ରାୟଗଡାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡା(୦୧/୧୧): ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଦଦ୍ଭାବନା କକ୍ଷଠାରେ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ବେହେରା ଦୁର୍ନୀତି ହ୍ରାସ କରିବା ପାଇଁ ବୈଠକରେ ଉପସ୍ଥିତ ସମସ୍ତ ସରକାରୀ ଅଧିକାରୀ,ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ମାନଙ୍କୁ ଶପଥ ପାଠ କରାଇଥିଲେ ।

ଏଥିସହ ସ୍ୱାର୍ଥପରତା ମଣିଷକୁ ଦୁର୍ନୀତିର ମୁହଁକୁ ଠେଲି ଦେଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଯୋଗଦେଇ ସମାଜରୁ ପ୍ରତ୍ୟକ ସ୍ତରରୁ ଦୁର୍ନୀତି ବିରୁଦ୍ଧରେ ସଚେତନ କରାଗଲେ ଏକ ଦୁର୍ନୀତି ମୁକ୍ତ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି କହିଥିଲେ । ସେହିପରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ଼ଃ. ଶ୍ରାଭୋଣା ବିବେକ ଏମ ସମ୍ବାନୀତ ଅତିଥି ଭାବେ ଯୋଗଦେଇ ସୁସ୍ଥ ସମାଜ ଗଠନ ପାଇଁ ଆହ୍ୱାନ କରିବା ସହ କୌଣସି ସରକାରୀ କିମ୍ବା ବେସରକାରୀ କାର୍ଯ୍ୟଳୟ ତଥା ଯେ କୌଣସି ସ୍ଥାନରେ ଯଦି କେହି କାର୍ଯ୍ୟ କରାଇ ଦେବା ନାମରେ ଉତ୍କୋଚମାଗେ ତାହେଲେ ସ୍ଥାନୀୟ ପୋଲିସ ଥାନା କିମ୍ବା ଦୁର୍ନୀତି ନିବାରଣ ବିଭାଗକୁ ସୂଚନା ଦେବା ପାଇଁ କହିଥିଲେ । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାୟଗଡା ଶାଖା ଦୁର୍ନୀତି ନିବାରଣ ବିଭାଗର ଉପ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଧେଶ୍ୟ ସମ୍ପର୍କରେ ଉପସ୍ଥାପନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ସପ୍ତାହ ପାଳନ ଅବସରରେ ଗୁରୁବାର ସକାଳ ସାଢ଼େ ସାତଟା ସମୟରେ ସ୍ଥାନୀୟ ଗଜପତି ଛକ ଠାରୁ ଏକ ସଚେତନତା ଶୋଭାଯାତ୍ରାକୁ ଜିଲ୍ଲାପାଳ ଶ୍ରୀ ବେହେରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ଏଥିରେ ସ୍ୱୟଂଶାସିତ ମହା ବିଦ୍ୟାଳୟ,ମହିଳା ମହା ବିଦ୍ୟାଳୟ,ସେଂଚ୍ୟରିୟାନ ଓ ଆଇଟିଆଇ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

Comments are closed.