Thursday, March 28, 2024

Top 5 This Week

Related Posts

ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୩୦/୧୧) : ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ତଥା ନିର୍ବାଚନ ପର୍ଯ୍ୟବେକ୍ଷକ ଡ଼ଃ ସୁରେଶ ଚନ୍ଦ୍ର ଦଳେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ରେ ଆସି ଜିଲ୍ଲାର ନିର୍ବାଚନ ଓ ରାଜସ୍ୱ ବିଭାଗ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ର କାର୍ଯ୍ୟକାରିତାର ସମୀକ୍ଷା କରିଛନ୍ତି ।

ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ । ସେ ଏହି ପରିପ୍ରେକ୍ଷୀରେ ଉଲୁଣ୍ଡା 5T ଉଚ୍ଚବିଦ୍ୟାଳୟ ସହ ଉଦେପଦର ଓ ନାଏକପଡା ସ୍କୁଲ ସ୍ଥିତ ବୁଥ୍ ଗୁଡିକର ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ, ଏ ବି ଡି ଓ ଉଲୁଣ୍ଡା ଶୁଭ୍ରାଂଶୁ ମଲ୍ଲିକ, ବି ଏସ ଏସ ଓ କ୍ଷୀରୋଦ୍ର ଭୂଷଣ ରାଏ ସମେତ ସୁପରଭାଇଜର, ବି ଏଲ ଓ ଓ ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଡ଼ଃ ଦଳେଇ ଉପସ୍ଥିତ ଅଧିକାରୀଙ୍କ ସହ ସ୍କୁଲ ର ଭିତ୍ତି ଭୂମି, ଶିକ୍ଷାଦାନ ତଥା ଶିକ୍ଷାର ଗୁଣାତ୍ମକ ମାନ ଓ ଅନୁଷ୍ଠାନ ର ବାର୍ଷିକ ଫଳା ଫଳ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ।

ପରେ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ରାଜନୈତିକ ଦଳର ନେତା /ପ୍ରତିନିଧି ଙ୍କ ସହ ଜିଲ୍ଲାର ନୂତନ ଭୋଟର ପଞ୍ଜିକରଣ ର ସ୍ଥିତି ଓ ଅଗ୍ରଗତି ଓ ଆଧାର ସଂଯୋଗୀ କରଣ ଉପରେ ବିଶେଷ ଆଲୋଚନା କରି ଜିଲ୍ଲାର ନୂତନ ଭୋଟର ପଞ୍ଜିକରଣ କୁ ଶତ ପ୍ରତିଶତ ସଫଳ କରିବାରେ ସମସ୍ତ ରାଜନୈତିକ ଦଳ ର ପ୍ରତିନିଧି ଆନ୍ତରିକ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।

ଏହି ଆଲୋଚନା ବୈଠକରେ ବି ଜେ ଡି ଦଳ ରୁ କଇଁରୁ ସ୍ୱାଇଁ, ବି ଜେ ପି ଦଳ ରୁ ସୁଶାନ୍ତ କୁମାର ସାହୁ, ଭାରତୀୟ ଜାତୀୟ କଂଗ୍ରେସ ଦଳ ରୁ ଶେଷଦେବ ମେହେର, ଏସ ୟୁ ସି ଆଇ ରୁ ଗୋବିନ୍ଦ ମହାରଣା, ବି ଏସ ପି ରୁ ଅନିଲ କୁମାର ତାଣ୍ଡି ପ୍ରମୁଖ ଉପସ୍ଥିତ ରହିଥିଲେ । ତତ୍ପରେ ଜିଲ୍ଲାର ରାଜସ୍ୱ ବିଭାଗ ସମ୍ୱନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ର କାର୍ଯ୍ୟକାରୀତା ଉପରେ ରାଜସ୍ବ ଆୟୁକ୍ତ ଡ଼ଃ ଦଳେଇ ସମୀକ୍ଷା କରିଥିଲେ l

ସମୀକ୍ଷା ବୈଠକରେ ସେ ଉପସ୍ଥିତ ରାଜସ୍ୱ ଅଧିକାରୀଙ୍କୁ ବିଭାଗୀୟ କାର୍ଯ୍ୟକ୍ରମ ଗୁଡିକୁ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସମୟ ଅବଧିରେ ସମ୍ପୂର୍ଣ୍ଣ କରିବା, ସରକାରଙ୍କ ବିଭିନ୍ନ ବିଭାଗୀୟ ଅଦେଶାନାମା କୁ ପୂର୍ଣ୍ଣ କାର୍ଯ୍ୟକାରୀ କରିବା ତଥା ବିଭିନ୍ନ ତଥ୍ୟ ପ୍ରଦାନ କୁ ସମୟ ମଧ୍ୟରେ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି । ସେ ଏହି ଅବସରରେ ରାଜସ୍ୱ ବିଭାଗ ତରଫରୁ କାର୍ଯ୍ୟକାରୀ ମ୍ୟୁଟେସନ କେସ , ହାଇଟେକ ସର୍ଭେ, ବେ- ବନ୍ଦୋବସ୍ତ ବ୍ୟବସ୍ଥା ତଥା ନୂତନ ନିର୍ମାଣ ହେବାକୁ ଥିବା ଆର ଆଇ କାର୍ଯ୍ୟାଳୟ, ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ଗୁଡିକର ସ୍ଥିତି ଓ ଅଗ୍ରଗତି ଉପରେ ପଚାରି ବୁଝିବା ସହ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱାରୋପ କରିଛନ୍ତି ।

ରାଜସ୍ୱ ଆୟୁକ୍ତ ଙ୍କ ସମୀକ୍ଷା ବୈଠକରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଅବୋଲି ସୁନୀଲ ନରୱଣେ, ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ, ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ, ଡେପୁଟି କଲେକ୍ଟର ଆନନ୍ଦ ଚନ୍ଦ୍ର ପଣ୍ଡା, ଅଭିଳାଷ ପୁରୋହିତ, ଯଶସ୍ୱିନୀ ପୃଥାଲ, ସମେତ ସମସ୍ତ ତହସିଲଦାର, ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Popular Articles