Friday, March 29, 2024

Top 5 This Week

Related Posts

କେନ୍ଦ୍ରୀୟ ଖାଦ୍ୟ ସଚିବଙ୍କ କୋରାପୁଟ ଗସ୍ତ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୦୨/୧୨) : କେନ୍ଦ୍ରୀୟ ଫୁଡ କର୍ପୋରେସନ ଶାସନ ସଚିବ ଅଶୋକ କୁମାର କାଲୁଆରାମ ମିନା କୋରାପୁଟ ଜିଲ୍ଲାକୁ ଦୁଇଦିନିଆ ଗ୍ରସ୍ତରେ ଆସିଛନ୍ତି ।WhatsApp Image 2022 12 01 at 17.46.28 କେନ୍ଦ୍ରୀୟ ଖାଦ୍ୟ ସଚିବଙ୍କ କୋରାପୁଟ ଗସ୍ତ

କେନ୍ଦ୍ରୀୟ ଖାଦ୍ୟ ସଚିବଙ୍କ କୋରାପୁଟ ଗସ୍ତ । ବୋରିଗୁମ୍ମା ବ୍ଲକ ସବୁକ୍ଷେତ୍ରରେ ଏକ ଶ୍ରେଷ୍ଠ ବ୍ଲକ ଭାବେ ଗଢିତୋଳିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରରେ ଏକାଧିକ ଯୋଜନା ପ୍ରକଳ୍ପର କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ମହିଳା ମାନଙ୍କୁ ସାମଗ୍ରିକ ଭାବେ ସଶକ୍ତ କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ନିୟମିତ ବ୍ୟବଧାନରେ ବିଭିନ୍ନ ପଞ୍ଚାୟତ ରେ ନୁଆଁ ନୁଆଁ ୧୫ ଗୋଟି ପ୍ରକଳ୍ପ ପରିଦର୍ଶନ କରି ବ୍ଲକର ଉନ୍ନୟନ କାର୍ଯ୍ୟକୁ ନେଇ ସମୀକ୍ଷା କରିଥିବା ବେଳେ ଜିଲ୍ଲାପାଳ ଅବ୍ଦାଲ ମହମ୍ମଦ ଅଖତାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣୟ ରଞ୍ଜନ ବେହେରା, ଏ.ଇ. ସତ୍ୟନାରୟଣ ସେଠି ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ପରିପ୍ରେକ୍ଷୀରେ ବୁଧବାର ବୋରିଗୁମ୍ମା ବ୍ଲକର ୧୫ଟି ଗୁରୁତ୍ୱପୂର୍ଣ ଉନ୍ନୟନ ମୂଳକ ପ୍ରକଳ୍ପର ପରିଦର୍ଶନ କରିଛନ୍ତି ଶ୍ରୀ ମୀନା । ପ୍ରଥମେ ବୋରିଗୁମ୍ମାରେ ନିର୍ମିତ ଷ୍ଟାଡିୟମର ପରିଦର୍ଶନ ରେ ଯାଇ ନିର୍ମାଣ କାମର ସମୀକ୍ଷା କରିଥିଲେ ।ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଆହାର କେନ୍ଦ୍ର, ବୋରିଗୁମ୍ମା ଆଉଁଳି ପଞ୍ଚାୟତର ଏନ୍. ଏଚ୍. ପାର୍ଶ୍ୱ ରେ ନିର୍ମିତ ରାଜ୍ୟର ପ୍ରଥମ ଫୁଡକୋର୍ଟ କୁ ଯାଇଥିଲେ ଏବଂ ୧୦ ଟି ସ୍ୱୟଂ ସହାୟିକା ମହିଳା ମାନଙ୍କ ଦ୍ୱାରା ପରିଚାଳିତ ଷ୍ଟଲ ବୁଲି ଦେଖି ଥିଲେ । ପରେ ଜୁଝାରୀ ଗ୍ରାମୀଣ କୃଷି ଉଦ୍ୟୋଗ ତଥା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ରେଶମ ପୋକ ପାଳନ କେନ୍ଦ୍ର ଦେଖିବାକୁ ଯାଇଥିଲେ ।

ଏହାପରେ ବୋରିଗୁମ୍ମା ପଞ୍ଚାୟତ ପରିସରରେ ମହିଳାମାନଙ୍କ ପାଇଁ ନିର୍ମିତ ବିୟୁଟି ପାର୍ଲର, ମିଶନଶକ୍ତି କ୍ୟାଣ୍ଟିନ, ସପିଙ୍ଗ ମଲ ଓ ସ୍କୁଲ ୟୁନିଫର୍ମ ସିଲେଇ କେନ୍ଦ୍ର, ଲାଇବ୍ରେରୀ, କଣାଗାଁ ମିଶନ ଶକ୍ତି ମହିଳା ମାନଙ୍କ ଦ୍ୱାରା ପରିଚାଳିତ ବ୍ରିକ୍ସ ଫେକ୍ଟରୀ ଓ କୁକୁଡ଼ା ଫାର୍ମ, କୋଷାଗୁଡା ସ୍ଥିତ ମିଶନ ଶକ୍ତି ଫୁଡକୋର୍ଟ, 5T ହାଇସ୍କୁଲ ପ୍ରକଳ୍ପ ଓ କେନ୍ଦୁଗୁଡାସ୍ଥିତ ଅମୃତ ସରୋବର ପରିଦର୍ଶନ ରେ ଯାଇଥିଲେ । ଏହି ପରିପ୍ରେକ୍ଷୀ ରେ ସ୍ୱୟଂ ସହାୟକ ମହିଳା ମାନେ ନିଜ ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଯୋଗାଇ ପାରୁଛୁ ଏବଂ ଏହା ଦ୍ୱାରା ଆମର ଦକ୍ଷତା ବୃଦ୍ଧି ହେବା ସହ ଆର୍ଥିକ କ୍ଷେତ୍ର ରେ ମଧ୍ୟ ଉନ୍ନତି ଆସିପାରିଛି ।

ଏହା ଶୁଣି କେନ୍ଦ୍ରୀୟ ଅଧିକାରୀ ଟିମ ବୋରିଗୁମ୍ମା ବ୍ଲକରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ ଓ ମିଶନଶକ୍ତି ମା ମାନଙ୍କୁ ଏସ.ଏଚ.ଜି.ରୁ ଏସ.ଏମ .ଇ ବା କ୍ଷୁଦ୍ର ଉଦ୍ୟୋଗୀ ଭାବେ ପରିଣତ କରିବା ଲକ୍ଷ୍ୟ ସହ ବ୍ଲକର ବିକାଶ କରିବା ଭଳି ପ୍ରଶଂସନୀୟ ପଦକ୍ଷେପ ଓ କାର୍ଯ୍ୟ ଶୈଳୀକୁ ଖୁସି ପ୍ରକାଶ କରିଥିଲେ ଏବଂ ବୋରିଗୁମ୍ମା ବ୍ଲକର ପରିଚୟ ଆଗକୁ ଆହୁରି ଉନ୍ନତ ହେବା ସହିତ ଓଡ଼ିଶା ରେ ପ୍ରଥମ ବ୍ଲକ ଭାବରେ ନିଜର ସ୍ଥିତିକୁ ଆହୁରି ଦୃଢ କରିବ ଓ ଆର୍ଥିକ ବିକାଶ କୁ ଆହୁରି ଆଗେଇ ନେବ ବୋଲି ମତ ବ୍ୟକ୍ତ କରିଛନ୍ତି । ପରେ କୋରାପୁଟ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡିଛି ।

Popular Articles