Advertisements
Monday, July 6, 2020
Home 5 T programme ଦଲାଲଙ୍କ କବଜାରେ ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୫T ଯୋଜନା ବାଟବଣା

ଦଲାଲଙ୍କ କବଜାରେ ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୫T ଯୋଜନା ବାଟବଣା

ରିପୋର୍ଟ: ଓଡିଶା ନ୍ୟୁଜ୨୪
ଗଞ୍ଜାମ(୩୦/୧୦): ସରକାର ଫାଇବ୍ ଟି ଓ ମୋ ସରକାର ବ୍ୟବସ୍ଥା ପ୍ରଚଳନ କରିଛନ୍ତି । ପ୍ରାଥମିକତା ଭିତ୍ତିରେ ମେଡିକାଲ୍ ଗୁଡ଼ିକ ଦଲାଲ୍ ମୁକ୍ତ ପାଇଁ ଏକ ପ୍ରକାର ଅଭିଯାନ ଆରମ୍ଭ କରିଥିବା ବେଳେ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ସୁମଣ୍ଡଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଟି ଅବ୍ୟବସ୍ଥା ଓ ଦଲାଲଙ୍କ କବଜାରେ ରହିଥିବା ଜଣାପଡ଼ିଛି ।

କିଛି ଦଲାଲଙ୍କ ହାତରେ ଏଠାକାର ଡାକ୍ତର ଓ କର୍ମଚାରୀ ବନ୍ଧା ପଡିଥିବା ନେଇ ଏହି ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଧରିଛି । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଡାକ୍ତର ବିଭିନ୍ନ ପ୍ରକାର ସରକାରୀ ଚିକିତ୍ସା ମାଗଣାରେ ଯୋଗାଇବା ପରିବର୍ତ୍ତେ ପ୍ରତିଟି ସୁବିଧା ପାଇଁ ମୋଟା ଅଙ୍କର ଟଙ୍କା ନେଉଥିବା ଅଭିଯୋଗ ହୋଇଛି । ଗୋଟିଏ ଗୋଟିଏ ଅପରେସନ ପାଇଁ ତିନି ରୁ ପାଞ୍ଚ ହଜାର ଟଙ୍କା ନେଉଥିବା ନେଇ ନିଜ ନାମକୁ ଗୋପନ ରଖି ଜଣେ ବୁଦ୍ଧିଜୀବୀ କହିଛନ୍ତି । ଏପରିକି ଅପରେସନ ବାବଦରେ ସଂପୃକ୍ତ ଡାକ୍ତର ଦିନକୁ ୧୦ ରୁ ୧୫ ହଜାର ଟଙ୍କା ଲାଞ୍ଚ ଆକାରରେ ପାଉଥିବା ନେଇ ସେ ଅଭିଯୋଗ କରିଛନ୍ତି । ଅପରପକ୍ଷେ ସରକାରୀ ଡାକ୍ତରଖାନା ମାନଙ୍କରେ ନିରାମୟ ଔଷଧ ମାଗଣାରେ ଯୋଗାଇ ଦିଆଯାଉଥିବା ବେଳେ ଉକ୍ତ ଡାକ୍ତର ନିରାମୟ ଔଷଧ ଲେଖୁନଥିବା ଏବଂ ବାହାରେ ଥିବା ମେଡିକାଲ୍ ଷ୍ଟୋର ସହ ସଲାସୁତୁରାରେ ରୋଗୀଙ୍କୁ ମନଇଛା ମେଡିସିନ କିଣି ଆଣିବାକୁ ବାଧ୍ୟ କରୁଥିବା ଅଭିଯୋଗ ମଧ୍ୟ ହୋଇଛି। ପ୍ରକାଶ ଥାଉକି କିଛି ଦିନ ତଳେ ଜଣେ ମହିଳାଙ୍କ ଅସ୍ତ୍ରୋପଚାର ସମୟରେ ତାଙ୍କ ଖାଦ୍ୟ ନଳୀକୁ କାଟି ଦିଆଯାଇଥିବା ନେଇ ମଧ୍ୟ କୋଦଳା ଥାନାରେ ଅଭିଯୋଗ ହୋଇଥିଲା । ଗ୍ରାମାଞ୍ଚଳର ଗରୀବ ଲୋକଙ୍କ ପାଇଁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେବା ସରକାର କହୁଥିବା ବେଳେ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି କାରନାମା ଚାଲୁଥିବାରୁ ସରକାରୀ ଚିକିତ୍ସା ଉପରୁ ଲୋକଙ୍କ ଆସ୍ଥା ତୁଟିବାକୁ ଲାଗିଛି । ଜିଲ୍ଲା ଓ ରାଜ୍ୟ ସ୍ତରୀୟ ଅଧିକାରୀ ଉକ୍ତ ହସ୍ପିଟାଲ ପ୍ରତି ଦୃଷ୍ଟି ଦେଇ ଅଚାନକ ଗସ୍ତ କଲେ ହସ୍ପିଟାଲର ଅନେକ କାରନାମା ପଦାକୁ ଆସିବ ବୋଲି କୁହାଯାଉଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: