Tuesday, March 19, 2024

Top 5 This Week

Related Posts

ବୌଦ୍ଧ ଜିଲ୍ଲାରେ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ର ଦୁର୍ନୀତି

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨/୧୨) : ପୁଣି ବୌଦ୍ଧ ଜିଲ୍ଲାରେ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ର ଦୁର୍ନୀତି ଗନ୍ଧ । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ତଳଗାଁ ପଞ୍ଚାୟତ ର ବିଭିନ୍ନ ସମସ୍ୟା କୁ ନେଇ ଆଜି ପଞ୍ଚାୟତ ବାସୀ ଦୀର୍ଘ ୩ ଘଣ୍ଟା କାଳ ଟାଇଁ ଟାଇଁ ଖରାରେ ବି ଡି ଓ ଙ୍କୁ ଅଟକ ରଖି ପଞ୍ଚାୟତ ର ମୁଖ୍ୟ ସମସ୍ୟା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ନାମ ଥିବା ଯୋଗ୍ୟ ହିତାଧିକାରୀଙ୍କୁ କାଟି ଅଯୋଗ୍ୟ ହିତାଧିକାରୀଙ୍କୁ ସେହି ସ୍ଥାନ ରେ ପୁରାଇଥିବା ଅଭିଯୋଗ କରିଛନ୍ତି । ପୁଣି ବାର୍ଦ୍ଧକ୍ୟ ବୁଢାବୁଢୀ ମାନଙ୍କ ଦୁଃଖ କହିଲେ ନସରେ ।

ବୌଦ୍ଧ ଜିଲ୍ଲାରେ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ର ଦୁର୍ନୀତି । କେବେ ପଞ୍ଚାୟତ କର୍ଯ୍ୟାଳୟକୁ ତ କେବେ ବ୍ୟାଙ୍କ କୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ସାରିଲେଣି । କାହାର ଭତା ଟଙ୍କା ୪ ମାସରେ ପାସବୁକ କୁ ଆସୁଛି ତ ଆଉ କାହାର ୨ ମାସରେ ଥରେ । ଉକ୍ତ ପଞ୍ଚାୟତ ରେ ୧୬ ଟି ୱାର୍ଡ ଥିବା ବେଳେ ପଲ୍ଲୀ ସଭା ଏବଂ ଗ୍ରାମ ସଭା ମଧ୍ୟ ଠିକରେ ହେଉନି । ଏସବୁ ସମସ୍ୟା ଯୋଜନା ଜନହିତକର କାମରେ ଆସୁନଥିବା କୁ ନେଇ ଗତମାସରେ ପଞ୍ଚାୟତ ର ସହସ୍ରାଧିକ ମହିଳା ପୁରୁଷ ବ୍ଲକକୁ ଯାଇ ଦାବିପତ୍ର ବି ଡି ଓ ଙ୍କୁ ଦେଇଥିଲେ । ବିଡିଓ ରବିନ୍ଦ୍ର ନାଥ କହଁର ପଞ୍ଚାୟତ ବାସୀଙ୍କୁ କହିଥିଲେ ମୁଁ ଯାଇ ଗାଁ ଗାଁ ବୁଲି ତଦନ୍ତ କରିବି ।

ସେହି ଅନୁସାରେ GPO ଯତ୍ନ ମିଶ୍ର, ବ୍ଲକ ସମାଜ ମଙ୍ଗଳ ଅଧିକାରୀ ପ୍ରଦୀପ କୁମାର ନାୟକ, PEO ଗୁରୁଚରଣ ସେଠି, ବିରଞ୍ଚି ନାରାୟଣପଣ୍ଡା, ସରପଞ୍ଚ ପ୍ରତିମା କହଁର, ଏବଂ ଵ୍କକର ଆସିଷ୍ଟାଣ୍ଟ୍ ଇଂଜିନିୟର ବିଭାଗର ଅଧିକାରୀଗଣ ପହଂଚିଥିଲେ । ହେଲେ ବିଡିଓ ଦିବା ୧୨ଟା ସମୟରେ ପହଞ୍ଚିଲା ବେଳେ ଲୋକମାନଙ୍କ ଗହଳି ଦେଖି ବୁଦ୍ଧିବଣା ହୋଇଯାଇଥିଲା କ’ଣ କରିବେ ଜାଣି ପାରିଲେ ନାହିଁ । ପ୍ରାୟ ୧ଘଣ୍ଟା କାଳ ସମସ୍ତ ଅଧିକାରୀଂକ ସହ PEO ଅଫିସରେ ବୈଠକ କରିଥିଲେ ।

ଶେଷରେ ଲୋକେ ହୋ ହାଲା କଲାପରେ ବିଡିଓ ବାହାରକୁ ଆସିଥିଲେ ଏବଂ ସାମୁହିକ ସମସ୍ୟା ପ୍ରତି ପଚାରି ବୁଝିଥିଲେ ଏବଂ ମିଟିଂ ପରେ ଖଳିସାହିଗ୍ରାମକୁଯାଇ ୧୮ ଟି ପ୍ରଧାନମନ୍ତ୍ରୀ ଆବାସଗ୍ରୁହ ବିନା ପଇସା ବିନା ଅଡ଼ର୍ ରେ କାମ ଆରମ୍ଭ କରିଥିବାରୁ, ସେଠାକୁ ଯାଇ ଦେଖିଥିଲେ ତାପରେ ଲୁଣ୍ଡୁରୀଝୋରୀ ରାକାଡି, ଗଣ୍ଡାପାଜୁ ଯାଇ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ପକାଇଥିବା ଚାଳଛପର ଦଦରା ଘର ମାନ ଦେଖିଥିଲେ ।

ଏ ସବୁ ର କାର୍ପଟଦାର PEO ଗୁରୁଚରଣ ସେଠି, ସେ ଏହି ପଂଚାୟତ ରେ ଦୀର୍ଘ ୧୦ବର୍ଷ ହେବ ରହିଥିବାରୁ ମନ ଇଛାରେ ଦୁର୍ନୀତି କରି ଚାଲିଛନ୍ତି । ଏଣୁ PEO ଜିଆରଏସଂକୁ ଅନ୍ୟତ୍ର ପଞ୍ଚାୟତ କୁ ବଦଳି ପାଇଁ ଜନସାଧାରଣ ଦାବୀ କରିଛନ୍ତି । ଏଥିପ୍ରତି ଜିଲ୍ଲାପାଳ ପଦକ୍ଷେପ ନେବାପାଇଁ ଦାବୀ ହୋଇଥିବା ବେଳେ କେବେ ସୁଧୁରିବେ ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ଦୁର୍ନୀତି ଗ୍ରସ୍ତ ଅଫିସର ଓ ନ୍ୟାୟ ପାଇବେ ଜନ ସାଧାରଣ ।

Popular Articles