Friday, March 29, 2024

Top 5 This Week

Related Posts

ପୌଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ ଗଡ଼ିଲା 

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୩୦/୧୧) : ଅନ୍ତର୍ଜାତୀୟ ପୌଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ନଭେମ୍ବର- ୨୦୨୨ ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏକ ସଚେତନତା ରଥ ଜିଲ୍ଲା ଗ୍ରାମ୍ୟ ଉନୟନ ସମ୍ମିଳନୀ କକ୍ଷ ପରିସର ଠାରୁ ଶୁଭାରମ୍ଭ ହୋଇଛି ।WhatsApp Image 2022 11 30 at 19.47.47 1 ପୌଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ ଗଡ଼ିଲା 

ପୌଷ୍ୟ ସନ୍ତାନ ଗ୍ରହଣ ସଚେତନତା ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା, ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥ ଜିଲ୍ଲାର ପ୍ରତ୍ୟକ ବ୍ଲକ ତଥା ସମ୍ବେଦନଶୀଳ ପଞ୍ଚାୟତ ଗୁଡିକ ଯଥା ସୋନପୁର ବ୍ଲକର ଲଛିପୁର ପଞ୍ଚାୟତ, ବୀରମହାରାଜପୁର ବ୍ଲକର ମୁରଶୁଣ୍ଢୀ, ଉଲୁଣ୍ଡା ବ୍ଲକର କୋଟସମଲେଇ, ତରଭା ବ୍ଲକ ବ୍ରାହ୍ମିଣୀ, ବିନକା ବ୍ଲକ ର ମହାଦେବପାଲି, ଡୁଙ୍ଗୁରିପାଲି ବ୍ଲକର ଶୁଖା ପଞ୍ଚାୟତ ଆଦି ଅଞ୍ଚଳରେ ସଚେତନତା ର ବାର୍ତ୍ତା ଯେମିତି ” ଶିଶୁ ପନ୍ୟ ଦ୍ରବ୍ୟ ନୁହେଁ , ଏହାକୁ କିଣାବିକା କରନ୍ତୁ ନାହିଁ, ଆଇନଗତ ପଦ୍ଧତି ରେ ଗ୍ରହଣ କରନ୍ତୁ । ଶିଶୁ ପରିବାର ଚାହେଁ, ତାକୁ ପର କରନାହିଁ ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ରେଣୁବାଳା ଦାଶ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ ଭୋଇ, ଜିଲ୍ଲା ଶ୍ରମ ଅଧିକାରୀ ଦିଲେଶ୍ଵର ଖାଖା, ଶିଶୁ ମଙ୍ଗଳ କମିଟି ସଦସ୍ୟ ରଂଜିତା ସାହୁ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲବ ଷଡ଼ଙ୍ଗୀ, ସୋନପୁର ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ମେହେର ଓ ବାଲ୍ୟ ବିବାହ ପରାମର୍ଶ ଦାତା ରାକେଶ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସଖି, ଚାଇଲଡ ଲାଇନ, ଶିଶୁ ଯତ୍ନ ଅନୁଷ୍ଠାନ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କର୍ମଚାରୀ, ଅଧିକାରୀ ଏବଂ ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର କର୍ମଚାରୀ ଥବିର କଲସେ, କେଶବଚନ୍ଦ୍ର ମେହେର, ସ୍ୱାଗତରାଜ ମିଶ୍ର, ବିଶ୍ୱେଶ୍ୱର ହୋତା, ରୁଦ୍ରପ୍ରସନ୍ନ ମିଶ୍ର, ପ୍ରଶାନ୍ତ ମହାକୁର ସରିତା ସୁନା, ସିଦ୍ଧାନ୍ତ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Popular Articles