ମାଁ ନାରାୟଣୀ ଙ୍କ ପାର୍ଶ୍ଵଦେବୀ ସମୂହ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଧୁମଧାମରେ ସମ୍ପନ୍ନ

0
142
ମାଁ ନାରାୟଣୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା, (୨୯/୧୧) : ବିନିକା ର ଗ୍ରାମଦେବୀ ତଥା ଅଧିଷ୍ଠାତ୍ରୀ ଦେବୀ ମାଁ ନାରାୟଣୀ ଙ୍କ ବିନିକା ସ୍ଥିତ ଭବ୍ୟ ମନ୍ଦିର ରେ ପାର୍ଶ୍ଵଦେବୀ ସମୂହ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଧୁମଧାମ ରେ ସମ୍ପନ୍ନ ହୋଇଯାଇଛି ।dd041bf8 c581 46d0 9bcd 6d0dfbc235bc ମାଁ ନାରାୟଣୀ ଙ୍କ ପାର୍ଶ୍ଵଦେବୀ ସମୂହ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଧୁମଧାମରେ ସମ୍ପନ୍ନ

ମାଁ ନାରାୟଣୀ ଙ୍କ ପାର୍ଶ୍ଵଦେବୀ ସମୂହ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ । ଏଥିରେ ପୂଜକ ଭାବେ ସୁବାଶ ବଡ଼ପଣ୍ଡା ଦାୟିତ୍ୱ ତୁଲାଇଥିବା ବେଳେ କର୍ତ୍ତା ଭାବେ ଭିମସେନ ନାଏକ ସପତ୍ନୀକ ଦାୟିତ୍ୱ ତୁଲାଇଥିଲେ । ୩ ଦିନ ଧରି ଚାଲିଥିବା ପାର୍ଶ୍ଵଦେବୀ ଙ୍କ ପ୍ରତିଷ୍ଠା ଉତ୍ସବ ଗତକାଲି ପୂର୍ଣ୍ଣାହୁତି ପଡିଛି । ଏଥିରେ ବିଭିନ୍ନ ଦିବସ ରେ ସୁଶ୍ରୀ ବନ୍ଦିତା ନାୟକ ଏବଂ ସୁଶ୍ରୀ ପ୍ରିୟମ୍ବଦା ମିଶ୍ର ଯୋଗଦେଇ ଭକ୍ତିମୟ ପରିବେଶ ରେ ସୁନ୍ଦରାକାଣ୍ଡ ପାରାୟଣ ଗାନ କରିଥିଲେ । ଅନ୍ତିମ ଦିନରେ ଜୟ ଜଗନ୍ନାଥ ମହିଳା ସଂକୀର୍ତ୍ତନ୍ୟ ମଣ୍ଡଳୀ ଜାମପାଲି ଏବଂ ଶ୍ରୀରାମ ସଂକୀର୍ତ୍ତନ୍ୟ ମଣ୍ଡଳୀ ବଡମାଲ ଙ୍କ ମଧ୍ୟରେ ବୈଠକି ସଂକୀର୍ତ୍ତନ୍ୟ ଅନୁଷ୍ଠିତ ହୋଇଥିଲା ।

ମାଁ ଙ୍କ ଦର୍ଶନ ପାଇଁ ଶହଶହ ଭକ୍ତ ଙ୍କ ସମାଗମ ହୋଇଥିଲା । ଏଥିରେ ନାରାୟଣୀ ମନ୍ଦିର ପାର୍ଶ୍ଵ ଦେବୀ ପ୍ରତିଷ୍ଠା କମିଟି ର ଶୀତଳ ପ୍ରସାଦ ମହାକୁର,ନାରାୟଣ ପ୍ରସାଦ ପାଢ଼ୀ,ସନ୍ତୋଷ ପଣ୍ଡା,ସୁଧାଂଶୁ ଶେଖର ଦାଶ, ସୋମନାଥ ମିଶ୍ର ପ୍ରମୁଖଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ବିନିକା ବାସି ସହଯୋଗ କରିଥିଲେ ।