Advertisements
Monday, June 1, 2020
Home headline ରାୟଗଡା ବିଜୁ ଜନତା ଦଳ ତ୍ୟାଗ କଲେ ସକ୍ରିୟ ନେତା ଶଙ୍କର ବିଡ଼ିକା

ରାୟଗଡା ବିଜୁ ଜନତା ଦଳ ତ୍ୟାଗ କଲେ ସକ୍ରିୟ ନେତା ଶଙ୍କର ବିଡ଼ିକା

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୩୦/୧୦): ରାୟଗଡା ବିଜୁ ଜନତା ଦଳର ଏକ ସକ୍ରିୟ ଆଦିବାସୀ ନେତା ବିଜେଡି ଦଳ ତ୍ୟାଗ କରିଥିବା କଥା ସ୍ଥାନୀୟ ହୋଟେଲ ଅଶୋକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି |

ଏହି ରାୟଗଡା ଜ଼ିଲ୍ଲାର ବିଜେଡି ଦଳର ତୁଙ୍ଗ ନେତାଙ୍କ ମନମୁଖୀ କାର୍ଯ୍ୟକ୍ରମ ଆନ୍ଧ୍ର ପ୍ରୀତି ମନୋଭାବ ତଥା ଏହି ଉନ୍ନତି ପ୍ରତି ଦୃଷ୍ଟି ନ ଦେବା ନିର୍ବାଚନ ସମୟରେ ଲୋକଙ୍କୁ ଦେଇଥିବା ପ୍ରତିଶୃତି ମୁତାବକ କାର୍ଯ୍ୟ ନ ହେବା ରାୟଗଡା ଜ଼ିଲ୍ଲା ଟିକିରି ଠାରେ ଗଢି ଉଠିଥିବା ଉତ୍କଳ ଆଲୁମିନା କାରଖାନାରେ ସ୍ଥାନୀୟ ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ବଦଳରେ ଆନ୍ଧ୍ର ପ୍ରଦେଶର ଯୁବକଙ୍କୁ ନିଯୁକ୍ତି ପାଇଁ ଏହି ଜ଼ିଲ୍ଲା ବିଜେଡିର ତୁଙ୍ଗ ନେତା ଧ୍ୟାନ ଦେବା କାଳିଆ ଟଙ୍କା ପ୍ରକୃତ ହିତାଧିକାରୀଙ୍କୁ ନ ମିଳିବା ଜ଼ିଲ୍ଲାର ବିପର୍ଯ୍ୟସ୍ତ ଶିକ୍ଷା ସ୍ୱାସ୍ଥ୍ୟ ରାସ୍ତା ଧ୍ୟାନ ନ ଦେଇ ଆନ୍ଧ୍ର ର ଉନ୍ନତି ଚିନ୍ତାଧାରାରେ ସଦାସର୍ବଦା ବ୍ୟସ୍ତ ରହୁଥିବା ସ୍ଥାନୀୟ କର୍ମୀ ନେତାଙ୍କୁ ଅଣ ଦେଖା କରିବାରେ ବ୍ୟସ୍ତ କେତେକ ଟାଉଟର ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କୁ ଗୁରୁତ୍ୱ ଦେବାରୁ ମୁ ଅତିଷ୍ଟ ହୋଇ ମୋର ସମର୍ଥକଙ୍କ ସହିତ ବିଜେଡି ଦଳ ତ୍ୟାଗ କରିଲୁ ବୋଲି ଶଙ୍କର ବିଡ଼ିକା ଘୋଷଣା କରିଛନ୍ତି | ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଵଚ୍ଚ ଭାବ ମୂର୍ତ୍ତିରେ ଅନୁପ୍ରାଣିତ ହୋଇ ରାୟଗଡାର ପୂର୍ବତନ ବିଧାୟକ ଶ୍ରୀ ଲାଲବିହାରୀ ହିମ୍ରିକାଙ୍କ ନିମନ୍ତ୍ରଣ କ୍ରମେ ଗତ ୨୦୧୭ ଜାନୁଆରୀରେ ଏହି ବିଜେଡି ଦଳରେ ଯୋଗ ଦେଇଥିଲୁ | ଗତ ତ୍ରି ସ୍ଥରୀୟ ପଂଚାୟତ ନିର୍ବାଚନ ସମୟରେ ରାୟଗଡା ଜ଼ିଲ୍ଲା ବିପର୍ଯ୍ୟସ୍ତ ହୋଇଥିବା ବେଳେ ଆମରି ଚେଷ୍ଟା ଫଳରେ ରାୟଗଡା ବ୍ଲକର ତିନୋଟି ଜ଼ିଲ୍ଲା ପରିଷଦ ସଭ୍ୟ ବିଜେଡି ଦଳକୁ ଆଣିଥିଲୁ | ଏହି ନିର୍ବାଚନ ପରେ ପରେ ତୁଙ୍ଗ ନେତା ସବୁବେଳେ ଆମକୁ ଅଣ ଦେଖା କରି ଆସୁଥିଲେ ଓ ତାଙ୍କରି ମନମୁଖୀ ଶାଶନ ଲାଗି ଗତ ବିଧାନସଭା ନିର୍ବାଚନରେ ବିଜେଡି ଦଳ ସଭ୍ୟ ପରାଜୟ ବରଣ କରିଲେ | ଶ୍ରୀ ବିଡ଼ିକା ଏଥି ପୂର୍ବରୁ ଗୁଣୁପୁରରୁ ୧୯୯୬ର ବିଜେପି ଟିକେଟରେ ବିଧାୟକ ପାଇଁ ଓ ୧୯୯୭କୋରାପୁଟ ଲୋକସଭା ସାଂସଦ ପାଇଁ ଲଢ଼ି ଥିଲେ ଶ୍ରୀ ବିଡ଼ିକାଙ୍କ ଦଳ ତ୍ୟାଗ ବିଜେଡି ପାଇଁ ଏକ ଶକ୍ତ ଧକ୍କା ବୋଲି ରାୟଗଡା ଜ଼ିଲ୍ଲାରେ ଚର୍ଚ୍ଚା ହେଉଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବନ୍ଦେ ଉତ୍କଳ ଜନନୀ ଗାଇଲା ସମଗ୍ର ଝାରସୁଗୁଡା

ରିପୋର୍ଟ .ପ୍ରଶାନ୍ତ ମାଝୀ //ଝାରସୁଗୁଡା (୩୦/୫/୨୦୨୦): କରୋନା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ମନୋଭାବ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଶନିବାର...

ବିଦେଶୀ ମଦ ଦୋକାନରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ୬ଗିରଫ, କାର ଓ ସ୍କୁଟି ଜବତ

ରିପୋର୍ଟ: ବିମଳେନ୍ଧୁ ସାହୁ //ଲୋଇସିଂହା (୩୦/୦୫): ବଲାଂଗୀର ଜିଲ୍ଲା ଲୋଇସିଂହା ସ୍ଥିତ ବିଦେଶୀ ମଦ ଦୋକାନରେ କିଛି ଯୁବକ ଗଣ୍ଡଗୋଳ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।...

କାଶିପୁରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ

ରିପୋର୍ଟ: ଦେବେନ୍ଦ୍ର ନାୟକ //କାଶିପୁର (୩୦.୦୫.୨୦୨୦): କାଶିପୁରରେ ବନ୍ଦେ ଉତ୍କଳ ଜନନୀ ଗାନ ବିଭିନ୍ନ କାର୍ଯ୍ୟାଳୟ ସମେତ ଘରେ ଘରେ ଗାନ କରାଯାଇଛି | କୋଭିଡ ଯୁଦ୍ଧରେ ଲୋକଙ୍କ...

କରୋନା ସୁପର୍ ସିକ୍ସ୍ ରେ ଭୟଭୀତ ବରଗଡ଼

ରିପୋର୍ଟ: ଜଗବନ୍ଧୁ ସାହୁ //ବରଗଡ଼ (୩୦/୦୫): କରୋନାର ସୁପର୍ ସିକ୍ସ୍ ରେ ଅର୍ଥାତ କରୋନା ମହାମାରୀର ଏହି ଲକଡାଉନ୍ ସମୟରେ ଗୋଟିଏ ଦିନରେ ଛଅ ଜଣ ଯାକ ବରଗଡ଼...

Recent Comments

%d bloggers like this: