ଧର୍ମ ପରାୟଣା ଦୁଲାରୀ ଦେବୀ କେଜ୍ରିୱାଲଙ୍କ ଦେହାନ୍ତ

0
125
ଦେହାନ୍ତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଟିଟିଲାଗଡ, (୦୨/୧୧) : ଧର୍ମ ପରାୟଣା ଦୁଲାରୀ ଦେବୀ କେଜ୍ରିୱାଲଙ୍କ ଦେହାନ୍ତ ।

ହିନ୍ଦୁସ୍ଥାନ ସିଡ୍‌ସ ଗୃପ ଅଫ୍‌ କମ୍ପାନୀର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ବାର୍‌ ଏସୋସିଏସନ୍‌ର ସାଧାରଣ ସମ୍ପାଦକ ଜଣାଶୁଣା ବରିଷ୍ଠ ଆଇନଜୀବୀ ଗୋପାଳ ଚନ୍ଦ୍ର କେଜ୍ରିୱାଲଙ୍କ ଧର୍ମପତ୍ନୀ ଧର୍ମ ପରାୟଣା ଦୁଲାରୀ ଦେବୀ(୭୪)ଙ୍କ ଆଜି ଦେହାନ୍ତ ହୋଇଯାଇଛି । ସେ ଜଣେ ପରୋପକାରୀ, ମିଷ୍ଠଭାଷୀ, ଦରଦୀ, ମାତୃସୁଲଭ ଗୁଣରେ ପରିପୂର୍ଣ୍ଣା ମହିଳା ଭାବେ ଅଞ୍ଚଳରେ ବେଶ୍‌ ସୁନାମ ଅର୍ଜନ କରିଥିଲେ । ତାଙ୍କ ଦେହାନ୍ତରେ ଟିଟିଲାଗଡ ସହରରେ ଶୋକର ଛାୟା ଖେଳିଯାଇଛି ।