ମା ମାର୍କମା ଯୁକ୍ତ ତିନି ମହାବିଦ୍ୟାଳୟ ରେ ବିଶ୍ୱ ଏଡ୍ସ ଦିବସ ପାଳିତ

0
120
ମା ମାର୍କମା ଯୁକ୍ତ ତିନି

ରିପୋର୍ଟ : ନରତ୍ତମ ପାଢ଼ୀ
ରାୟଗଡ଼ା, (୦୧ /୧୨) : ମା ମାର୍କମା ଯୁକ୍ତ ତିନି ମହାବିଦ୍ୟାଳୟ ରେ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି ।WhatsApp Image 2022 12 01 at 20.23.12 1 ମା ମାର୍କମା ଯୁକ୍ତ ତିନି ମହାବିଦ୍ୟାଳୟ ରେ ବିଶ୍ୱ ଏଡ୍ସ ଦିବସ ପାଳିତ

ମା ମାର୍କମା ଯୁକ୍ତ ତିନି ମହାବିଦ୍ୟାଳୟ ରେ ବିଶ୍ୱ ଏଡ୍ସ ଦିବସ ପାଳିତ । ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଡକ୍ଟର ଶ୍ରୀମତୀ ଜାନ୍ହବି ବେହେରା ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ସେ ଏଡ୍ସ ର ଭୟାବହତା ସମ୍ପର୍କରେ ଆଲୋଚନା ରେ ଭାଗ ନେଇ ନିଜର ବକ୍ତବ୍ୟ ରଖିବା ସହିତ ଛାତ୍ରଛାତ୍ରୀ ମାନଙ୍କର ସଂଶୟ ଦୂର କରିଥିଲେ । ଏହି କାର୍ଯ୍ୟକ୍ରମ କୁ ୟୁଥ ରେଡ଼ କ୍ରସ ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ତ୍ରିପାଠୀ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ଅଧ୍ୟକ୍ଷ ଡକ୍ତର ଅଶ୍ୱିନୀ କୁମାର ପଣ୍ଡା ବିଶ୍ୱ ଏଡ୍ସ ଦିବସ କାହିଁକି ପାଳନ କରାଯାଏ ତାହା ବର୍ଣ୍ଣନା କରିଥିଲେ ।

ଅଧ୍ୟାପକ ତଥା ପୂର୍ବତନ ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀ ନିରଞ୍ଜନ ପାଢ଼ୀ ଏହାର ଭୟାବହତା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ପରିଶେଷରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ସୁଧୀସାଗର ପରିଛା ଧନ୍ୟବାଦ ଅର୍ପଣ କରିଥିଲେ ।