Friday, August 14, 2020
Home Death Case କଲିନାଜୁ ଡ୍ୟାମରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

କଲିନାଜୁ ଡ୍ୟାମରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ରିପୋର୍ଟ: ଜଗଦୀଶ ଦାସ
ଜି.ଉଦୟଗିରି(୦୨/୧୧): ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତ କଲିନାଜୁ ଗ୍ରାମ ନିକଟସ୍ଥ ଡ୍ୟାମରେ ବୁଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । କଲିନାଜୁ ଗ୍ରାମର ରାଜକିଶୋର ପ୍ରଧାନ(୬୦) ନାମକ ଜଣେ ବୃଦ୍ଧ ୩୦.୧୦.୧୯ ତାରିଖ ଦିନ ସନ୍ଧ୍ୟାରେ ସଉଚ କରିବା ସମୟରେ ବୋଧେ ଗୋଡ ଖସିଯାଇଥିଲା | ତାପର ଦିନ ଅର୍ଥାତ ୩୧.୧୦ ୧୯ ତାରିଖ ସକାଳେ ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଅଗ୍ନିଶମ ବିଭାଗ ଅଧିକାରୀ ଭବେନ୍ଦ୍ର ନାଥ ଦେଙ୍କ ନେତୃତ୍ବରେ ଅଗ୍ନିଶମ କର୍ମଚାରୀ ଦଳ ତୁରନ୍ତ ଡ୍ୟାମ ନିକଟରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । ଡ୍ୟାମରେ ବହୁତ ପାଣୀ ଥିବାରୁ ସନ୍ଧ୍ୟା ସୁଧା କିଛି ପତ୍ତା ନ ପାଇ ଅଗ୍ନିଶମ ଦଳ ଫେର ଆସିଥିଲେ । କାଲି ସନ୍ଧ୍ୟାରେ ରାଜକିଶୋରଙ୍କ ଘର ଲୋକ ଥାନାକୁ ଆସି ନିଖୋଜ ହୋଇଥିବା ଏତଲା ଦେଇଥିଲେ । କିନ୍ତୁ ଆଜି(ଶୁକ୍ରବାର) ରାଜକିଶୋରର ଶବ ଡ୍ୟାମରେ ଭାସୁଥିବା ଗ୍ରାମବାସୀ ଦେଖିଥିଲେ । ଏନେଇ ମୃତକର ଭାଇ ନୈବେଦ୍ୟ ପ୍ରଧାନ ଆସି ଥାନାରେ ଖବର ଦେବାପରେ ପୁଲିସ ଆଇ ଆଇ ସି ଚିତରଞ୍ଜନ ବେହେରାଙ୍କ ନେତୃତ୍ବରେ ପୁଲିସ ଟିମ ନେଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ଅଧିକାରୀ ଶ୍ରୀ ଦେଙ୍କ ନେତୃତ୍ବରେ ଅଗ୍ନିଶମ ଦଳ ପୁଲିସ ଏବଂଲୋକଙ୍କ ଉପସ୍ଥିତିରେ ଡ୍ୟାମ ପାଣୀ ଭିତରୁ ରାଜକିଶୋରର ମୃତଦେହ ବାହାରକୁ ବାହାର କରିଥିଲେ । ଏ ନେଇ ୧୫/୧୯ରେ ଏକ ଅପମୃତ୍ବୁ ମାମଲା ରୁଜୁ କରି ଏସ ଆଇ କୌଶଲ୍ୟା ବେହେରାଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିବା ପୁଲିସ ସୁତ୍ରରୁ ପ୍ରକାଶ । ଘଟଣା ସ୍ଥଳରେ ଆଇ ଆଇ ସିଙ୍କ ସହ ଏସ ଆଇ କୌଶଲ୍ୟା ବେହେରା,ଏ ଏସ ଆଇ ସୁବାଷ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: