Advertisements
Sunday, July 5, 2020
Home Death Case ମାଛକୁଣ୍ଡ ଜଳଭଣ୍ଡାରରେ ବୁଡ଼ି ଯୁବକ ନିଖୋଜ

ମାଛକୁଣ୍ଡ ଜଳଭଣ୍ଡାରରେ ବୁଡ଼ି ଯୁବକ ନିଖୋଜ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୩୦/୧୦): ମାଛକୁଣ୍ଡ ଜଳ ଭଣ୍ଡାରରେ ଶୌଚ ହେବାକୁ ଯାଇ ଯୁବକ ପାଣିରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଲମତାପୁଟ ବ୍ଲକ ମାଛକୁଣ୍ଡ ଥାନା ଅଧୀନ ଆମ୍ବାପଡା ଗ୍ରାମରେ ।

ଘଟଣା କ୍ରମେ ଆମ୍ବାପଡା ଗ୍ରାମର ଚିତ୍ରସେନ ଖରା (୨୬) ସାପ୍ତାହିକ ହାଟ ଗୁନେଇପଡ଼ାକୁ ଯାଇ ସନ୍ଧ୍ୟା ଛଅ ଘଣ୍ଟା ସମୟରେ ଘରକୁ ତାଙ୍କ ମାମୁଁ କମଳ ଲୋଚନ ପାଙ୍ଗି ଓ ଅନ୍ୟ ଦୁଇ ସାଙ୍ଗଙ୍କ ସହ ଫେରୁଥିଲେ । ତାଙ୍କ ଗ୍ରାମ ଆମ୍ବାପଡା ଯିବା ରାସ୍ତା ମଝିରେ କୋଲାବ ଜଳଭଣ୍ଡାର ନଦି ପ୍ରବାହିତ ହେଉଛି । ତାଙ୍କ ମାମୁଁ କହିବା ଅନୁଯାୟୀ ମାଛକୁଣ୍ଡ ପହଞ୍ଚି ଶୌଚ ହେବାପାଇଁ ନଦୀକୁ ଓହ୍ଲାଇ ଥିଲେ । ଓ ନଦି ଆରପଟେ ଥିବା ଡଙ୍ଗାକୁ ଆଣିବା ପାଇଁ ପାଣିରେ ପହଁରି ପହଁରି ଯାଉଥିଲେ ଓ ନିଖୋଜ ହୋଇଯାଇଥିଲେ । ସନ୍ଧ୍ୟା ହୋଇଯାଇଥିବାରୁ କିଛି ଦେଖାଯାଉ ନଥିଲା l ତେଣୁ ଗ୍ରାମବାସି ମାନେ ସକାଳେ ଖୋଜା ଖୋଜି କରି ନ ପାଇବାରୁ ମାଛକୁଣ୍ଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପରେ ଖବର ପାଇ ଲମତାପୁଟ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଉଦ୍ଧାର କାର୍ଯ୍ୟ ଯାରି ରଖିଛନ୍ତି । ଘଟଣା ସ୍ଥାନକୁ ମାଛକୁଣ୍ଡ ପୋଲିସ ତଦନ୍ତ କରି ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ...

Recent Comments

%d bloggers like this: