Friday, March 29, 2024

Top 5 This Week

Related Posts

ଛତୁଆ ବଣ୍ଟନ ଗାଡ଼ିକୁ ଫେରାଇ ଦେଲେ ଅଙ୍ଗନବାଡି କର୍ମୀ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୩/୧୨) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ଯାଉଥିବା ଗର୍ଭବତୀ ଓ ଶିଶୁ ମାନଙ୍କ ଛତୁଆ ବଣ୍ଟନ କରୁଥିବା ଗାଡିକୁ ବିରୋଧ କରି ଫେରାଇ ଦେଲେ ଅଙ୍ଗନଓ୍ବାଡି କର୍ମୀମାନେ ।

ଗତକାଲି ଜଗନ୍ନାଥପୁର ଗାଁରେ ଥିବା ଛତୁଆ କେନ୍ଦ୍ରରୁ ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କ ପାଇଁ ଦିଆଯାଉଥିବା ଛତୁଆ ଗାଡିକୁ ଉକ୍ତ ଅଞ୍ଚଳର ଅଙ୍ଗନଓ୍ବାଡି କର୍ମୀମାନେ ଅଟକାଇ ଫେରାଇ ଦେଇଥିବା ଦେଖିବାକୁ ମିଳିଛି ।

ଚଳିତ ଦିନ ୮ଦଫା ସମଳିତ ଦାବୀକୁ ନେଇ ସାରା ରାଜ୍ୟରେ ଅଙ୍ଗନଓ୍ବାଡି କର୍ମୀ ମାନେ ରାଜ୍ଯ ରାଜଧାନୀ ଭୁବନେଶ୍ୱର ସମେତ ପ୍ରତି ବ୍ଲକ ସଦର ମହକୁମା ସ୍ଥିତ ସମ୍ମାନୀତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣାରେ ବସିଥିବା ଦେଖିବା କୁ ମିଲିଛି। ସ୍ଥାନୀୟ କାର୍ଯ୍ୟାଳୟ ସମ୍ମୁଖରେ ରୀତା ରଞ୍ଜନୀ ପଣ୍ଡାଙ୍କ ନେତୃତ୍ୱରେ ସମସ୍ତ କର୍ମୀ ଓ ସହାୟିକା ଯୋଗଦେଇ କାର୍ଯ୍ୟ ବନ୍ଦ ଡାକରା ଦେଇ ଧାରଣା ଦେଇଛନ୍ତି । ଦୀର୍ଘବର୍ଷ ଧରି ଅଙ୍ଗନଓ୍ବାଡି କର୍ମୀମାନେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇବା ସହ ଜନ୍ମରୁ ମୃତ୍ଯୁ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ କରିଆସୁଛନ୍ତି ।

କିନ୍ତୁ ବର୍ଷ ବର୍ଷ ଧରି ସରକାରୀ ମାନ୍ୟତା ପ୍ରଦାନ ପାଇଁ ଦାୟି କରି ଆସୁଥିଲେ ମଧ୍ୟ ଆଜିଯାଏଁ ମାନ୍ୟତା ପ୍ରଦାନ କରାଯାଉ ନଥିବାରୁ ଏହି ଆନ୍ଦଳନ ଆରମ୍ବ କରିଛନ୍ତି । ସରକାର ଅସ୍ଥାୟୀ ନିଯୁକ୍ତି ଉଠାଇ ଦେଇଥିବା କଥା କହୁଥିବା ବେଳେ ଅଙ୍ଗନଓ୍ବାଡି କର୍ମୀଙ୍କୁ କାହିଁକି ସରକାର ସ୍ଥାୟୀ ନିଯୁକ୍ତି ଦେଉନାହାନ୍ତି। ସେହିଭଳି ଅଙ୍ଗନଓ୍ବାଡି କର୍ମୀଙ୍କୁ ୧୮ ହଜାର ଓ ସହାୟିକାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା,ମିନି ଅଙ୍ଗନଓ୍ବାଡି କର୍ମୀଙ୍କୁ ପଦୋନିତ ଦେଇ ଅଙ୍ଗନଓ୍ବାଡି କର୍ମୀ ମାନ୍ୟତା ପ୍ରଦାନ କରିବା, ଅଙ୍ଗନଓ୍ବାଡି କର୍ମଚାରୀ ମାନଙ୍କୁ ଇଏସ ଆଇ ଓ ଇପିଏଫ, ଗ୍ରାବୁଇଟ ପ୍ରଦାନ, ନୃତନ ଶିକ୍ଷାନୀତି ଓ ଅଭିଜ୍ଞତା ଅନୁଯାୟୀ ଯସ ନ ରଖି ସମସ୍ତ ଅଙ୍ଗନଓ୍ବାଡିଙ୍କୁ ପ୍ରାଥମିକ ଶିକ୍ଷକ ମାନ୍ୟତା ପ୍ରଦାନ କରିବା, ଶିକ୍ଷାଗତ ଓ ଅଗ୍ରାଧିକାର ଅଙ୍ଗନଓ୍ବାଡି କର୍ମୀ ମାନଙ୍କୁ ସୁପରଭାଇଜର ପଦବିରେ ପଦୋନ୍ନତୀ କରିବାକୁ ଦବୀ କରିଛନ୍ତି ।

Popular Articles