ପାଟଣାଗଡ଼ ଉଲବାଠାରେ ଉପଖଣ୍ଡିୟ କଳା ଓ କଲାକାର ସମାରୋହ

ରିପୋର୍ଟ-ଭୋଜରାଜ ବରିହା
ପାଟଣାଗଡ଼(୦୫/୧୧): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ଉଲବା ଗ୍ରାମର ଖେଳ ପଡିଆରେ ଶ୍ରୀ ଶ୍ରୀ ଜଗନ୍ନାଥ କଳା ଓ ସଂସ୍କୃତି ସଂକିର୍ତନ ସେବା ବିକାଶ ପରିଷଦ ପାଟଣାଗଡ଼ ଆନ୍ୟୁକୁଲ୍ୟରେ କଳା ଓ କଳାକାର ସମାରୋହ ଅନୁଷ୍ଠିତ ହୋଇଥିଲା | ଏଥିରେ ପାଟଣାଗଡ଼ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ମୂଖ୍ୟ ଅତିଥି, ବ୍ଳକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ ମୂଖ୍ୟବକ୍ତା, ସଂଗିତ ମହାବିଦ୍ୟାଳୟ ବଲାଙ୍ଗିର ପ୍ରତିଷ୍ଠାତା ଗୁରୁ ଡ଼ ଘାସିରାମ ମିଶ୍ର, ଶ୍ରୀ ଶ୍ରୀ ଜଗନ୍ନାଥ ସଂସ୍କୃତି ସେବା ପରିଷଦର ଜିଲ୍ଲା ସଭାପତି ଅମିଲ ପୁଟେଲ , ସଂପାଦକ ରସରାଜ ବୁଡେକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |

ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି, ଲୋକ ସଂଗିତ, ପାଲା, ସଂଚାର, ଦାସକାଠିଆ, ଦୁଲଦୁଲି ବଜା, ରାମଲୀଳା, ସଂକିର୍ତନ ଆଦି ଲୋକ କଳା ର ପୁନଃ ଉଦ୍ଧାର କରିବା ସହ ଲୁକ୍କାୟିତ କଳାକାର ମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ଆୟୋଜକ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ଉଦ୍ୟମ ଭୂୟସୀ ପ୍ରଶଂସା କରିଥିଲେ ଉପସ୍ଥିତ ଅତିଥିମାନେ | ଏହି ସମାରୋହକୁ ଆହୁରି ଶାଣିତ କରିବା ସହ ଲୁକ୍କାୟିତ କଳାକାର ମାନଙ୍କୁ ପଞ୍ଜିକରଣ କରି ସରକାରୀ ଯୋଜନାରୁ କିପରି ଲାଭ ଉଠେଇପାରିବା ଓ ସରକାରଙ୍କ ପକ୍ଷରୁ ମିଳୁଥିବା କଳାକାର ଭତ୍ତା ମିଳିବା ଉପରେ ବିଶଦ ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ସଂପାଦକ ମିନକେତନ ପ୍ରଧାନଙ୍କ ଉଦ୍ୟମ ଭୂୟସୀ ପ୍ରଶଂସା କରାଯାଇଛି ବୋଲି ଅନୁଷ୍ଠିତ ସମାରୋହରେ କଳାକାର ମାନଙ୍କ ମୁହଁରୁ ଶୁଣିବାକୁ ମିଳେ । ଏହି ସମାରୋହରେ ପାଞ୍ଚହଜାର ରୁ ଉର୍ଦ୍ଧ୍ବ କଳାକାର ଯୋଗଦେଇ ନିଜର କଳା ପରିବେଷଣ କରିଥିବା ବେଳେ ବରିଷ୍ଠ କଳାକାର ମାନଙ୍କୁ ଉପଢୌକନ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀ କାନ୍ତ ମିଶ୍ର ପରିଚାଳନା କରିଥିଲେ । ଥବିର ଚରଣ ସାହୁ ,ସୁନାରାମ ପୁଟେଲ ସମେତ ଅନୁଷ୍ଠାନର କର୍ମ କର୍ତ୍ତା ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ । ସଂପାଦକ ମିନକେତନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

This site uses Akismet to reduce spam. Learn how your comment data is processed.