Sunday, August 9, 2020
Home Business & Private ନୃସିଂହନାଥ, ପାଇକମାଳ ବାର ଏସୋସିଏସନ ଗଠନ ଓ କାର୍ଯ୍ୟ କର୍ତ୍ତା ଚୟନ

ନୃସିଂହନାଥ, ପାଇକମାଳ ବାର ଏସୋସିଏସନ ଗଠନ ଓ କାର୍ଯ୍ୟ କର୍ତ୍ତା ଚୟନ

ରିପୋର୍ଟ: ନିରୋଜ ପାଣି
ପାଇକମାଳ(୩୧.୧୦): ଉପଖଣ୍ଡ ପାଇକମାଳ ସ୍ଥିତ ନୃସିଂହନାଥ ଠାରେ ଓକିଲ ସଦାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଇକମାଳର ଆଇନଜୀବୀ ମାନଙ୍କର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଆଇନଜୀବୀ ଶ୍ରୀ ରାଜକିଶୋର ସାହୁ ସ୍ବାଗତ ଭାଷଣ ଦେବା ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ |

ପାଇକମାଳ ଠାରେ ଜେଏସଏସିଓ ତଥା ସିଭିଲ ଜଜ୍ ଜୁନିୟର ଡିଭିଜନ ଅଦାଲତ ପ୍ରତିଷ୍ଠା କରିବା ସକାଶେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଣୁ ପାଇକମାଳ, ଝାରବନ୍ଧ ଓ ପଦ୍ମପୁର ଅଞ୍ଚଳର ଆଇନଜୀବୀଙ୍କୁ ନେଇ ଏକ ନୂତନ ବାର ଏସୋସିଏସନ ଗଠନ କରାଯାଇଛି |ଏହି ବାର ଏସୋସିଏସନର କର୍ମ କର୍ତ୍ତା ସର୍ବ ସମ୍ମତି କ୍ରମେ ସଭାପତି ଶ୍ରୀ ରାମ ରତନ ପୁରୋହିତ, ସଂପାଦକ ଶ୍ରୀ ରାଜକିଶୋର ସାହୁ, ସହ ସଂପାଦକ ମନୋଜ ପ୍ରଧାନ, କୋଷାଧ୍ୟକ୍ଷ ଜୟନ୍ତ ପ୍ରଧାନ, ଲାଇବ୍ରେରୀଏନ ଗିରିବଳ ସାହୁ ଓ କାର୍ଯ୍ୟକାରିଣୀ ସଦସ୍ୟ ରୂପେ ସର୍ବଶ୍ରୀ ସଦାନନ୍ଦ ମିଶ୍ର, ମନୋଜ କୁମାର ତ୍ରିବେଦୀ, ସୁଶିଲ କୁମାର ପ୍ରଧାନ, ପ୍ରମୋଦ ବେହେରା, ନେତ୍ରାନନ୍ଦ ସାହୁ, ମୋହନ ପ୍ରଧାନ, ତଥା ମୁଖ୍ୟ ପରାମର୍ଶ ଦାତା ଭାବେ ସଦାନନ୍ଦ ମିଶ୍ର ଓ କେଶବ ସାହୁଙ୍କୁ ମନୋନୀତ କରାଗଲା | ଏହି ସଭାକାର୍ଯ୍ୟକୁ ପରିଚାଳନା କରିବା ପାଇଁ ଧବଳେଶ୍ଵର ସାହୁ ପ୍ରମୁଖ ସହଯୋଗ କରିଥିଲେ | ସଭା ଶେଷରେ ପ୍ରମୋଦ କୁମାର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: