Related Contents

ବିଲରେ ପାଣି ଦେଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ସ୍ବାମୀ ଓ ସ୍ତ୍ରୀ ଙ୍କ ଦୁଃଖଦ ମୃତ୍ୟୁ

ଆଠଗଡ ବ୍ଲକ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ବାଉଁଶଟାଙ୍ଗର ଗ୍ରାମରେ ବିଲରେ ପାଣି ଦେଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ସ୍ବାମୀ ଓ ସ୍ତ୍ରୀ ଙ୍କ ଦୁଃଖଦ ମୃତ୍ୟୁ ଘଟିଛି।ନିର ଭୁଜବଳ ଓ ତାଙ୍କ ସ୍ତ୍ରୀ ନର୍ମଦା ଭୁଜବଳ। ପମ୍ପ ଯୋଗେ ବିଲରେ ପାଣି ମଡାଉଥିଲେ ଏହି ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ସକ ଲାଗିବାରୁ ପ୍ରଥମେ ଘଟଣା ସ୍ଥଳରେ ସ୍ବାମୀ ନିର ଭୁଜବଳ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ପତ୍ନୀ ଏହା ଦେଖି ତାଙ୍କୁ ଉଦ୍ଧାର କରିବାପାଇଁ ଯାଉଥିବା ବେଳେ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ବିଦ୍ୟୁତ ଆଘାତ ର ଶିକାର ହୋଇଥିଲେ। ଘଟଣା ସ୍ଥଳରେ ହିଁ ସ୍ବାମୀ ସ୍ତ୍ରୀ ଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମବାସୀମାନେ ଉଭୟ ଙ୍କୁ ଉଦ୍ଧାର କରି ଆଠଗଡ଼ ଡ଼ାକ୍ତରଖାନାକୁ ଆଣିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉଭୟଙ୍କ ମୃତ୍ୟୁ ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାରେ ରଖିଛି

Comments are closed.