ସ୍ୱାଭିମାନ ଅଞ୍ଚଳର ପ୍ରସୂତିଙ୍କୁ ପ୍ରଥମ ଅସ୍ତ୍ରୋପଚାର

ରିପୋର୍ଟ: ରାଜକମଲ ପୁରୋହିତ
ଚିତ୍ରକୋଣ୍ଡା(୦୨/୧୧): ଏଣିକି ଆଉ ସ୍ୱାଭିମାନ ଅଞ୍ଚଳର ପ୍ରସୂତିଙ୍କୁ ଅସ୍ତ୍ରୋପଚାର ପାଇଁ ଯିବାକୁ ପଡିବନି ମାଲକାନଗିରି । କାରଣ ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ପ୍ରଥମ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି |

ଆଜି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରଥମ ଥର ପାଇଁ ଏକ ଅସ୍ତ୍ରୋପଚାର କରଯାଇଛି | ପ୍ରଥମ ଥର ପାଇଁ ଅସ୍ତ୍ରୋପଚାର କରାଯାଇ ପ୍ରସୂତୀ ମହିଳା ଓ ନବଜାତ ଶିଶୁ ପୁତ୍ରକୁ ମରଣ ମୁହଁରୁ ଉଦ୍ଧାର କରିଛନ୍ତି ଡାକ୍ତର | ଯାହାକି ସ୍ୱାଭିମାନ ଅଂଚଳ ପାଇଁ ଏକ ଖୁସୀଖବର | ପୂର୍ବରୁ ଏହି ଅଂଚଳରେ ବିପଦ ରେ ଥିବା ପ୍ରସୂତୀ ମହିଳାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରା ଯାଉଥିଲା,ଯାହାକି ସୁରକ୍ଷିତ ମନେ କରାଯାଉ ନ ଥିଲା|

କିନ୍ତୁ ଆଜି ତାହାର ଅନ୍ତ ଘଟିଛି ଏବଂ ସ୍ଥାନୀୟ ମେଡିକାଲରେ ପ୍ରଥମ ଥରେ ଅସ୍ତ୍ରୋପଚାର କରି ପ୍ରସୂତୀ ମା ଓ ଶିଶୁଟିକୁ ମରଣ ମୁହଁରୁ ରକ୍ଷା କରାଯାଇଛି। ଡାକ୍ତର କହିଛନ୍ତି ମାଆ ଦେହ ଅତ୍ୟନ୍ତ ଖରାପ ଆଡକୁ ଗତି କରିବାରୁ ଅସ୍ତ୍ରୋପଚାର କରାଗଲା | ମା ସୁସ୍ତ ଥିଲା ବେଳେ ଗର୍ଭ ଭିତରେ ଶିଶୁଟି ମଳ ଖାଇ ଦେଇ ଥିବା ଯୋଗୁଁ ଶିଶୁ ପୁତ୍ରଟି ମାଲକାନଗିରି ସ୍ଥାନାନ୍ତର କରାଗଲା |

Comments are closed.