Friday, March 29, 2024

Top 5 This Week

Related Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ – ୨୦୨୨

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୩/୧୨) : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ, ୨୦୨୨ ରାୟଗଡ଼ା ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଅଛି ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅନୁଷ୍ଠିତ । ଉକ୍ତ ଦିବସରେ ପୂର୍ବାହ୍ନ ୯ ଘଟିକା ସମୟରେ ମାଁ ମଝିଗୌରୀ ସି.ବି.ଓ ଦ୍ଵାରା ଆୟୋଜିତ ହୋଇଥିବା ଏକ ଷ୍ଟଲକୁ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଧର୍ମାନନ୍ଦ ବେହେରା ଉଦଘାଟନ କରିଥିଲେ ଓ ପତାକା ଦେଖାଇ ଏକ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏହା ପରେ ୧୧ ଘଟିକା ସମୟରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା ।

ଏଥିରେ ମୁଖ୍ୟ ଅତିଥି ରୂପେ ରାୟଗଡ଼ା ଜିଲ୍ଲାପାଳ, ଶ୍ରୀମତୀ ସ୍ଵଧା ଦେବ ସିଂ, ସମ୍ମାନିତ ଅତିଥି ରୂପେ ଆରକ୍ଷୀ ଅଧିକ୍ଷକ, ଶ୍ରୀ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଧର୍ମାନନ୍ଦ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ରାୟଗଡ଼ା , ଶ୍ରୀ ଲକ୍ଷ୍ମୀ ନାରାୟଣ ସାବତ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ, ଶ୍ରୀ ଲାଲମୋହନ ରାଉତରାୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ସୁରେନ୍ଦ୍ର ଗମାଙ୍ଗ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼ା, ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ଓ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ଗୁଣୁପୁର, ଶ୍ରୀ ଏଲ. ସନ୍ତୋଷ କୁମାର ସଭାରେ ଉପସ୍ଥିତ ଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ୧୭୮ ଜଣ କୁଷ୍ଠ ବାଧିତରୁ ଆରୋଗ୍ଯ ମାନଙ୍କୁ ଏମ୍. ସି. ଅର ଜୋତା, ୩୦ ଜଣଙ୍କୁ ମଧୁବାବୁ ଭିନ୍ନକ୍ଷମ ଭତ୍ତା, ୧୦ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ବାଣିଶ୍ରୀ ବୃତି, ୨ ଜଣ ଦମ୍ପତିଙ୍କୁ ବିବାହ ପ୍ରୋତ୍ସାହନ ରାଶି (ଜଣ ଦମ୍ପତିଙ୍କ ପିଛା ଟ. ୨,୫୦,୦୦୦/- ଙ୍କ।) ୧ ଜଣ ଦିବ୍ୟଙ୍ଗକୁ ଚକ ଲଗା ଚୌକି ଆଦି ବଣ୍ଟନ କରାଗଲା ।

ଏତଦ୍ବ୍ଯତୀତ ରାୟଗଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ରଚନା ଓ ବକୃତା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ଵାରା ପୁରସ୍କାର ବଣ୍ଟନ କରାଗଲା । ଉକ୍ତ ସଭାରେ ଦୁଇ ଜଣ ଦିବ୍ୟାଙ୍ଗ ଏଲ. ରମେଶ କୁମାର, ରାୟଗଡ଼ା ଓ ଶ୍ରୀ ଲକ୍ଷ୍ମଣ ଶବର, ପଦ୍ମପୁରଙ୍କୁ ଉପଢୌକନ ଓ ପ୍ରମାଣପତ୍ର ଦେଇ ସମ୍ମାନିତ କରାଗଲା ।

ଏହାପରେ ନୂତନ ଜ୍ଞାନବର୍ଦ୍ଧିନୀ ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଦ୍ଵାରା ଓ ରାୟଗଡ଼ା ଜିଲ୍ଲାର କିନ୍ନର ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା । ଏହି ଦିବସରେ ସମସ୍ତ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, କନିଷ୍ଠ କିରାଣୀ ଓ ପି.ଏ ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Popular Articles