Friday, March 29, 2024

Top 5 This Week

Related Posts

ଅରିଗାଁ ଧନୁଯାତ୍ରା ର ତୃତୀୟ ସନ୍ଧ୍ୟା 

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧/୧୨) : ବିନିକା ବ୍ଲକ ଅରିଗାଁ ଧନୁଯାତ୍ରା ମହୋତ୍ସବ ର ଆଜି ତୃତୀୟ ସନ୍ଧ୍ୟାରେ ଅରିଗାଁ କ୍ରିକେଟ ଖେଳ ପଡିଆ (ମଥୁରା) ଠାରେ ମହାରାଜ କଂସ ଙ୍କ ଦରବାର ରେ ଦେବକୀ ର ସଡ଼ପୁତ୍ର ବିନାଶ, ସପ୍ତମ ଗର୍ଭ ସନ୍ତାନ ଅଦୃଶ୍ୟ, କୃଷ୍ଣଜନ୍ମ ଓ ପୁତୁନା କୁ ଗୋପପୁର ପ୍ରେରଣ ଆଦି ନାଟକ ମଞ୍ଚସ୍ଥ ହୋଇଥିଲା ।WhatsApp Image 2022 12 02 at 10.48.59 ଅରିଗାଁ ଧନୁଯାତ୍ରା ର ତୃତୀୟ ସନ୍ଧ୍ୟା 

ଗୋପପୁର (ଆଖିଦାଦର) ଠାରେ ଆଜି ନନ୍ଦ ଯଶୋଦା ଙ୍କ ପୁତ୍ରେଷ୍ଟି ଯଜ୍ଞ, ରୋହିଣୀ ଗର୍ଭ ରେ ଦେବେକି ର ସପ୍ତମ ଗର୍ଭର ଅଦୃଶ୍ୟ ସନ୍ତାନ ଏବଂ ଯଶୋଦା ଗର୍ଭ ରେ ବିଜୁଳି କନ୍ୟା ର ଆବିର୍ଭାବ । ବସୁଦେବ ମଥୁରାରୁ କୃଷ୍ଣ ଙ୍କୁ ନେଇ ନନ୍ଦ ରାଜା ଘରେ କୃଷ୍ଣ ଙ୍କୁ ଥୋଇ ବିଜୁଳି କନ୍ୟା କୁ ନେଇ ମଥୁରାପୁର କୁ ପ୍ରତ୍ୟାବର୍ତ୍ତନ ଆଦି ନାଟକ ହୋଇଛି । କଂସ ଭୂମିକାରେ ଗୋପାଳ ଦାଶ ଅଭିନୟ କରୁଥିବା ବେଳେ ଉଗ୍ରସେନ, ଦିଲୀପ, ମନ୍ତ୍ରୀ, ଅରୁଣ ଏବଂ ଶିବ, ବସୁଦେବ-କିଶୋର-ପୁତୁନା-ଦଣ୍ଡ ସମ୍ରାଟ ରସିକ ସାହୁ, ନାରଦ -ରାତ୍ର ବିଶ୍ୱାଳ, ଅକ୍ରୁର -ପଞ୍ଚା ଥନାପତି ପ୍ରମୁଖ ଅଭିନୟ କରିଥିଲେ । ଅନୁଷ୍ଠିତ ଅରିଗାଁ ଧନୁଯାତ୍ରା ମହୋତ୍ସବ ରେ କମିଟି ସଭାପତି ବିଶ୍ୱମ୍ଭର ମିଶ୍ର, ଗୋପପୁର ଉପଦେଷ୍ଟା ନରସିଂହ ଭୋଇ ପ୍ରମୁଖ ଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।WhatsApp Image 2022 12 02 at 10.48.58 ଅରିଗାଁ ଧନୁଯାତ୍ରା ର ତୃତୀୟ ସନ୍ଧ୍ୟା 

Popular Articles