କର୍ଲାମୁଣ୍ଡା ବ୍ଲକ୍ କୃଷି ଉଦ୍ୟାନ ବଗିଚାରେ କୃଷି ଜନ ସମ୍ପର୍କ ମେଳା ଅନୁଷ୍ଠିତ

ରିପୋର୍ଟ: ହିରୋଜ ସାହୁ
କର୍ଲାମୁଣ୍ଡା(୩୦/୧୦): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ କୃଷି ଉଦ୍ୟାନ ବଗିଚାରେ କୃଷି ଜନ ସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି |

ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଭୂପିନ୍ଦର ସିଂ ଅନ୍ୟ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ନରେନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅମ୍ରିତା ସାହୁ, ଆତ୍ମା ଅଧକ୍ଷ୍ୟ ଶ୍ରୀଯୁକ୍ତ ଗୌର କିଶୋର ରଣା, ଏ.ଏ.ଓ ଶ୍ରୀମତୀ ମୋନାଲିସା ଜେନା, ତହସିଲଦାର ଶ୍ରୀଯୁକ୍ତ ସର୍ବେଶ୍ଵର ଜାଲ ମଞ୍ଚରେ ଉପସ୍ଥିତ ଥିଲେ | ଚାଷୀ ମାନଙ୍କୁ କୃଷି ବିଭାଗ ଅନୁଯାୟୀ ସର୍ବ ଶ୍ରେଷ୍ଠ ଚାଷୀ ବିବେଚନା କରାଇ ୨୫୦୦ ଟଙ୍କା ଚାଷୀଙ୍କୁ ପୁରସ୍କୃତ କରିଥିଲେ ଓ ଚାଷୀ ମାନଙ୍କୁ ଚାଷର ଅଧିକ ଲାଭବାନ ହେବା ପାଇଁ ସଚେତନ କରାଇଥିଲେ I ଶେଷରେ ଏହି କାର୍ଯ୍ୟକ୍ରମକୁ କର୍ଲାମୁଣ୍ଡାର ଆତ୍ମା ସଂସ୍ଥା ପରିଚାଳନା କରିଥିଲେ |

Comments are closed.