କଲେଜ ଛାତ୍ର ମଦଭାଟିରୁ ମଦ କିଣୁଥିବା ଭିଡ଼ିଓ ଭାଇରାଲ

ରିପୋର୍ଟ-ଭୋଜରାଜ ବରିହା
ଖପ୍ରାଖୋଳ(୦୬/୧୧): ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଳ ବ୍ଳକ ଧଣ୍ଡାମୁଣ୍ଡା ପଞ୍ଚାୟତ ଅଞ୍ଚଳରେ ରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଛୋଟ ଶିଶୁରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ନିଶାପ୍ରତି ଆକୃଷ୍ଟ ହେବାରେ ଲାଗିଛନ୍ତି ।

କିଛି ଦିନ ତଳେ ଜଣେ ସରକାରୀ କର୍ମଚାରୀ ଧଣ୍ଡାମୁଣ୍ଡା ସରକାରୀ ସ୍କୁଲରେ ମଦ ପିଉଥିବା ଭାଇରାଲ ଭିଡ଼ିଓ ବିଭିନ୍ନ ଖବରକାଗଜରେ ବାହାରିଥିବା ବେଳେ,ବର୍ତ୍ତମାନ ଆଉ ଏକ ଭିଡ଼ିଓ ସ୍କୁଲ ଛାତ୍ର ମଦଭାଟିରୁ ମଦ କିଣୁଥିବା ଭିଡ଼ିଓ ଭାଇରାଲ ଦେଖିବାକୁ ମିଳୁଛି | ଭିଡ଼ିଓରେ ଦୁଇ ଜଣ କଲେଜ ଛାତ୍ର ସ୍କୁଲ ୟୁନିଫର୍ମ, ଆଇଡି ପିନ୍ଧି ମଦଭାଟିରୁ ମଦ କିଣି ବାହାରୁଥିବା ବେଳେ ଆଉଜଣେ ବ୍ୟକ୍ତି ପାଖକୁ ଯାଇ ତାଗିତ କରୁଛି । ଏହି ଭିଡ଼ିଓରେ ଛାତ୍ର ୟୁନିଫର୍ମ ଆଖ ପାଖ କଲେଜ ୟୁନିଫର୍ମ ସହ ମିଶୁଥିବାରୁ ଜଣାପଡ଼ିଛି । ସ୍କୁଲ ୟୁନିଫର୍ମରେ ଥିବା ଛାତ୍ରକୁ ଭାଟି ମେନେଜର ମଦ ଦେବା କେତେ ଠିକ ତାହା ଅଞ୍ଚଳରେ ଚର୍ଚ୍ଚା ଚାଲିଛି |

Leave a Reply

This site uses Akismet to reduce spam. Learn how your comment data is processed.