ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବିଶ୍ୱ ଏଡ଼ସ ଦିବସ ପାଳିତ

0
136
ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧/୧୨) : ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ବିଶ୍ୱ ଏଡ଼ସ ଦିବସ ଆଜି ପାଳିତ ହୋଇଯାଇଛି ।WhatsApp Image 2022 12 02 at 09.58.12 1 ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବିଶ୍ୱ ଏଡ଼ସ ଦିବସ ପାଳିତ

ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବିଶ୍ୱ ଏଡ଼ସ ଦିବସ ପାଳିତ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମିଳିତ ଭାବରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ବିଶ୍ୱରଂଜନ ପତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ କୁମୁଦିନୀ ମୁଦୁଲି, ସମ୍ପାଦକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ଏବଂ ସମ୍ମାନିତ ଅତିଥି ଭାବେ ଡ଼ଃ ଦୈତ୍ୟ ନାରାୟଣ ପାଢ଼ୀ, ଏ ଡି ଏମ ଓ -ପରିବାର କଲ୍ୟାଣ, ଡ଼ଃ ମନୋଜ ଅଦାବର, ଜନସ୍ୱାସ୍ଥ୍ୟ ଅଧିକାରୀ, ଡ଼ଃ ରମେଶ ଚନ୍ଦ୍ର ସ୍ୱାଇଁ, ଏ ଡି ପି ଏଚ ଓ (ରୋଗ ନିୟନ୍ତ୍ରଣ ), ବିଶ୍ୱମ୍ବର ବେହେରା, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପ୍ରମୁଖ ମଞ୍ଚାସିନ ଥିଲେ ।

“ରୋଗୀକୁ ନୁହେଁ ରୋଗକୁ ଘୃଣା କରିବା” ମାନସିକ, ଶାରୀରିକ, ସାମାଜିକ, ଆଧ୍ୟାତ୍ମିକ ଓ ମନୋବୈଜ୍ଞାନିକ ଅବସ୍ଥାକୁ ବିଚାର କରି ସଂଯମତା ଅବଲମ୍ବନ ପୂର୍ବକ ସଂକଳ୍ପ ନେଇ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଅତିଥି ବୃନ୍ଦ । ଆମେ ସମସ୍ତେ ନୈତିକତାର ସହ ସମଭାବପନ୍ନ ଚିନ୍ତା ପୋଷଣ ପୂର୍ବକ କାର୍ଯ୍ୟ କଲେ ଏହି ରୋଗ କୁ ସମାଜ ରୁ ହ୍ରାସ କରିବା ସହ ଜଣେ ରୋଗୀ ସମାଜରେ ନିଃ ସଙ୍କୋଚରେ ବଞ୍ଚିବା କୁ ଆଗ୍ରହ ପ୍ରକାଶ କରିପାରିବ ।

ସଭା ପ୍ରାରମ୍ଭରେ ଦିବସ ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ବିଶ୍ୱ ରଞ୍ଜନ ପତି ଉପସ୍ଥିତ ସମସ୍ତଙ୍କୁ ଏଡ଼ସ ବିରୁଦ୍ଧରେ ସାମୁହିକ ସଂଗ୍ରାମ କରିବାକୁ ଶପଥ ପାଠ କରାଇ ଥିଲେ । ଏଡ଼ସ ଦିବସ ପାଳନ ଅବସରରେ ଅନୁଷ୍ଠିତ ସାଧାରଣ ଜ୍ଞାନ ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ସୋନପୁର ମହାବିଦ୍ୟାଳୟ, ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ, ସରକାରୀ ନର୍ସିଙ୍ଗ ସ୍କୁଲ, ବିଜୁପଟ୍ଟନାୟକ ନର୍ସିଙ୍ଗ ସ୍କୁଲ, ସୋନପୁର ନର୍ସିଙ୍ଗ ସ୍କୁଲ, ସୋନପୁର କଲେଜ ଅଫ ନର୍ସିଙ୍ଗ ଙ୍କୁ ମଧ୍ୟ ଅଂଶ ଗ୍ରହଣ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।WhatsApp Image 2022 12 02 at 09.58.11 ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବିଶ୍ୱ ଏଡ଼ସ ଦିବସ ପାଳିତ

କ୍ଷୀରୋଦ ବିହାରୀ ପଣ୍ଡା, ସି ସି ଟୀ ସଭା ସଂଯୋଜନା କରିଥିବା ବେଳେ ଗୀତାଞ୍ଜଳି ମେହେର, ସହ ପରିଚାଳିକା, ଅଣସଂକ୍ରମକ ରୋଗ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଶେଷରେ ଅଂଶଗ୍ରହଣ କରିଥିବା ମହାବିଦ୍ୟାଳୟ ଓ ନର୍ସିଙ୍ଗ ସ୍କୁଲ ର ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସଚେତନତା ମୂଳକ ବିଭିନ୍ନ ମନଛୁଆଁ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା । ଦିବସ ପରିପ୍ରେକ୍ଷୀରେ ଆଜି ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଏଡ଼ସ ସଚେତନତା ନିମନ୍ତେ ଆୟୋଜିତ ଏକ ଶୋଭାଯାତ୍ରା କୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ପତି ଓ ସମ୍ପାଦକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀମତୀ ମୁଦୁଲି ସବୁଜ ପତାକା ପ୍ରଦର୍ଶନ କରି ଶୁଭାରମ୍ଭ କରିଥିଲେ ।

ଜିଲ୍ଲା ସମନ୍ୱିତ ପରାମର୍ଶ ଦାତା ତଥା ଜିଲ୍ଲା ପରିଦର୍ଶକ ସୁଦାମ ପଧାନ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଦିବସର ବିଭିନ୍ନ କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ ବିଭାଗ ର ପ୍ରଦ୍ୟୁମ୍ନ ସାହୁ, ପ୍ରମୋଦ କୁମାର ସାହୁ ତଥା ଡି ଏଲ ଏସ ଏ ର କର୍ମକର୍ତ୍ତା ଓ ସ୍ୱାସ୍ଥ୍ୟ ବିଭାଗ ର କର୍ମକର୍ତ୍ତା, ବିଭିନ୍ନ ଗଣମାଧ୍ୟମ ର ଜିଲ୍ଲା ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ ।