ରାୟଗଡ଼ା ଜିସିଡି ଜିଲ୍ଲା ହାଇସ୍କୁଲ ପରିସରରେ “ବିଶ୍ୱ ଏଡସ୍ ଦିବସ ଓ ସମ୍ବିଧାନ ସପ୍ତାହ ପାଳିତ

0
115
ରାୟଗଡ଼ା ଜିସିଡି

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ( ୦୧/୧୨) : ଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡ଼ା ପକ୍ଷରୁ ଅଦ୍ୟ ତା-୦୧-୧୨-୨୦୨୨ ରିଖ ସମୟ ଘ.୧୧.୩୦ମି ରେ ରାୟଗଡ଼ା ଜିସିଡି ଜିଲ୍ଲା ହାଇସ୍କୁଲ ପରିସରରେ “ବିଶ୍ୱ ଏଡସ୍ ଦିବସ ଓ ସମ୍ବିଧାନ ସପ୍ତାହ ” ପାଳିତ ହୋଇଯାଇଛି ।WhatsApp Image 2022 12 01 at 18.10.00 ରାୟଗଡ଼ା ଜିସିଡି ଜିଲ୍ଲା ହାଇସ୍କୁଲ ପରିସରରେ “ବିଶ୍ୱ ଏଡସ୍ ଦିବସ ଓ ସମ୍ବିଧାନ ସପ୍ତାହ ପାଳିତ

ରାୟଗଡ଼ା ଜିସିଡି ଜିଲ୍ଲା ହାଇସ୍କୁଲ ପରିସରରେ “ବିଶ୍ୱ ଏଡସ୍ ଦିବସ ଓ ସମ୍ବିଧାନ ସପ୍ତାହ ପାଳିତ । ଏହି କାର୍ଯ୍ୟକ୍ରମ ରେ ରାୟଗଡ଼ା ଜିଲ୍ଲା ଦୌରା ଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା, ରେଜିଷ୍ଟ୍ରାର ଶ୍ରୀ ଦେବିଜ୍ୟୋତି ମହାପାତ୍ର, ଉପଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ଗୁରୁଚରଣ ଜେନାମଣୀ, ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀ ଚନ୍ଦନ ଦେହୁରୀ ଓ ଜିସିଡି ଜିଲ୍ଳା ହାଇସ୍କୁଲ ର ପ୍ରଧାନ ଶିକ୍ଷକ, ଅନ୍ୟ ଶିକ୍ଷକ ବୃନ୍ଦ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରି ବକ୍ତା ମାନେ ନିଜ ନିଜର ବକ୍ତବ୍ୟରେ ଏଡସ୍ ରୋଗ ପ୍ରଥମେ କେଉଁଠାରେ ଦେଖା ଯାଇଥିଲା, କେବେ ସର୍ବପ୍ରଥମେ ଭାରତରେ ଏଡସ୍ କୁ ଚିହ୍ନଟ କରାଗଲା ଓ ଏହା କିପରି ଦ୍ରୁତ ଭାବରେ ବ୍ୟାପିଲା ସେ ସମ୍ପର୍କରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ରୋଗ ବ୍ୟାପିବାର ବିଭିନ୍ନ କାରଣ, ଲକ୍ଷଣ ଓ ନିରାକରଣ ର ବିଭିନ୍ନ ଦିଗ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ ।

“ଜାଣିଲେ ଜିଣିବା” ଅର୍ଥାତ୍ ଏଡସ୍ ରୋଗୀକୁ ଘୃଣା ନକରି ଏହି ରୋଗକୁ ଘୃଣା କରିବା ସହିତ ରୋଗ ବ୍ୟାପିବାର କାରଣ ମାନଙ୍କ ସଂପର୍କରେ ଅବଗତ କରିଥିଲେ । ପରିଶେଷରେ ସମ୍ବିଧାନ ସପ୍ତାହ ଉଦେଶ୍ୟରେ ଜିଲ୍ଲା ଦୌରା ଜଜ୍ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ ଉପସ୍ଥିତ ଥିବା ସମସ୍ତଙ୍କୁ ନିଜର ଅଭିଭାଷଣ ମାଧ୍ୟମରେ ଆଇନ୍ ର ମହତ୍ବ, ଆଇନର ଉତ୍ପତ୍ତି, କାର୍ଯ୍ୟଧାରା, ସମ୍ବିଧାନର ଆବଶ୍ୟକତା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ । ସର୍ବଶେଷ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡ଼ା ଦ୍ୱାରା ଉପଲବ୍ଧ ଥିବା ବିଭିନ୍ନ ମାଗଣା ଆଇନ୍ ସହାୟତା ଉପରେ ଆଲୋକପାତ କରିଥିଲେ ।

ପରିଶେଷରେ ପିଲା ମାନଙ୍କ ମଧ୍ୟରେ ରଚନା, ଚିତ୍ରାଙ୍କନ, ବକୃତା ଓ ସ୍ଲୋଗାନ ପ୍ରତିଯୋଗିତା କରାଯାଇଥିଲା । ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପିଲା ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ସର୍ବୋପରି ଏହି କାର୍ଯ୍ୟକ୍ରମରେ ଜିସିଡି ଜିଲ୍ଲା ହାଇସ୍କୁଲ ଛାତ୍ରଛାତ୍ରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି ।