“ମୋ ଡାକ୍ତରଖାନା ମୋ ଗର୍ବ ‘ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ: ଓଡିଶା ନ୍ୟୁଜ୨୪
ଗଞ୍ଜାମ(୦୫/୧୧): କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୋମବାର’ ମୋ ଡାକ୍ତରଖାନା ମୋ ଗର୍ବ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି | ଏଥିରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭିତର ଓ ବାହାର ସମୂହ ସଫେଇକୁ ସ୍ଥାନ ଦିଆଯାଇଛି | ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ମାସ ୧୫ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ |

ଡାକ୍ତରଖାନାର ପରିସରରେ କୁଢକୁଢ ଆବର୍ଜନା ଜମା ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଫେଇ କରାଯାଇ ପରିବେଶକୁ ସ୍ବଚ୍ଛ କରାଯାଇଛି | ଫଳରେ ଡାକ୍ତରଖାନାରେ ସୁନ୍ଦର ପରିବେଶ ସୃଷ୍ଟି ହୋଇଛି | ଏହି କାର୍ଯ୍ୟକ୍ରମରେ ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ପଣ୍ଡା, କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, କୋଦଳା ଏନ୍ ଏ ସି ନିର୍ବାହୀ ଅଧିକାରୀ ସୁଜିତ୍ କୁମାର ଚୌଧୁରୀ, ମେଡିକାଲ୍ ଇନ ଚାର୍ଜର ଡାକ୍ତର ଚିନ୍ମୟ ମିଶ୍ର, ସମସ୍ତ ଡାକ୍ତର ଓ କର୍ମଚାରୀ, ସ୍ବଚ୍ଛ ସାଥି, ବିଜୁ ଯୁବ ବାହିନୀର ସଦସ୍ୟ ମାନେ ଉପସ୍ଥିତ ରହି ସ୍ବଚ୍ଛତା ଉପରେ ସଚେତନତା କରାଇଥିଲେ |

Leave a Reply

This site uses Akismet to reduce spam. Learn how your comment data is processed.