କଲ୍ୟାଣସିଂହପୁରରେ ମାଣବସା ଲକ୍ଷ୍ମୀ ପୂଜା ପାଳିତ

0
157
କଲ୍ୟାଣସିଂହପୁରରେ ମାଣବସା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧/୧୨) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ହନୁମାନ ଜଙ୍ଗସନ କ୍ଲବର ପୂଜା କମିଟି ଆନୁକୂଲ୍ୟରେ କଲ୍ୟାଣସିଂହପୁରରେ ମାଣବସା ଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଛି ।WhatsApp Image 2022 12 01 at 17.45.58 1 କଲ୍ୟାଣସିଂହପୁରରେ ମାଣବସା ଲକ୍ଷ୍ମୀ ପୂଜା ପାଳିତ

କଲ୍ୟାଣସିଂହପୁରରେ ମାଣବସା ଲକ୍ଷ୍ମୀ ପୂଜା ପାଳିତ । ବୁଧବାର ସନ୍ଧ୍ୟାରେ ୧୧ ଟି କଳସ ଯାତ୍ରା କରି ସ୍ଥାନୀୟ ତ୍ରିବେଣୀ ସଙ୍ଗମ ଠାରୁ ପୁରହିତ ଲାରା ମିଶ୍ରଙ୍କ ଦ୍ୱାରା ରୀତିନୀତି ଅନୁଯାୟୀ ପୂଜାପାଠ କରି ଗଙ୍ଗାଙ୍କୁ ଆୱାହନ କଳସରେ ସୁବାସିତ ଜଳ ନେଇ ଅସ୍ଥାୟୀ ପୂଜା ମଣ୍ଡପ ରେ ସ୍ଥାପନ କରିଥିଲେ । ଏହାପରେ ବାଣ ଫୁଟାଇ ବାଜା ବାଜଣା ବଜାଇ ଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ ନେଇ ଅସ୍ଥାୟୀ ମଣ୍ଡପରେ ରଖିଥିଲେ । ଆଜି ସକାଳୁ ରୀତିନୀତି ଅନୁଯାୟୀ ପୂଜା ଅଙ୍କୁ ରାରୋପଣ, ମଣ୍ଡଳ, ସୂର୍ଯ୍ୟ ପୂଜା, ମାଁ ଲକ୍ଷ୍ମୀଙ୍କ ଆବାହନ, ହୋମ ଇତ୍ୟାଦି ପୂଜା ଆରମ୍ଭ କରାଯାଇଛି ।

ଏହା ଚଳିତ ମାସ ୧ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ କରାଯିବ ବୋଲି ପୂଜାକମିଟି ପକ୍ଷରୁ ସୂଚନା ମିଳିଛି । ୮ତାରିଖ ସନ୍ଧ୍ୟାରେ ଦୀପ ଯଜ୍ଞ,୧୦ ତାରିଖରେ ଅର୍ଣ୍ଣ ପ୍ରସାଦ ବଣ୍ଟନ ଓ ୧୧ ତାରିଖରେ ଭାଷାଣି ଉତ୍ସବ କରାଯିବ । ୩ ତାରିଖ ରୁ ୯ ତାରିଖ ପର୍ଯ୍ୟନ୍ତ ରାତ୍ରରେ ଟିକଟ ସୋ ଦ୍ୱାରା ଅପେରା ମାୟା ନଗରୀ କରାଯିବବୋଲି କମିଟି ତରଫରୁ କହିଛନ୍ତି ।