Friday, August 14, 2020
Home Business & Private ଛତୁଆ ବଣ୍ଟନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ଛତୁଆ ବଣ୍ଟନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ରିପୋର୍ଟ: ଦେବେନ୍ଦ୍ର ନାୟକ
କାଶୀପୁର(୩୧/୧୦): କାଶୀପୁର ବ୍ଲକ ରେ ସମନ୍ବିତ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ଛତୁଆ ବଣ୍ଟନକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି | ଯାହାକି ସରକାର ଓ ପ୍ରଶାସନକୁ ଚ୍ୟାଲେଞ୍ଜ କରିଛନ୍ତି ବୁଢାରଜା ଏସ ଏଚ ଜି ଗ୍ରୁପ | ଏହାର ମୁଖ୍ୟ କାରଣ ସେମାନେ ୨୦୧୧ ଠାରୁ ୧୪ଟି ଅଙ୍ଗନବାଡି କେନ୍ଦ୍ରକୁ ଛତୁଆ ବଣ୍ଟନ କରୁଥିବା ବେଳେ ଛତୁଆର ମନ ନିମ୍ନ ମାନର ଥିବା ବଣ୍ଟନକୁ ରଦ୍ଦ କରିଥିଲେ ରାୟଗଡା ଉପଜିଲ୍ଲାପାଳ |

ଏହି ପରିପ୍ରେକ୍ଷୀରେ କାଶୀପୁର ସ୍ଥିତ ମା ଭଗବତୀ ଏସ ଏଚ ଜି ଗ୍ରୁପ୍କୁ ଛତୁଆ ବଣ୍ଟନ କରିବା ପାଇଁ ରାୟଗଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ନିର୍ଦ୍ଦେଶ ଥିଲା ଏବଂ ଏହି ଅବସରରେ ରାୟଗଡା ଉପଜିଲ୍ଲାପାଳ ଙ୍କ ପତ୍ର ସଂଖ୍ୟା ୩୩୦୩/xxxxI – ୯୬/୨୦୧୯ ତା ୧୬.୧୦୨୦୧୯ ରିଖ ଜାରି କରାଯାଇଥିଲା | ଆମେ କାହିଁକି ଛତୁଆ ବଣ୍ଟନ କରିବୁ ନାହିଁ କହି ମା ଭଗବତୀ ଗ୍ରୁପ୍ର ସଦସ୍ୟ କୌଶଲ୍ୟା ନାଏକ ଆଜି ଛତୁଆ ବଣ୍ଟନ କରିଯାଇଥିବା ବେଳେ ମାରପିଟ କରିଥିବା ଉକ୍ତ ମହିଳା କହିଛନ୍ତି | ଏ ବିଷୟରେ ବୁଢାରଜା ଗ୍ରୁପର କୌଣସି ଉତ୍ତର ମିଳି ନ ଥିବା ବେଳେ ଭଗବତୀ ମହିଳା ମଣ୍ଡଳ ତରଫରୁ କାଶୀପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି | ଆମେ ଏହି ବିଷୟରେ ସିଡିପିଓଙ୍କୁ ପଚାରିବାରୁ ସେ କହିଥିଲେ ଯେ ଜିଲ୍ଲା ପ୍ରଶାସନ ତରଫରୁ କାଶୀପୁର ବ୍ଲକ୍ରେ ମାତ୍ର ୨ଟି ଏସ ଏଚ ଜି ଗ୍ରୁପ ଛତୁଆ ବଣ୍ଟନ କରିବା ପାଇଁ ନିର୍ଦ୍ଦେଶ ହୋଇଥିବା ବେଳେ କାଶୀପୁର ସ୍ଥିତ ମା ଭଗବତୀ ଏବଂ ପ୍ରିୟଦର୍ଶିନୀ ଗ୍ରୁପ୍କୁ ଏହି ଛତୁଆ ବଣ୍ଟନ ପାଇଁ ନିର୍ଦ୍ଦେଶ ଜାରି ହୋଇଛି ଏବଂ ବୁଢାରଜା ଗ୍ରୁପ୍କୁ ଜିଲ୍ଲା ପ୍ରଶାସନ ହିଁ କାଟି ଦେଇଛି | ଏହି ପରିପ୍ରେକ୍ଷୀରେ କାଶୀପୁର ସିଡିପିଓ ଶ୍ରୀମତୀ ମହାପାତ୍ର ନିଜେ ବୁଝାଇ ବୁଢାରଜା ଗ୍ରୁପ୍କୁ କହିଥିଲେ ସେମାନେ ମାନି ନ ଥିବା ନିଜେ ମହାପାତ୍ର କହିଛନ୍ତି | ଏ ଅବସରରେ ମା ଭଗବତୀ ଗ୍ରୁପର ସଭାପତି ଯୋଗେଶ୍ୱରୀ ନାଏକ, ସମ୍ପାଦକ କବିତା ମହାନ୍ତି ଏଭଳି ଘଟଣାକୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: