Sunday, August 9, 2020
Home Education & Literacy ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଚିତ୍ରକୋଣ୍ଡା ଗ୍ରସ୍ତ

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଚିତ୍ରକୋଣ୍ଡା ଗ୍ରସ୍ତ

ରିପୋର୍ଟ: ରାଜକମଲ ପୁରୋହିତ
ଚିତ୍ରକୋଣ୍ଡା(୩୧/୧୦): ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଗୁରୁପ୍ରିୟା ସେତୁ ଓ ବଦପଡ଼ା ଠାରେ ଥିବା ଏସ ଏସ ଡି ହାଇସ୍କୁଲ ପରିଦର୍ଶନ କରିଥିଲେ | ପ୍ରଥମେ ଗୁରୁପ୍ରିୟା ସେତୁ ନିକଟରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀରରଞ୍ଜନ ଦାସଙ୍କୁ ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଗୁରୁପ୍ରିୟା ପରିଦର୍ଶନ ସମୟରେ ଅତ୍ୟନ୍ତ ଖୁସି ଜାହିର କରିଥିଲେ ଓ ଢେମସା ନାଚୁଥିବା ଯୁବତୀ ମାନଙ୍କ ସହ ଫୋଟୋ ଉଠାଇଥିଲେ ।

ସେଠାରୁ ନିକଟରେ ଥିବା ବଡ଼ପଡା ଏସଏସଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ସେଠାରେ ଅନୁଷ୍ଠିତ ଏକ ସଭାରେ ଭାଗ ନେଇଥିଲେ । ଦେଶ ସ୍ଵାଧୀନ ଠାରୁ ଆଜି ପର୍ଯ୍ୟନ୍ତ କୌଣସି ଶିକ୍ଷା ମନ୍ତ୍ରୀଙ୍କ ଏହା ପ୍ରଥମ ପରିଦର୍ଶନ । ଗୁରୁପ୍ରିୟା ସେତୁ ହେବା ପରଠାରୁ ସରକାର ଏହି ଅଞ୍ଚଳର ଲୋକଙ୍କ ବିକାଶ ପାଇଁ ବହୁ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି ଆଗକୁ ଏହି ବିକାଶ କାର୍ଯ୍ୟକ୍ରମକୁ ବହୁ ଜୋରଦାର କରାଯିବ ଏହି ଅଂଚଳରେ ଶିକ୍ଷାର ବିକାଶ ପାଇଁ ବହୁ ପଦକ୍ଷେପ ନିଆଯାଇଛି ଓ ଆଗକୁ ଆହୁରି କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି କହିଥିଲେ । ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ୧୨ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ମନ୍ତ୍ରୀ ନିଜ ତରଫରୁ ବିଛିନ୍ନାଂଚଳରେ କାର୍ଯ୍ୟରତ ସିଆର୍ସି ଶ୍ରୀ ସ୍ୱାଧୀନ ସରକାରଙ୍କୁ ନିଜର କାର୍ଯ୍ୟପାଇଁ ପ୍ରଶଂସା କରିଥିଲେ ଓ ମାନପତ୍ର ପ୍ରଦାନ କରିଥିଲେ । ସ୍କୁଲରେ ପିଲାମାନଙ୍କ ସହ ମିଶି ମଧ୍ୟାନ ଭୋଜନ ଖାଇ ଥିଲେ । ମଧ୍ୟାନ ଭୋଜନ ସବୁବେଳେ ଏପରି ରୋଷେଇ କରାଯାଉଛି ନା ମୁଁ ଆସିବି ବୋଲି ଆଜି ଏହିପରି ରୋଷେଇ କରାଯାଇଛି ବୋଲି ପିଲାଙ୍କୁ ପଚାରିଥିଲେ ଓ ଶ୍ରେଣୀ ରୁମକୁ ଯାଇ ପିଲାଙ୍କୁ ମୋତେ ଜାଣିଛ ମୋ ନା କଣ ବୋଲି ପଚାରି ଥିଲେ | ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାମ କଣ ବୋଲି ପଚାରି ଥିଲେ । ପିଲାମାନେ ମଧ୍ୟ ମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ ଥିଲେ ।


ଆମ ପ୍ରତିନିଧିଙ୍କ ସହ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ସ୍ୱତନ୍ତ୍ର ସାକ୍ଷାତ୍କାର :
ପ୍ରତିନିଧିଙ୍କ ପ୍ରଶ୍ନ: ବିଛିନ୍ନାଂଚଳରେ ଥିବା ସ୍କୁଲ ମାନଙ୍କୁ ଯିବାପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବୁହୁ ଅସୁବିଧା ହେଉଛି ସେଥିପାଇଁ ସରକାରଙ୍କ ତରଫରୁ କିଛି ପଦକ୍ଷେପ ନେଇଛନ୍ତି କି ?
ମନ୍ତ୍ରୀଙ୍କ ଉତ୍ତର : ଏହା ଆପଣଙ୍କ ଏକ ଭଲ ମତାମତ ଏହା ଉପରେ ସରକାରଙ୍କୁ ଜଣାଇବି ଓ ପଦକ୍ଷେପ ନେବି ।
ପ୍ରତିନିଧିଙ୍କ ପ୍ରଶ୍ନ: ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନ ବିଛିନ୍ନାଂଚଳରେ ଥିବା ବହୁ ସ୍କୁଲଘରର ଅବସ୍ଥା ଖରାପ ଓ ସ୍କୁଲରେ ପାଣି ଗଲୁଚି ସେ ଉପରେ କିଛି କହିବେ କି?
ମନ୍ତ୍ରୀଙ୍କ ଉତ୍ତର : ବିଛିନ୍ନାଂଚଳ ବାସୀଙ୍କ ପାଇଁ ସରକାର ଘୋଷଣା କରିଥିବା ୧୦୦ କୋଟିରୁ ୧୦ କୋଟି ଟଙ୍କା ଏହି ସ୍କୁଲ ଗୃହ ଗୁଡିକର ରକ୍ଷଣା ବେକ୍ଷଣ ବାବଦରେ ଖର୍ଚ୍ଚ କରାଯିବ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: