Friday, March 29, 2024

Top 5 This Week

Related Posts

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ରାୟଗଡ଼ା ଦ୍ୱାରା ଭିନ୍ନକ୍ଷମ ଦିବସ ପାଳିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୦୩/୧୨) : ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ରାୟଗଡ଼ା ପକ୍ଷରୁ ଆଜି ଘ.୧୧.୩୦ମି ରେ ସ୍ଥାନୀୟ କୋତାପେଟା ପଞ୍ଚାୟତ ଅଫିସରେ “ଭିନ୍ନକ୍ଷମ ଦିବସ” ପାଳିତ ହୋଇଯାଇଛି ।WhatsApp Image 2022 12 03 at 18.07.59 1 ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ରାୟଗଡ଼ା ଦ୍ୱାରା ଭିନ୍ନକ୍ଷମ ଦିବସ ପାଳିତ 

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ରାୟଗଡ଼ା ଦ୍ୱାରା ଭିନ୍ନକ୍ଷମ ଦିବସ କାର୍ଯ୍ୟକ୍ରମ ରେ ରାୟଗଡ଼ା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ଓକିଲ ଶ୍ରୀ ସାମୁଏଲ ତାଣ୍ଡି, ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ଡକ୍ଟର ଭି. ଲୋକନାଥ ରାଜୁ, କୋତାପେଟା ପଞ୍ଚାୟତର ସରପଞ୍ଚ, ପି.ଇ.ଓ, କୋତାପେଟା ପଞ୍ଚାୟତର ସମିତି ମେମ୍ବର ଓ ପରା ଲିଗାଲ୍ ଭଲ୍ୟୁଣ୍ଟର ଶ୍ରୀ ଜଗନ୍ନାଥ ମାଣ୍ଡାଗି ପ୍ରମୁଖ ଉପସ୍ଥିତ ଥିଲେ ।

ଉପସ୍ଥିତ ଅତିଥି ମାନେ ନିଜ ନିଜର ଅଭିଭାଷଣରେ ଭିନ୍ନକ୍ଷମ ମାନଙ୍କର ସାମ୍ବିଧାନିକ ଅଧିକାର ଓ ସରକାର ଙ୍କ ତରଫରୁ ସେମାନଙ୍କ ପାଇଁ ଉପଲବ୍ଧ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅଲୋକପାତ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତି ନିବେଦିତା ପଣ୍ଡା ଭିନ୍ନକ୍ଷମ ମାନଙ୍କ ପାଇଁ ଜାତୀୟ ସ୍ତରରେ ରହିଥିବା ଇନ୍ଦିରାଗାନ୍ଧୀ ପେନସନ୍ ଯୋଜନା ତଥା ରାଜ୍ୟ ସ୍ତରରେ ରହିଥିବା ମଧୁବାବୁ ପେନସନ୍ ଯୋଜନା କଥା କହିବା ସଙ୍ଗେ ସଙ୍ଗେ ଉଚ୍ଚତମ ନ୍ୟାୟାଳୟର ବିଭିନ୍ନ ରାୟ ଉପରେ ମଧ୍ୟ୍ୟ ବିସ୍ତତ ଆଲୋଚନା କରିଥିଲେ ।

ସର୍ବୋପରି ଏହି କାର୍ଯ୍ୟକ୍ରମରେ କୋତାପେଟା ପଞ୍ଚାୟତର ସରପଞ୍ଚ ଓ ଲୋକ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଛି ।

Popular Articles