୍ନାତକ ଓ ତଦୁର୍ଦ୍ଧ ଅଙ୍ଗନୱାଡି କର୍ମୀ ମାନଙ୍କୁ ସୁପରଭାଇଜର ପଦବୀରେ ପଦୋନ୍ନତି ଦିଆଯିବା ଇତ୍ୟାଦି ଦାବି ନେଇ ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ଅଲ ଓଡ଼ିଶା ଲେଡିଜ ୱାର୍କର ଆସୋସିଏସନ ।

ଜିଲ୍ଲା ସଭାନେତ୍ରୀ ଜୟନ୍ତୀ ପଦ୍ମାଳୟା ସାହୁ, ଭାରତୀୟ ମଜଦୁର ସଙ୍ଘ ଜିଲ୍ଲା ପ୍ରଭାରୀ ତଥା ଶ୍ରମିକ ନେତା ଯୋଗେଶ୍ୱର ଦାସ, ଅଲ ଓଡ଼ିଶା ଅଙ୍ଗନବାଡି ଲେଡିଜ ୱାର୍କର’ସ ଆସୋସିଏସନର ରାମନାଗୁଡା ସଭାନେତ୍ରୀ ଶ୍ରୀମତୀ ସଂଯୁକ୍ତା ରଥ, ସମ୍ପାଦିକା ଯମୁନା ଶବର, କୋଷାଧ୍ୟକ୍ଷା ଇନ୍ଦ୍ରା ପଣ୍ଡା, ସୁନିତା ମାଣ୍ଡାଙ୍ଗି, ପୁଷ୍ପାଞ୍ଜଳି ପାଳ, ପେଦିନା ବିମଳା, ଇଜିୟା କାଡ୍ରାକା, ଗୌରୀ କାଡ୍ରାକା ଙ୍କ ସମେତ ଆନ୍ଦୋଳନ ରେ ଯୋଗ ଦେଇଥିବା ସମସ୍ତ ଅଙ୍ଗନବାଡି କର୍ମୀ ମତ ପ୍ରକାଶ କରିଥିବା ବେଳେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିବ କେବେ ବୋଲି ପ୍ରଶ୍ନ କରିଥିଲେ । ଅଙ୍ଗନବାଡି କର୍ମୀ ମାନଙ୍କ ଦାବି ସମ୍ପର୍କରେ ରାଜ୍ୟ ସରକାର ଖୁବଶୀଘ୍ର ସମାଧାନ କରି ସେମାନ ଙ୍କୁ କାର୍ଯ୍ୟ ରେ ନିୟୋଜିତ କରନ୍ତୁ ବୋଲି ଅଭିଭାବକ ମହଲରେ ମତ ପ୍ରକାଶ ପାଇଛି ।