ସାଧୁଚରଣ ସରକାରୀ ହାଇସ୍କୁଲ ରେ ବାର୍ଷିକକ୍ରୀଡା ଉଦଯାପିତ

0
160

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୩/୧୨) : ଦ୍ୱି ଦିବସୀୟ ବିଦ୍ୟାଳୟ ସ୍ତରୀୟ ୨୪ତମ ବାର୍ଷିକକ୍ରୀଡା ସାଧୁଚରଣ ସରକାରୀ ଉଚ୍ଚବିଦ୍ୟାଳୟ, ବୀରନରସିଂହପୁର ଠାରେ ଅନୁଷ୍ଠିତ ହୋଇ ଯାଇଛି l

ଉଦ୍ଘାଟନୀ ଉତ୍ସବ ରେ ପ୍ରଧାନ ଶିକ୍ଷକ ଓମପ୍ରକାଶ ପ୍ରଧାନ ସଭାପତିତ୍ୱ ରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଚନ୍ଦନା ବେହେରା,ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଖେଳ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ମହାକୁଡ଼,ଆଲୁମିନି ପ୍ରେସିଡେଣ୍ଟ ଦେବେନ୍ଦ୍ର କୁମାର ସାହୁ ଯୋଗ ଦେଇ କ୍ରୀଡା ଜୀବନ ର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ମତ ପୋଷଣ କରିଥିଲେ l

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଓଷ୍ଟା ସଭାପତି ତଥା ପୂର୍ବତନ ପ୍ରଧାନ ଶିକ୍ଷକ ନିରୋଦ ମେହେର, ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ସମିତି ସଭ୍ୟା କଲ୍ୟାଣୀ ଡାଙ୍ଗ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଆନନ୍ଦ କୁମାର ପ୍ରଧାନ ଯୋଗ ଦେଇ କ୍ରୀଡା କାହିଁକି?ପ୍ରସଙ୍ଗ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ l ବରିଷ୍ଠ ବାଳକ ଓ ବାଳିକା ବର୍ଗ ରେ ମୋଟ ୨୭ ଟି ଇଭେଣ୍ଟ ରେ କ୍ରୀଡା ଅନୁଷ୍ଠିତ ହୋଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ୮୧ ଜଣ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ ସହ ସୁବ୍ରତ ନାଏକ ଓ ପାୟଲ ଗାଈଗୌରୀୟା ଙ୍କୁ ଚାମ୍ପିୟନ ଟ୍ରଫି ପ୍ରଦାନ କରାଯାଇଥିଲା l

ଶାରୀରିକ ଶିକ୍ଷା ଶିକ୍ଷକ ସୁରେନ୍ଦ୍ରନାଥ ସାହୁ,ବିଦ୍ୟାବନ୍ଧୁ ପୁରୋହିତ, ସୁନୀଲ ମହାକୁଡ଼, ସୁଦାମ ନାଏକ, ସୁଧାଂଶୁ ନାଏକ, ଶ୍ୟାମସୁନ୍ଦର ସେଠି ଅଫିସିଆଲ ରୂପେ ଖେଳ ପରିଚାଳନା କରିଥିଲେ l ବିଦ୍ୟାଳୟର ଶିକ୍ଷକ ନବକିଶୋର ଦୀପ ସଂଯୋଜନା ଓ ମଞ୍ଚ ପରିଚାଳନା କରିଥିଲେ l ଶିକ୍ଷକ ରାଜୀବ ଲୋଚନ କହଁର ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ରାଜଲଷ୍ମୀ ପ୍ରଧାନ, ବିଭୁତିଭୂଷଣ ମହାକୁଡ଼, ଚନ୍ଦ୍ରହାସ ନାଏକ, କୃଷ୍ଣଚନ୍ଦ୍ର ସାହୁ, ପଦ୍ମିନୀ ସାହୁ, ବ୍ରଜକିଶୋର ଜଗଦଲା ଓ କର୍ମଚାରୀ ପ୍ରତିଭା ପ୍ରଧାନ, କୁମୁଦିନୀ ସାହୁ ସହଯୋଗ କରିଥିଲେ l