ରାୟଗଡ଼ା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ର ଧାରଣା 

0
265
ରାୟଗଡ଼ା ଜିଲ୍ଲା ମୂଖ୍ୟ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୩୦/୧୧) : ରାୟଗଡ଼ା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ର ଧାରଣା । ଓଡ଼ିଶା ରେ ଗର୍ଭବତୀ ମହିଳା, ନବଜାତ ଶିଶୁ ମାନଙ୍କର ଅଧିକା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଜାତୀୟ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ମିଶନ (ଏନ୍‍.ଏଚ୍‍.ଏମ୍‍) ଅଂଶ ଭାବେ ଜନନୀ ସୁରକ୍ଷା ଯୋଜନା ୨୦୦୬ ମସିହାରୁ କାର୍ଯ୍ୟକାରୀ ହୋଇ ଆସୁଅଛି ।WhatsApp Image 2022 11 30 at 19.47.35 1 ରାୟଗଡ଼ା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ର ଧାରଣା 

ରାୟଗଡ଼ା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ର ଧାରଣା । ରାଜ୍ୟର ସବୁ ଜିଲ୍ଲା ଭଳି ରାୟଗଡ଼ା ଜିଲ୍ଲାରେ ଆଶାକର୍ମୀ ମାନଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ, ରାୟଗଡ଼ା ଜିଲ୍ଲା ଭଳି ଉପାନ୍ତ ଅଞ୍ଚଳରେ ଜୀବନକୁ ବାଜି ଲଗାଇ ରାତି ଦିନ କାମକରି ଗର୍ଭବତୀ ମାଁ, ଶିଶୁ ଓ ରୋଗୀ ମାନଙ୍କୁ ସହଯୋଗର ହାତ ବଢାଇ ସରକାରଙ୍କ ସମସ୍ତ ସ୍ୱାସ୍ଥ୍ୟ ଯୋଜନାକୁ ସଫଳ କରିବାରେ ମୂଖ୍ୟ ଭୂମିକା ନେଇ ଆସୁଛନ୍ତି । ବିଶେଷକରି ମହାମାରୀ କରୋନା ଓ ପରବର୍ତ୍ତୀ ସମୟରେ ରାତିଦିନ ଏକାକାକରି ଲୋକଙ୍କ ଜୀବନ ରକ୍ଷାକରି ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ ସଫଳତା ଆଣିଥିବାରୁ ସରକାର ଆଶାଙ୍କୁ କରୋନା ଯୋଦ୍ଧା ଘୋଷଣା କରିଥିଲେ ।

ମାତ୍ର ଆଶାକର୍ମୀ ମାନଙ୍କର ଦୀର୍ଘ ଦିନର ନ୍ୟାର୍ଯ୍ୟ ଦାବୀ ପୂରଣ ହୋଇ ନଥିବାରୁ ସଂଘ ର ରାଜ୍ୟ ନିଷ୍ପତ୍ତି କ୍ରମେ ୨୯ ତାରିଖ ଦିନ ୧୦ ଦଫା ଦାବି କୁ ନେଇ ବିଧାନସଭା ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରଯାଇ ଥିଲା କିନ୍ତୁ ସରକାର ଦାବୀ ପୂରଣ ଦିଗରେ ଅଣଦେଖା କରିବା ଯୋଗୁଁ ଆଜି ଠାରୁ ସମସ୍ତ ଆଶା କର୍ମୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବା ସହ ରାଜ୍ୟ ର ସମସ୍ତ ବ୍ଳକ ରୁ ରାଜଧାନୀ ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ବସିଛନ୍ତି ବୋଲି ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସ, ଜିଲ୍ଲା ସଭାପତି ଶ୍ରୀ ମହନ ରାଓ ମାଝୀ , କାର୍ଯ୍ୟକାରୀ ସଭାପତି ଶ୍ରୀ ଧର୍ମ ସିଂ ନାଗ୍, ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁ , ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ବେହୁରା, ଜିଲ୍ଲା ସହ ସଂପାଦିକା ଗୀତାଞ୍ଜଳି ହିଆଲ, ପୂର୍ବତନ ଜିଲ୍ଲା ସଂପାଦିକା ତଥା ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସହ ସଂପାଦିକା ଶ୍ରୀମତୀ ନେହା ସିଂ ପ୍ରକାଶ କରିବା ସହ ଚେତାବନୀ ଦେଇଛନ୍ତି ।

ଦାବି ମଧ୍ୟରେ ୧) ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ସ୍ଥାୟୀ କରାଯାଉ । ୨) ରାୟଗଡା ଜିଲ୍ଲାର ସମସ୍ତ ସି.ଏଚ୍‍.ସି/ ପି.ଏଚ୍‍.ସି ରେ ଆଶା ମାନଙ୍କ ଲାଗି ବିଶ୍ୱାମ ଗୃହ ନିର୍ମାଣ କରାଯାଉ । ୩) ଆଶା ମାନହ୍‍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯାଉ ଓ ମେଡିକାଲ କର୍ମଚାରୀଙ୍କ ଦୁବ୍ୟବହାର ବନ୍ଦ କରାଯାଉ । ୪) ଆଶାମାନଙ୍କୁ ସରକାରୀ କର୍ଚାରୀର ମାନ୍ୟତା ଓ ସେମାନଙ୍କୁ ମାସିକ ବେତନ ୧୮ ହଜାର ଟଙ୍କ । ଦିଆଯାଉ । ୫) ସରକାରୀ ମାନ୍ୟତା ନମିଳିବା ପର୍ଯ୍ୟନ୍ତ ଅବସର ନେଉଥିବା ଆଶା କର୍ମୀ ମାନଙ୍କୁ ଏକ କାଳୀନ ୫ଲକ୍ଷ ଓ ମାସିକ ଭତ୍ତା ବାବଦରେ ୫ ହଜାର ଟଙ୍କା ପ୍ରଦାନ କରାଯାଉ ।

୬) କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କଲେ ମୃତ୍ୟୁକାଳୀନ ସହାୟତା ରାଶି ୫ ଲକ୍ଷ ଟହ୍‍କା ଦେବା ସହ ପରିବାରର ଜଣଙ୍କୁ ନିଯୁକ୍ତି କରାଯାଉ । ୭) କୋଭିଡ୍‍ ୧୯ ସମୟରେ ମୃତ୍ୟୁବରଣ କରିଥିବା ଆଶା କର୍ମୀମାନଙ୍କୁ ସରକାର ଘୋଷଣା କରିଥିବା ରାଶି ତୁରନ୍ତ ପ୍ରଦାନ କରାଯାଉ । ୮) ଆଶାଙ୍କୁ ଇ.ପି.ଏଫ୍‍, ଇ.ଏସ୍‍.ଆଇ ରେ ସାମିଲ କରାଯାଉ ଓ ଗ୍ରାଚ୍ୟୁଇଟି ପ୍ରଦାନ କରାଯାଉ । ୯) ଆଶାଙ୍କୁ କାର୍ଯ୍ୟ କରିବା ବେଳେ ସୁରକ୍ଷା ଯୋଗାଇ ଦିଆଯାଉ ଓ ଯୋଗ୍ୟତା ଭିତ୍ତିରେ ଆଶାମାନଙ୍କୁ ଏ.ଏନ୍‍.ଏମ୍‍ ଭାବେ ନିଯୁକ୍ତି କରାଯାଉ । ୧୦) ରାୟଗଡ଼ା ବ୍ଲକ୍‍ରେ ସମସ୍ତ ଆଶାକର୍ମୀଙ୍କୁ ସାମାଜିକ ସୁରକ୍ଷା ଅନ୍ତର୍ଭୁକ୍ତ କରାଯାଉ ଓ ସେମାନଙ୍କ ପାଇଁ ଗ୍ରୁପ୍‍ ଇନ୍‍ସୁରାନ୍‍ସ କରାଯାଉ ।