ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ର ଧାରଣା

0
115
ବିଷମକଟକ ଗୋଷ୍ଠୀ

ରିପୋର୍ଟ : ଗୋପୀନାଥ ଗୌଡ଼
ବିଷମକଟକ, (୦୧/୧୨) : ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ର ଧାରଣା । ଓଡ଼ିଶା ରେ ଗର୍ଭବତୀ ମହିଳା, ନବଜାତ ଶିଶୁ ମାନଙ୍କର ଅଧିକା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଜାତୀୟ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ମିଶନ (ଏନ୍‍.ଏଚ୍‍.ଏମ୍‍) ଅଂଶ ଭାବେ ଜନନୀ ସୁରକ୍ଷା ଯୋଜନା ୨୦୦୬ ମସିହାରୁ କାର୍ଯ୍ୟକାରୀ ହୋଇ ଆସୁଅଛି ।

ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ର ଧାରଣା । ରାଜ୍ୟର ସବୁ ଜିଲ୍ଲା ଭଳି ରାୟଗଡ଼ା ଜିଲ୍ଲାରେ ଆଶାକର୍ମୀ ମାନଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ, ରାୟଗଡ଼ା ଜିଲ୍ଲା ଭଳି ଉପାନ୍ତ ଅଞ୍ଚଳରେ ଜୀବନକୁ ବାଜି ଲଗାଇ ରାତି ଦିନ କାମକରି ଗର୍ଭବତୀ ମା, ଶିଶୁ ଓ ରୋଗୀ ମାନଙ୍କୁ ସହଯୋଗର ହାତ ବଢାଇ ସରକାରଙ୍କ ସମସ୍ତ ସ୍ୱାସ୍ଥ୍ୟ ଯୋଜନାକୁ ସଫଳ କରିବାରେ ମୂଖ୍ୟ ଭୂମିକା ନେଇ ଆସୁଛନ୍ତି । ବିଶେଷକରି ମହାମାରୀ କରୋନା ଓ ପରବର୍ତ୍ତୀ ସମୟରେ ରାତିଦିନ ଏକାକାକରି ଲୋକଙ୍କ ଜୀବନ ରକ୍ଷାକରି ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ ସଫଳତା ଆଣିଥିବାରୁ ସରକାର ଆଶାଙ୍କୁ କରୋନା ଯୋଦ୍ଧା ଘୋଷଣା କରିଥିଲେ ।

ମାତ୍ର ଆଶାକର୍ମୀ ମାନଙ୍କର ଦୀର୍ଘ ଦିନର ନ୍ୟାର୍ଯ୍ୟ ଦାବୀ ପୂରଣ ହୋଇ ନଥିବାରୁ ସଂଘ ର ରାଜ୍ୟ ନିଷ୍ପତ୍ତି କ୍ରମେ ୨୯ ତାରିଖ ଦିନ ୧୦ ଦଫା ଦାବି କୁ ନେଇ ବିଧାନସଭା ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରଯାଇ ଥିଲା କିନ୍ତୁ ସରକାର ଦାବୀ ପୂରଣ ଦିଗରେ ଅଣଦେଖା କରିବା ଯୋଗୁଁ ଚଳିତ ମାସ ୩୦ ତାରିଖ ଠାରୁ ସମସ୍ତ ଆଶା କର୍ମୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବା ସହ ରାଜ୍ୟ ର ସମସ୍ତ ବ୍ଳକ ରୁ ରାଜଧାନୀ ପର୍ଯ୍ୟନ୍ତ ଅନିର୍ଦ୍ଧୀଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ବସିଛନ୍ତି ବୋଲି ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସ, ଜିଲ୍ଲା ସଭାପତି ଶ୍ରୀ ମହନ ରାଓ ମାଝୀ, କାର୍ଯ୍ୟକାରୀ ସଭାପତି ଶ୍ରୀ ଧର୍ମ ସିଂ ନାଗ୍, ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁ , ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ବେହୁରା, ଜିଲ୍ଲା ସହ ସମ୍ପାଦିକା ଗୀତା ହିଆଲ ,ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ସଭାନେତ୍ରୀ ସାବିତ୍ରୀ ହୁଇକା, ସମ୍ପାଦିକ ସ୍ୱପ୍ନା ପାଣି ପ୍ରମୁଖ ମତ ପ୍ରକାଶ କରିବା ସହ ଚେତାବନୀ ଦେଇଛନ୍ତି ।

ଦାବି ଗୁଡ଼ିକ ମଧ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ସ୍ଥାୟୀ କରିବା, ରାୟଗଡ଼ା ଜିଲ୍ଲାର ସମସ୍ତ ସି.ଏଚ୍‍.ସି/ ପି.ଏଚ୍‍.ସି ରେ ଆଶା ମାନଙ୍କ ଲାଗି ବିଶ୍ୱାମ ଗୃହ ନିର୍ମାଣ କରିବା ଆଶା ମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା ସହିତ ମେଡିକାଲ କର୍ମଚାରୀଙ୍କ ଦୁବ୍ୟବହାର ବନ୍ଦ କରିବା, ଆଶାମାନଙ୍କୁ ସରକାରୀ କର୍ଚାରୀର ମାନ୍ୟତା ଓ ସେମାନଙ୍କୁ ମାସିକ ବେତନ ୧୮ ହଜାର ଟଙ୍କ ପ୍ରଦାନ କରିବା, ସରକାରୀ ମାନ୍ୟତା ନମିଳିବା ପର୍ଯ୍ୟନ୍ତ ଅବସର ନେଉଥିବା ଆଶାକର୍ମୀ ମାନଙ୍କୁ ଏକ କାଳୀନ ୫ଲକ୍ଷ ଓ ମାସିକ ଭତ୍ତା ବାବଦରେ ୫ ହଜାର ଟଙ୍କା ପ୍ରଦାନ କରିବା ।

କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କଲେ ମୃତ୍ୟୁକାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ଦେବା ସହ ପରିବାରର ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବା, କୋଭିଡ୍‍୧୯ ସମୟରେ ମୃତ୍ୟୁବରଣ କରିଥିବା ଆଶା କର୍ମୀ ମାନଙ୍କୁ ସରକାର ଘୋଷଣା କରିଥିବା ରାଶି ତୁରନ୍ତ ପ୍ରଦାନ କରିବା ସହ ଆଶାଙ୍କୁ ଇ.ପି.ଏଫ୍‍, ଇ.ଏସ୍‍.ଆଇ ରେ ସାମିଲ ଓ ଗ୍ରାଚ୍ୟୁଇଟି ପ୍ରଦାନ ନିମନ୍ତେ ଦାବି କରିଛନ୍ତି ସେହିପରି ଆଶାଙ୍କୁ କାର୍ଯ୍ୟ କରିବା ବେଳେ ସୁରକ୍ଷା ଯୋଗାଇ ଦେବା ଓ ଯୋଗ୍ୟତା ଭିତ୍ତିରେ ଆଶାମାନଙ୍କୁ ଏ.ଏନ୍‍.ଏମ୍‍ ଭାବେ ନିଯୁକ୍ତି ଦେବା ବିଷମକଟକ ବ୍ଲକର ସମସ୍ତ ଆଶାକର୍ମୀଙ୍କୁ ସାମାଜିକ ସୁରକ୍ଷା ଅନ୍ତର୍ଭୁକ୍ତ କରାଯାଇ ସେମାନଙ୍କ ପାଇଁ ଗ୍ରୁପ୍‍ ଇନ୍‍ସୁରାନ୍‍ସ ର ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି ।

ବିଷମକଟକ ବ୍ଲକ ଅଧିନସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଉପସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ କାର୍ଯ୍ୟରତ ଥିବା ଆଶା କର୍ମୀ ମାନେ ଏହି ଅନିର୍ଦ୍ଦିଷ୍ଟ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସହ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେର ଧାରଣା ଦେଇଥିବାରୁ ଏକ ପ୍ରକାର ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ସେବା ବ୍ୟାହତ ହୋଇ ପଡିଛି ।

ଯାହାକି ବିଭିନ୍ନ ସମୟରେ ଶିଶୁ ହେଉ କି ଗର୍ଭବତୀ କିମ୍ବା ପ୍ରସୂତି ମହିଳାଙ୍କ ଟୀକା କରଣ ଭଳି ସେବା ଠପ୍ ହୋଇଛି, ରାଜ୍ୟ ସରକାର ଯଦି ଉକ୍ତ ଦାବି ଗୁଡିକ ଖୁବଶୀଘ୍ର ପୂରଣ ନ କରନ୍ତି ତାହାହେଲେ ଆଗାମୀ ଦିନରେ ଏହି କାର୍ଯ୍ୟ ବନ୍ଦ ଆନ୍ଦୋଳନ ତୀବ୍ରତର ହେବା ସହ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସେବା କୁ ଅଚଳ କରିବୁ ବୋଲି ସଂଘ ର ସଦସ୍ୟ ସମେତ ଆନ୍ଦୋଳନ ରତ ସମସ୍ତ ଆଶା କର୍ମୀ ପ୍ରମୁଖ କହିବା ସହ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଅଭିଯୋଗ କରିଛନ୍ତି ।