Advertisements
Monday, June 1, 2020
Home District News ବଲାଙ୍ଗୀରରେ କାଠ ମାଫିଆ ଗିରଫ, ଲକ୍ଷ୍ୟାଧିକ ଟଙ୍କାର କାଠ ଜବତ

ବଲାଙ୍ଗୀରରେ କାଠ ମାଫିଆ ଗିରଫ, ଲକ୍ଷ୍ୟାଧିକ ଟଙ୍କାର କାଠ ଜବତ

ରିପୋର୍ଟ: ବିମଳେନ୍ଦୁ ସାହୁ
ଲୋଇସିଂହା(୦୫/୧୧): ବଲାଂଗୀର ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ ଆଜି ଲୋଇସିଂହରେ ଚଢ଼ାଉ କରି ବିପୁଳ ପରିମାଣର କାଠ ଜବତ କରିଥିବା ଜଣାଯାଇଛି । ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ମତେ, ଗତକାଲି ରାତିରେ ଏକ ନମ୍ବର ବିହୀନ ପିକ ଅଫ ଭ୍ୟାନରେ ବିପୁଳ ପରିମାଣର କାଠ ବଲାଂଗୀର ସହରକୁ ଚୋରା ଚାଲାଣ ହେଉଥିଲା ।

କୌଣସି ସୂତ୍ରରୁ ଖବର ପାଇ ବଲାଂଗୀର ବନବିଭାଗ ନିକଟସ୍ଥ ସଦେଇପାଲି ନିକଟରେ ସମ୍ପୃକ୍ତ ଭ୍ୟାନକୁ ଅଟକାଇ ଥିଲେ । ଯାଞ୍ଚ କରିବା ପରେ ଭ୍ୟାନରେ ବିପୁଳ ପରିମାଣର ଶାଳ, ନିମ୍ବ ଓ ଖଇର କାଠ ଥିବା ଦେଖିବାକୁ ପାଇ ବନବିଭାଗ ଭ୍ୟାନ ଟିକୁ ଜବତ କରିଥଲେ । ଜବତ କାଠର ଆନୁମାନିକ ମୂଲ୍ୟ ୨୯.୬ ଘନଫୁଟ ହେବ ବୋଲି ଜଣାଯାଇଛି । ଏଥିସହିତ ଏହି କାଠ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଲୋଇସିଂହା ଅଂଚଳର ବିଶ୍ଵାମିତ୍ର ନାଗ ଓରଫ ବୁଲୁ, ପିକ ଅଫ ଭ୍ୟାନ ଡ୍ରାଇଭର ବସନ୍ତ ବିଶ୍ୱାଳ ଏବଂ ନିଧି କର୍ମୀଙ୍କୁ ବନ ବିଭାଗ ଗିରଫ କରିଥିଲା । ଅଭିଯୁକ୍ତ ମାନଙ୍କ ଅଧିକ ପଚରା ଉଚୁରା କରିବା ପରେ ମଙ୍ଗଳବାର ବନ ବିଭାଗ ଏସିଏଫ ବାବାଜୀ ଚରଣ ରାଉଳଙ୍କ ନେତୃତ୍ୱରେ ଏକ ଟିମ ବୁଲୁ ନାଗ ର ଲୋଇସିଂହା ଜଡ଼ାମୁଣ୍ଡା ସ୍ଥିତ ବାସଭବନରେ ଚଢ଼ାଉ କରିଥିଲା । ସେଠାରୁ ମଧ୍ୟ ପ୍ରାୟ ୪୧.୩ ଘନଫୁଟ କାଠ ଜବତ ହୋଇଥିବା ଏସିଏଫ ଶ୍ରୀ ରାଉଳ ସୂଚନା ଦେଇଛନ୍ତି । ପରେ ନିକଟସ୍ଥ ଢୋଲମହୁଲ-ପତ୍ରାପାଳି ଜଙ୍ଗଲ ମଧ୍ୟରେ ଥିବା କାଠ ମାଫିଆ ବୁଲୁ ନଗର ଅସ୍ଥାୟୀ କରତ କଳ ଉପରେ ବିଭାଗ ଚଢ଼ାଉ କରି ସମସ୍ତ ଯନ୍ତ୍ରାଂଶ ଜବତ କରିଥିବା ଜଣାଯାଇଛି । ଦୀର୍ଘଦିନ ହେଲା ବିଭାଗୀୟ ଅଧିକାରୀଙ୍କୁ ହାତ କରି କାଠ ମାଫିଆ ବୁଲୁ ନାଗ ଅବାଧରେ ନିଜର କାରବାର ଚଳାଇ ଆସୁଥିବା ବେଳେ କିପରି ତାହା ବିଭାଗ ଜାଣିପାରି ନ ଥିଲା ତାହା ସନ୍ଦେହ ସୃଷ୍ଟି କରିଛି । ଗିରଫ ତିନି ଅଭିଯୁକ୍ତଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବନ୍ଦେ ଉତ୍କଳ ଜନନୀ ଗାଇଲା ସମଗ୍ର ଝାରସୁଗୁଡା

ରିପୋର୍ଟ .ପ୍ରଶାନ୍ତ ମାଝୀ //ଝାରସୁଗୁଡା (୩୦/୫/୨୦୨୦): କରୋନା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ମନୋଭାବ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଶନିବାର...

ବିଦେଶୀ ମଦ ଦୋକାନରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ୬ଗିରଫ, କାର ଓ ସ୍କୁଟି ଜବତ

ରିପୋର୍ଟ: ବିମଳେନ୍ଧୁ ସାହୁ //ଲୋଇସିଂହା (୩୦/୦୫): ବଲାଂଗୀର ଜିଲ୍ଲା ଲୋଇସିଂହା ସ୍ଥିତ ବିଦେଶୀ ମଦ ଦୋକାନରେ କିଛି ଯୁବକ ଗଣ୍ଡଗୋଳ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।...

କାଶିପୁରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ

ରିପୋର୍ଟ: ଦେବେନ୍ଦ୍ର ନାୟକ //କାଶିପୁର (୩୦.୦୫.୨୦୨୦): କାଶିପୁରରେ ବନ୍ଦେ ଉତ୍କଳ ଜନନୀ ଗାନ ବିଭିନ୍ନ କାର୍ଯ୍ୟାଳୟ ସମେତ ଘରେ ଘରେ ଗାନ କରାଯାଇଛି | କୋଭିଡ ଯୁଦ୍ଧରେ ଲୋକଙ୍କ...

କରୋନା ସୁପର୍ ସିକ୍ସ୍ ରେ ଭୟଭୀତ ବରଗଡ଼

ରିପୋର୍ଟ: ଜଗବନ୍ଧୁ ସାହୁ //ବରଗଡ଼ (୩୦/୦୫): କରୋନାର ସୁପର୍ ସିକ୍ସ୍ ରେ ଅର୍ଥାତ କରୋନା ମହାମାରୀର ଏହି ଲକଡାଉନ୍ ସମୟରେ ଗୋଟିଏ ଦିନରେ ଛଅ ଜଣ ଯାକ ବରଗଡ଼...

Recent Comments

%d bloggers like this: