Friday, August 14, 2020
Home headline ଆଞ୍ଚଳିକ ରାଜପୁତ କ୍ଷତ୍ରିୟ ସମାଜ ସମ୍ମିଳନୀ

ଆଞ୍ଚଳିକ ରାଜପୁତ କ୍ଷତ୍ରିୟ ସମାଜ ସମ୍ମିଳନୀ

ରିପୋର୍ଟ: ନିରୋଜ ପାଣି
ପାଇକମାଳ(୧.୧୧): ପାଇକମାଳ ବ୍ଳକ ଟେମିରି ଗ୍ରାମ ରେ ବ୍ଳକ ସ୍ତରୀୟ ଆଞ୍ଚଳିକ ରାଜପୁତ ସମାଜ ର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ପାଇକମାଳ ବରତୁଣ୍ଡା , ମିଠାପାଲି ,ବମ୍ ରିତ ଗ୍ରାମ ରୁ ରାଜପୁତ କ୍ଷତ୍ରିୟ ମାନେ ଯୋଗ ଦେଇଥିଲେ ।

ଉକ୍ତ ସଭାରେ ରାଜକୁମାର ସିଂହ ମୂଖ୍ୟ ଅତିଥି ସମ୍ମାନିତ ଅତିଥି ଭାବେ ହରିସିଂହ , ପ୍ରଫୁଲ୍ଲ ଠାକୁର ଏବଂ ଶରତ ଦାସ ଯୋଗଦେଇ ଥିଲେ । ରାଜପୁତ ସମାଜ କୁ ସୁଦୃଢ ତଥା ସଶକ୍ତିକରଣ କରି ବାର ଆବଶ୍ୟକ ଉପରେ ଗୁରୁତ୍ବ ଦେବାକୁ ଅନୁରୋଧ କରାଯାଇଥିଲା । ସଭାର ଉଦ୍ଦେଶ୍ୟ ଜ୍ଞାପନ ବିପିନ ବିହାରୀ ଠାକୁର କରିଥିବା ବେଳେ ସମଗ୍ର କାର୍ଯ୍ୟ କ୍ରମ କୁ ସନ୍ତୋଷ ସିଂ ଠାକୁର ପରିଚାଳନା କରିଥିଲେ । ସଭା ପ୍ରାରମ୍ଭରେ ସମାଜ ଇଷ୍ଟ ଦେବାଦେବୀ ମାଁ ଦୂର୍ଗା ଓ ରାଣା ପ୍ରତାପ ସିଂହ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ ତଥା ଦୀପ ପ୍ରଜ୍ବଳନ କରାଯାଇଥିଲା । ତୁକୁରାମ ଠାକୁର ,ପ୍ରଦୀପ ଠାକୁର ,ଭୋଜରାଜ ଠାକୁର , ଉପେନ୍ଦ୍ର ଠାକୁର , ସାରଦା ସିଂହ ପ୍ରମୁଖ ସହଯୋଗ କରିଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: