Friday, March 29, 2024

Top 5 This Week

Related Posts

ବିଶ୍ଵ ଏଡ୍ସ ଦିବସ ପାଳନ ଅବସରରେ ଏଡ୍ସ ଆକ୍ରାନ୍ତ ଙ୍କ କରୁଣ ସାହାଯ୍ୟ

ରିପୋର୍ଟ : ସୁସୋଭନ ମହାପାତ୍ର
ଭୁବନେଶ୍ୱର/ବଲାଙ୍ଗୀର, (୦୧/୧୨) : ବିଶ୍ଵ ଏଡ୍ସ ଦିବସ ପାଳନ ଅବସରରେ ଏଡ୍ସ ଆକ୍ରାନ୍ତ ଙ୍କ କରୁଣ ସାହାଯ୍ୟ କୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱତନ୍ତ୍ର ଯୋଜନା ପ୍ରଣୟନ ମାଧ୍ୟମରେ ବଲାଙ୍ଗୀର ଜିଲ୍ଲା ପାଇଁ ରାଜେନ୍ଦ୍ର ଯୁବକ ସଂଘ କୁ, ଟି ଆଈ ପ୍ରକଳ୍ପ ମାଧ୍ୟମରେ (ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି) ବ୍ୟାପକ ଏଡ୍ସ ଆକ୍ରାନ୍ତ ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା କରି ସଚେତନତା ସୃଷ୍ଟି କରାଯାଇଥିଲା ।

ବିଶ୍ଵ ଏଡ୍ସ ଦିବସ ପାଳନ ଅବସରରେ ଏଡ୍ସ ଆକ୍ରାନ୍ତ ଙ୍କ କରୁଣ ସାହାଯ୍ୟ । ଏପରିକି ଆଦିବାସୀ, ଦାଦନ ପ୍ରବଣ, ନିରକ୍ଷରତା ସମ୍ପନ୍ନ ପଶ୍ଚିମ ଓଡ଼ିଶା ର ବିଭିନ୍ନ ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଲା ରୁ ଆକ୍ରାନ୍ତ ଙ୍କୁ ଗଞ୍ଜାମ ଜିଲ୍ଲା ର ଏମ କେ ସି ଜି (ମହାରାଜା କୃଷ୍ଣଚନ୍ଦ୍ର ଗଜପତି) ମେଡିକାଲ କଲେଜ ଡାକ୍ତର ଖାନା କୁ ନେଇ ଏ ଆର ଟି ଔଷଧ ଯୋଗାଇ ଦିଆ ଯାଇଥିଲା । ଅନେକ ସଂଖ୍ୟା ରେ ଆକ୍ରାନ୍ତ ଚିହ୍ନଟ ଓ ସଚେତନତା ସୃଷ୍ଟି କରି ସାରା ଦେଶରେ ଓଡ଼ିଶା ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଥିଲା ।

ହେଲେ ବଲାଙ୍ଗୀର ଜିଲ୍ଲାରେ ଏହି ପ୍ରକଳ୍ପ ସାଇ ଟି, ଆଈ ନାମରେ ଅନ୍ୟ ଏକ ସଂସ୍ଥା ଦ୍ୱାରା ଗତ ପ୍ରାୟ କିଛି ବର୍ଷ ହେଲା କାର୍ଯ୍ୟକ୍ଷମ କରଯାଇଛି । ସେହିପରି ରାଜ୍ୟ ର ଅନ୍ୟ ସ୍ଥାନ ଗୁଡିକ ରେ ଏହି କାର୍ଯ୍ୟକ୍ରମକୁ କାଗଜ, କଲମ ରେ ବେଶ୍ ସୁରୁଖୁରୁ ରେ କୋଟି, କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ଆସୁଛି । ଯାହା ମିଳିଥିବା ସୂଚନା ଆଇନ ଅନୁଯାୟୀ ତଥ୍ୟ ହାସଲ କରଯାଇଛି । ପରିତାପର ବିଷୟ ଯେ, ରାଜ୍ୟ ରେ ମୃତ୍ୟ ସଂଖ୍ୟା ବର୍ତ୍ତମାନ ପୂର୍ବବର୍ତ୍ତ ଘଟିବା ଜେ,ଏନ,ୟୁ ର ଏକ ତାଲିକା ପ୍ରକାଶ ପାଇଛି । ସୂଚନାନୂଯାୟୀ, ଗର୍ଭବତୀ ମହିଳା ପ୍ରସବ ପୂର୍ବରୁ ଏହି ଏଚ ଆଇ ବି ପରୀକ୍ଷଣ ବଧ୍ୟତା ମୂଳକ ହୋଇଥିବା ସତ୍ତ୍ଵେ ଉକ୍ତ ପରୀକ୍ଷା ନ ହେଉଥିବା ଜେ ଏସ ସଂସ୍ଥା ତତଫରୁ ପ୍ରକାଶ ପାଇଛି ।

ଉଦାହରଣ ସ୍ୱରୂପ, ଏବେ ବଲାଙ୍ଗୀର ଜିଲ୍ଲା ରେ ଏଡ୍ସ ଆକ୍ରାନ୍ତ ଅର୍ଥ ଖର୍ଚ୍ଚ କରି ପ୍ରତିମାସରେ ବଲାଙ୍ଗୀର ଏ ଆର ଟି କେନ୍ଦ୍ର ଯାଇ ଏ ଆର ଟି ଔଷଧ ଆଣିବା, ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରେଇବା କୁ ଅସମର୍ଥ ହେଉଛନ୍ତି । ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିଥିବାରୁ ଶଯ୍ୟା ସାୟୀ ହୋଇ ଅକାଳ ମୃତ୍ୟୁ ବରଣ କରିବା ସାର ହୋଇଛି । ମତେ ଦୟା କର ମୁଇଁ ମରିଯିମି, ଚାଲି ନାଇଁ ପାର୍ବର୍, ମୋର କିହେ ନାଇନ, ଆଜ୍ଞା ଦୟା କର, ଏହି ଆକୁଳ ନିବେଦନ କରୁଛନ୍ତି ରାମ । ଏଭଳି ଏକ ଆକ୍ରାନ୍ତ ଜିଲ୍ଲା ର ଟିଟିଲାଗଡ ର, ରାମଚନ୍ଦ୍ର କମ (ଛଦ୍ମନାମ) ସେ ଦୀର୍ଘ ଦିନ ଧରି ଏ ଆର ଟି ଔଷଧ ଆଣିବା କୁ ଯିବାକୁ ଅର୍ଥ ଅଭାବ ରୁ ଶଯ୍ୟାଶାୟୀ ହୋଇ ମୃତ୍ୟୁ କୁ ଅପେକ୍ଷା କରି ରହିଛନ୍ତି ।

ଆକ୍ରାନ୍ତ ସ୍ତ୍ରୀ ନିଜେ ଦୁର୍ବଳ ହୋଇ ଯିବାରୁ ସେ ବି କିଛି ରୋଜଗାର କରି ନ ପାରି ଭୋକ, ଉପାସ ରେ ଭାଗ୍ୟ କୁ ଆଦରି ସାହାଯ୍ୟ ଭିକ୍ଷା କରୁଛନ୍ତି । ଅନୁରୂପ ଭାବେ ଅକଥନୀୟ ଦୁର୍ଦ୍ଦଶା ର ଏହି ଆକ୍ରାନ୍ତ ପୂର୍ବଭଳି ସ୍ଥିତି ନ ନେଉ ସେ ନେଇ ବିଭାଗୀୟ ମୁଖ୍ୟ ତୁରନ୍ତ ଦୃଷ୍ଟି ଦେବାକୁ ବିଭିନ୍ନ ମହଲ ରୁ ଦୃଢ଼ ଦାବୀ ହେଉଛି ।

Popular Articles