ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବହେଳା ଯୋଗୁଁ ଚାଲିଗଲା ଗୋଟିଏ ଛାତ୍ରୀର ଜୀବନ

ରିପୋର୍ଟ: ଦେବେନ୍ଦ୍ର ନାୟକ
କାଶୀପୁର(୦୫/୧୧): କାଶୀପୁର ବ୍ଲକ ଲଖ୍ରୀଶ କସ୍ତୁରବା ଗାନ୍ଧୀ ଆଶ୍ରମରେ ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ଯାହାକି ଶିକ୍ଷା ବିଭାଗ ଏବଂ ତାର ବ୍ୟବସ୍ଥା ପ୍ରତି ସିଧା ସଳଖ ଆଙ୍ଗୁଳି ଉଠାହେଉଛି |

ସୂଚନା ଥାଉକି ଗତ ୪ଦିନ ହେଲା ଏହି ଆଶ୍ରମରେ ରହୁଥିବା ଅଷ୍ଟମ ଶ୍ରେଣୀର ଛାତ୍ରୀ ନମ୍ରତା ନାଏକ ଅସୁସ୍ଥ ଥିବା ବେଳେ ଆଜି ଦିନ ୧୦ଟା ବେଳେ ଚିକିତ୍ସା ପାଇଁ ପ୍ରଥମେ ସୂଂଗେର ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ପରେ ଜିଲ୍ଲା ଚିକିତ୍ସାଳୟ ରାୟଗଡକୁ ସ୍ଥାନାନ୍ତରିତ କରାଗଲା | କିନ୍ତୁ ସେଠାରେ ଦିନ ୧ଟାରେ ଉକ୍ତ ଛାତ୍ରୀର ପ୍ରାଣ ଚାଲିଯାଇଥିଲା | ସୂଚନା ଅନୁଯାୟୀ ଗତ ୩ଦିନ ହେବ ଏହି ଆଶ୍ରମରେ ଛାତ୍ରୀଙ୍କୁ ଦେଖା ସୁନା କରିବା ପାଇଁ କୌଣସି କର୍ମଚାରୀ ନ ଥିବା ବେଳେ ଏହି ଭଳି ଅବହେଳା ହୋଇଥିବା ଜଣାପଡିଛି | ପ୍ରଧାନଶିକ୍ଷୟତ୍ରୀ ଙ୍କ ଅବହେଳା ଯୋଗୁଁ କୌଣସି ଦିନ ପ୍ରାଥମିକ ଚିକିତ୍ସା ହେଉ ନ ଥିବା ସେହି ଗ୍ରାମର ରାବୁନୁ ମାଝୀ, ମାନସିଂହ ମାଝୀ, କହିଛନ୍ତି | ଏ ଆଶ୍ରମରେ ଥିବା ଅନ୍ୟ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ରଶ୍ମିତା ନାଏକ କହିଛନ୍ତି ଯେ ଉକ୍ତ ମୃତ ଛାତ୍ରୀର ୪ଦିନ ହେବ ଗୋଡ ହାତ ଫୁଲି ଯାଇ ଦେହ ହଳଦିଆ ପଡିଥିବା କଥା କହିଛନ୍ତି | ଏବେ ମଧ୍ୟ ୫ଜଣ ଛାତ୍ରୀ ମମତା ନାଏକ, ସୁଶାନ୍ତି ମାଝୀ, ଅଞ୍ଜଳି ନାଏକ, ବୃନ୍ଦ ନାଏକ, ନାମିତ ନାଏକ ଅସୁସ୍ଥ ଥିବା ଜଣାପଡିଛି | ଏହି ଆଶ୍ରମରେ ଅବ୍ୟବସ୍ଥା କଥା ସେହି ସ୍କୁଲ ଶିକ୍ଷକ ମାନେ ଜାଣିଥିଲେ ମଧ୍ୟ କ୍ୟାମେରା ଆଗରେ କହିବାକୁ ମନା କରିଛନ୍ତି | ଏହାର ଯଦି ଶୀଘ୍ର ସମାଧାନ ନ କରନ୍ତି ତା ହେଲେ ଆନ୍ଦୋଳନ କୁ ଓହ୍ଲାଇବାକୁ ସମସ୍ତ ଅଭିଭାବକ କହିଛନ୍ତି |

Leave a Reply

This site uses Akismet to reduce spam. Learn how your comment data is processed.