ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି ଭାବେ ସନ୍ତୋଷ କୁମାର ବଛା ମନୋନୀତ

0
192
ଜିଲ୍ଲା କଳା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୦୧/୧୨) : ରାୟଗଡ଼ା ଜିଲ୍ଲା ଜିଲ୍ଲା କଳା ସଂସ୍କୃତି ସଂଘ ର ଉପସଭାପତି ଚୟନ ପ୍ରକ୍ରିୟା ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ ଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମସ୍ତ ବ୍ଲକ କଳା ଉପସଭାପତି ଏବଂ ନଗରକଳା ଉପସଭାପତିଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ।WhatsApp Image 2022 12 01 at 18.14.22 ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି ଭାବେ ସନ୍ତୋଷ କୁମାର ବଛା ମନୋନୀତ

ଜିଲ୍ଲାକଳା ସଂସ୍କୃତି ସଂଘ ଉପସଭାପତି ଭାବେ ସନ୍ତୋଷ କୁମାର ବଛା ମନୋନୀତ । ଏଥିରେ ଯୁବ କଳାକାର ତଥା କଲ୍ୟାଣସିଂପୁର ବ୍ଲକ କଳା ସଂସ୍କୃତି ସଙ୍ଘର ଉପସଭାପତି ସନ୍ତୋଷ କୁମାର ବଚ୍ଛାଙ୍କୁ ଜିଲ୍ଲା ଉପସଭାପତି ଚୟନ କରାଗଲା । ଜିଲ୍ଲାପାଳ ଶ୍ରୀମତୀ ସିଂ ନୁତନ ଉପସଭାପତିଙ୍କୁ ସ୍ଵାଗତ କରିବା ସହିତ ଜିଲ୍ଲାର ପାରମ୍ପାରିକ ଲୋକକଳାକୁ ଉଜ୍ଜୀବିତ କରି ଜିଲ୍ଲାର କଳାଓ କଳାକାର ମାନଙ୍କ ବିକାଶ ନିମନ୍ତେ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ ।

ଏଥିରେ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଧର୍ମାନନ୍ଦ ବେହେରା, ସି.ଡି.ଓ-କମ୍‍- ଇ.ଓ ଜିଲ୍ଲାପରିଷଦ, ଶ୍ରୀ ରବି ନାରାୟଣ ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ, ସୁଶ୍ରୀ ସୁସ୍ମିତା ବାଉରୀ, ବରିଷ୍ଠ ରାଜସ୍ୱ ସହାୟକ ରାମଚନ୍ଦ୍ର ପାତ୍ର, ଜିଲ୍ଲା ସଂସ୍କୃତିକ ସଂଯୋଜକ ପ୍ରଦୀପ କୁମାର ମାଲବିଶୟୀ, ପୀତବାସ ବିଶ୍ୱାଳ,ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।