Thursday, March 28, 2024

Top 5 This Week

Related Posts

ଆନ୍ତଃ ବିଦ୍ୟାଳୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୪/୧୨) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଲଶାଗୋରା ଠାରେ ବୌଦ୍ଧ ଜିଲ୍ଲା ର ଯୁକ୍ତ ଦୁଇ ଆନ୍ତଃ ବିଦ୍ୟାଳୟ ବାଳକ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହେଇଯାଇଛି ।

ଆନ୍ତଃ ବିଦ୍ୟାଳୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବେନ୍ଦ୍ର ନାରାୟଣ ପଣ୍ଡା ଉଦଘାଟନ କରିଥିଲେ । ପ୍ରତିଯୋଗିତାରେ ଗନ୍ଧରାଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜହ୍ନାପଙ୍କ, ମାଁ ମହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଉଁଶୁଣୀ, ଜୟକୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦମାମୁଣ୍ଡା ଏବଂ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଲଶାଗୋରା ଇତ୍ୟାଦି ଅଂଶ ଗ୍ରହଣ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ବେଷ୍ଟ କେଚର ଖେଳାଳି ରୁଦ୍ର ମିର୍ଦ୍ଧା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଲଶାଗୋରା ର ଛାତ୍ର ଏବଂ ବେଷ୍ଟ ରେଡର ଭାବେ ପ୍ରଦୀପ କୁମାର ମିଶ୍ର ଗନ୍ଧରାଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜହ୍ନାପଙ୍କ ଛାତ୍ର ମନୋନୀତ ହୋଇଥିଲେ ।

ପ୍ରତିଯୋଗିତାରେ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଲଶାଗୋରା ଚମ୍ପିୟାନ ହେଇଥିବା ବେଳେ ଗନ୍ଧରାଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜହ୍ନାପଙ୍କ ରନର ଅପ୍ ହୋଇଥିଲା । ପ୍ରତିଯୋଗିତାକୁ କ୍ରୀଡା ଶିକ୍ଷକ ନାରାୟଣ ପଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କ୍ରୀଡା ଶିକ୍ଷକ ଶ୍ରୀ ଅରୁଣ ଖଟୁଆ,ସୁଦାମ ମିଶ୍ର,ଭୁବନ ନାଏକ, ରମେଶ ମେହେର, ସୁବାଷ ଭୋଇ ଖେଳ କୁ ପରିଚାଳନା କରିଥିଲେ । ପ୍ରାଧ୍ୟାପକ ସୁରେଶ କୁମାର ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିଲେ ବେଳେ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନେ ସହଯୋଗ କରିଥିଲେ।

Popular Articles