Friday, August 14, 2020
Home 5 T programme ଜି.ଉଦୟଗିରିରେ ଆମ ପୋଲିସ ସମିତି ବୈଠକ

ଜି.ଉଦୟଗିରିରେ ଆମ ପୋଲିସ ସମିତି ବୈଠକ

ରିପୋର୍ଟ: ଜଗଦୀଶ ଦାସ
ଜି.ଉଦୟଗିରି(୦୧.୧୧): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ତରଫରୁ ଥାନା ପରିସରରେ ସ୍ଥାନୀୟ ଲୋକଙ୍କୁ ନେଇ ଆମ ପୋଲିସ ସମିତି ବୈଠକ ଗତକାଲି ସନ୍ଧ୍ୟାରେ ବିଦ୍ୟୁତ ସରବରାହ ନ ଥାଇ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ବୈଠକରେ ମୂଖ୍ୟ ଅତିଥି ରୂପେ ସ୍ଥାନିୟ ଏସ ଡି ପି ଓ ଜୟକୃଷ୍ଣ ବେହେରା ଯୋଗଦେଇ ପୁଲିସର ବ୍ୟବହାର,କାର୍ଯ୍ୟଶୈଳୀ ତଥା ସ୍ଥାନିୟ ଜନସାଧାରଣଙ୍କ ସହ ସମ୍ପର୍କ କିପରି ରହିବା ଆବଶ୍ୟକ, ମୋ ସରକାର ଓ ୫ଟି କାଯ୍ର୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଏହା ବ୍ୟତିତ ସ୍ଥାନିୟ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ସହ ଚୋରା ଦେଶି ମଦ କାରବାର ବନ୍ଦ କରିବା,ଖାଲିପଡିଥିବା ପଦବୀ ଶୀଘ୍ର ପୁରଣ କରିବା,ପଣସ ବାଙ୍କ ଓ କଳିଙ୍ଗା ଘାଟିରେ ବାରମ୍ବାର ଘଟୁଥିବା ଦୁର୍ଘଟଣାର ପ୍ରତିକାର କରିବା, ଚୋରା ଗଞ୍ଜେଇ ଚାଲାଣ ରୋକିବା,ଟ୍ରାଫିକ୍ ସମସ୍ୟା ଆଦି ପ୍ରସଙ୍ଗରେ ଉପସ୍ଥିତ ବ୍ୟକ୍ତିମାନଙ୍କ ସହ ବିସ୍ତୃତଭାବେ ଆଲୋଚନା କରାଯାଇଥିଲା।।ଉକ୍ତ ବୈଠକରେ ଆଇ ଆଇ ସି ଚିତ୍ତରଞ୍ଜନ ବେହେରା,ଏସ ଆଇ କୌଶଲ୍ୟା ବେହେରା ଏ ଏସ ଆଇ ସୁବାଷ ଚନ୍ଦ୍ର ପ୍ରଧାନ ଆଦି ଉପସ୍ଥିତ ଥିଲେ।ରାଇକିଆ ରୁ ଜଗଦୀଶ ଦାସ

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: