ଡୁମ୍ବେରବାହାଲ ସ୍କୁଲର ଦୟନୀୟ ଚିତ୍ର

ରିପୋର୍ଟ:- ନିରୋଜ ପାଣୀ
ପାଇକମାଳ(୦୬/୧୧): ଓଡିଶା ସରକାର ରାଜ୍ୟର ଶିକ୍ଷା ଓ ସ୍କୁଲ ଗୁଡିକ ର ବିକାଶ ତଥା ପ୍ରତ୍ଯେକ କ୍ଷେତ୍ରରେ ଉନ୍ନତି ଆଣିବା ଲାଗି ୫ଟି ଭଲି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ପଦକ୍ଷେପ ନେଉଥିବା ଘୋଷଣା କରୁଥିବା ବେଳେ ବାସ୍ତବରେ ବରଗଡ ଜିଲ୍ଲା ପାଇକମାଳ ବ୍କକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ ଡୁମ୍ବେରବାହାଲ ଗ୍ରାମରେ ଏହାର ସଂପୂର୍ଣ୍ଣ ଓଲଟା ଚିତ୍ର ଦେଖିବାକୁ ମିଳିଛି।

ଏହି ଗ୍ରାମର ସରକାରୀ ଉଛ ପ୍ରାଥମିକ ବିଦ୍ଯାଳୟ ରେ ପାଚେରୀ ନାହିଁ କି ଆବଶ୍ଯକ ସଂଖ୍ଯକ ଶ୍ରେଣୀ କୋଠରୀ ନାହିଁ । ଏଠାରେ ୮ଟି ଶ୍ରେଣୀ ପାଇଁ ମାତ୍ର ୩ଟି ଶ୍ରେଣୀ କୋଠରୀ ଥିବାରୁ ପିଲାଙ୍କୁ ପାଠପଢାରେ ଅକଥନୀୟ ଦୁର୍ଦ୍ଦଶା ଭୋଗିବାକୁ ପଡୁଛି । ଫଳରେ ବର୍ତ୍ତମାନ ଭଲି ଯୁଗରେ ଏଠାରେ ଭଙ୍ଗା ଦଦରା ଚାଳ କୁଡିଆ ଘର ଓ ବାରଣ୍ଡାରେ ଅତି ଦୟନୀୟ ଭାବେ ପାଠପଢ଼ା ଯାଉଥିବା ଦୃଶ୍ୟ ଯେ କୌଣସି ସଚେତନ ନାଗରିକଙ୍କୁ ମର୍ମାହତ କରିବ । ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଓ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ କୌଣସି ସୁଫଳ ମିଳୁ ନାହିଁ । ବରଗଡ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି ।

Leave a Reply

This site uses Akismet to reduce spam. Learn how your comment data is processed.