Friday, August 14, 2020
Home District News ବିଶାକ୍ତ ମହୁଲ ମଦପିଇ ଦୁଇ ଗୁରୁତର, ମେଡିକାଲରେ ଭର୍ତ୍ତି

ବିଶାକ୍ତ ମହୁଲ ମଦପିଇ ଦୁଇ ଗୁରୁତର, ମେଡିକାଲରେ ଭର୍ତ୍ତି

ରିପୋର୍ଟ: ଅକ୍ଷୟ ପୀଡ଼ିସିକା
କଲ୍ୟାଣସିଂହପୁର(୧/୧୧): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବିଶାକ୍ତ ମହୁଲ ମଦପିଇ ଦୁଇଜଣ ଗୁରୁତର ହୋଇଛନ୍ତି | ଗୁରୁତର ଦୁଇଜଣକୁ କଲ୍ୟାଣସିଂହପୁର ମେଡିକାଲରେ ଭର୍ତ୍ତିପରେ ଡାକ୍ତର ଚିକିତ୍ସା ଚଳାଇଛନ୍ତି ।କଲ୍ୟାଣସିଂହପୁର ବ୍ଲକ ଧାମୁଣପଙ୍ଗା ପଞ୍ଚାୟତ କୁଲୁମୁଇ ଗାଁର ଅନ୍ଦଲାକା ବିଶ୍ୱନାଥ ଓ ଅନ୍ଦଲାକା ବଳରାମ ଗତକାଲି ନିଜ ମଇିଁଷି ଚରାଇବା ପରେ ସନ୍ଧ୍ୟାରେ ନିଜଘରେ ମଇିଁଷି ବାନ୍ଧିବା ପରେ ଗୋଟିଏ ସ୍ଥାନରେ ବସି ବିଶ୍ବନାଥ, ବଳରାମ ଏକାଠି ମଦ ପିଇଥିଲେ ।

କିଛି ସମୟ ପରେ ପେଟବଥା, ବାନ୍ତି, ଝାଡା ହୋଇ ଗୁରୁତର ହୋଇଥିବାରୁ ପରିବାର ଲୋକେ ସାଙ୍ଗେ ସାଙ୍ଗେ କଲ୍ୟାଣସିଂହପୁର ମେଡିକାଲରେ ଭର୍ତ୍ତି କରିଥିଲେ । ବର୍ତମାନ ଦୁଇଜଣକୁ ଚିକିତ୍ସା ଚାଲିଥିବାବେଳେ ବିଶ୍ବନାଥର ସ୍ବାସ୍ଥ୍ୟ ଅବସ୍ଥା ଭଲରହିଥିବା ବେଳ ବଳରାମର ଅବସ୍ଥା ଗୁରୁତର ହୋଇ ରହିଛି । ଏହିଭଳି ଗତକାଲି ମଧ୍ୟ ନାରାୟଣ ପୁର ପଞ୍ଚାୟତ ସିରିପୁରୁ ଗାଁର ସମା ନିସିକା, କାଡ୍ରାକା କିର୍ତ୍ତୀ, କାଡ୍ରାକା ଅର୍ଜୁନ, ବି ବିରା ନିସିକା ପ୍ରମୁଖ ମଦ୍ୟପାନ କରି ଝାଡାବାନ୍ତି ଆକ୍ରାନ୍ତ ହୋଇ ଚିକିତ୍ସା ହୋଇ ଫେରିଥିବା ଜଣାପଡିଛି । ଏହି ବ୍ଲକରେ ବେଆଇନ ମଦ କାରବାର ହେଉଥିଲେ ମଧ୍ୟ ଅବକାରୀ ବିଭାଗ, ସ୍ଥାନୀୟ ପୋଲିସ ସବୁଜାଣି ନିରବ ରହି ଚୁପ ରହୁଥିବା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: