କ୍ୟାନସରରେ ପୀଡିତ ମା ଶଯ୍ୟାଶାୟୀ, ଝିଅର ସହାୟତାରେ ବିତୁଛି ଦିନ

ରିପୋର୍ଟ: ଏନ ସନ୍ତୋଷ କୁମାର
ବୈପାରୀଗୁଡା(୦୩/୧୧): ଗରିବ ଲୋକଙ୍କ ମୁଖ୍ୟ ସତ୍ରୁ ହେଲା ରୋଗ | ଇଏ ଯେତେବେଳେ ଜଣକ ଦେହରେ ପ୍ରବେଶ କରେ ସେତେବେଳେ ଭାଇ ବନ୍ଧୁଙ୍କୁ ସାଥିରେ ନେଇ ଆସିଥାଏ | ଯେତେ ଶିଘ୍ର ଆସେ ସେତେ ଶିଘ୍ର ଯିବାର ନାଁ ଧରିନଥାଏ |

ବର୍ତ୍ତମାନର ଆଧୁନିକ ଚିକିତ୍ସା ବିଜ୍ଞାନରେ ରୋଗର ସଜ୍ଞା ନିରୁପଣ କରିବା ସହଜ କିନ୍ତୁ ଏଥିପାଇଁ ଦରକାର ପୁଳା ପୁଳା ଟଙ୍କା | ତେବେ ବିଚରା ଗରିବ ଲୋକ ପାଇବ ହଜାର ହଜାର ଟଙ୍କା | ଦେହର ରୋଗ ଜାଣି ହେଉନଥିବାବେଳେ କାଳ ସାଜିଛି ଗରିବି | କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି | କିନ୍ତୁ ଗରିବ ଲୋକେ ଏଥିରୁ ବଞ୍ଚିତ ହୋଇରହିଛନ୍ତି | ଏହିପରି ଏକ ଦୁଖଃଦ ଦୃଶ୍ୟ ଦେଖିବାକୁ ମିଳିଛି ବୈପାରୀଗୁଡା ବ୍ଲକ ଦଣ୍ଡାବାଡି ପଞ୍ଚାୟତ ପଣସପୁଟ ଗ୍ରାମରେ | ଉକ୍ତ ଗ୍ରାମର ମୁକ୍ତା ଖରା (୨୫) କୁଲିକାମ କରି ନିଜ ମାଁ ସହ ବହୁ କଷ୍ଟରେ ତେଲଲୁଣର ସଂସାର ଚଳାଉଥିବା ବେଳେ ମାଁଙ୍କ ହଠାତ କେନସର ରୋଗରେ ଆକ୍ରାନ୍ତ କଷ୍ଟଟି ଦ୍ବିଗୁଣିତ ହୋଇଯାଇଛି | କିଛି ଦିନ ଧରି କେନସର ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡି ରହିଛନ୍ତି ମୋତି | ହାତ ଗୋଡ ଆଉ କାମ କରୁନାହିଁ | ଝିଅର ସହାୟତାରେ ବିତୁଛି ଦିନ | କ୍ରମାଗତ ବୈପାରୀଗୁଡା, ଲମତାପୁଟ, ଜୟପୁର, କୋରାପୁଟ ଡାକ୍ତର ଖାନାକୁ ଯାଇ ଚିକିତ୍ସା ହେଲା ପରେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳିଳା ନାହିଁ, ଯାହାବି ଟଙ୍କା ପଇସା ଥିଲା ତାହା ଚିକିତ୍ସାରେ ଖର୍ଚ୍ଚ ହେଲା | ଏବେ ଟଙ୍କା ପଇସାର ଅଭାବ, ଭଗବାନଙ୍କ ଭରସାରେ ବିତୁଛି ଦିନ | ଶଯ୍ୟାଶାୟୀ ମାଁଙ୍କ ଅବସ୍ଥା ଦେଖି ଦୁଃଖରେ ଭାଙ୍ଗି ପଡିଛନ୍ତି ମୁକ୍ତି ଖରା | ସରକାରଙ୍କ ତରଫରୁ କୈଣସି ସହାୟତା ଯୋଗାଇ ଦେବା ପାଇଁ ଶୋକ ଭରା କଣ୍ଠରେ ଗୁହାରୀ କରୁଛନ୍ତି ଝିଅ ମୁକ୍ତି ଖରା | ଜିଲ୍ଲା ପ୍ରଶାସନ ତରଫରୁ ଏହି ଅସହାୟ ମହିଳାଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବାକୁ ବୁଦ୍ଧିଜିବୀ ମହଳରୁ ମତ ପ୍ରକାଶ ପାଇଛି |

Leave a Reply

This site uses Akismet to reduce spam. Learn how your comment data is processed.