ରାୟଗଡା ମହିଳା ମହାବିଦ୍ୟାଳୟର ଛାତ୍ରୀ ହେଲେ ଭୋଟର ସଚେତନ

0
206
ରାୟଗଡା ମହିଳା

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡା, (୨୯.୧୧.୨୦୨୨) : ରାୟଗଡ଼ା ମହିଳା ବିଦ୍ୟାଳୟରେ ମଙ୍ଗଳବାର ପ୍ରତ୍ୟାଶିତ ଭୋଟରଙ୍କ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।23e8d847 3e3e 497d 838b 25cde243f418 ରାୟଗଡା ମହିଳା ମହାବିଦ୍ୟାଳୟର ଛାତ୍ରୀ ହେଲେ ଭୋଟର ସଚେତନ

ରାୟଗଡା ମହିଳା ମହାବିଦ୍ୟାଳୟର ଛାତ୍ରୀ ହେଲେ ଭୋଟର ସଚେତନ । ଅଧ୍ୟକ୍ଷା ଡ: ଅର୍ଚ୍ଚନା ପଟ୍ଟନାୟକ, ରାୟଗଡା ଜି ପି ଇ ଓ ଗୋପାଳ ପଣ୍ଡା, ବରିଷ୍ଠ ଶିକ୍ଷକ ନିଳାଞ୍ଚଳ ମିଶ୍ର, ରାଜନୀତି ବିଜ୍ଞାନ ଅଧ୍ୟାପକ ରୌମ୍ୟ ରଞ୍ଜନ ସାହୁ ଓ ରାୟଗଡା ପୌରପାଳିକାର ଚନ୍ଦ୍ର ଶେଖର ରଥ ବୁଥ ସ୍ତରୀୟ ଅଧିକାରୀ ଜି ନୀଳକଣ୍ଠ ପ୍ରମୁଖ ଉପସ୍ଥିତ ଥିଲେ । ଅଧ୍ୟକ୍ଷା ଭାରତ ଭଳି ବିଶାଳ ଗଣତନ୍ତ୍ରରେ ସାବାଳକ ଭୋଟ ପ୍ରଥାର ଗୁରୁତ୍ଵ ଓ ଆଗାମୀ ଭବିଷ୍ୟତର ନାଗରିକଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ ।228357d1 5f27 498d 8c49 e717f089189f ରାୟଗଡା ମହିଳା ମହାବିଦ୍ୟାଳୟର ଛାତ୍ରୀ ହେଲେ ଭୋଟର ସଚେତନ

ସମ୍ବଳ ଶିକ୍ଷକ ନିଳାଞ୍ଚଳ ମିଶ୍ର ଓ ଜିପିଇଓ ଗୋପାଳ ପଣ୍ଡା ଭୋଟ ଦାନ ଅଧିକାର, ଭୋଟର ହେଲ୍ପ ଲାଇନର ବ୍ୟବହାର ବିଷୟରେ ପ୍ରୋଜେକ୍ଟର ମାଧ୍ୟମରେ ଆଲୋଚନା କରିଥିଲେ । ଛାତ୍ରୀ ମାନେ ନିଜ ମୋବାଇଲରେ ଭୋଟର ହେଲ୍ପ ଲାଇନ ଡାଉନ୍ ଲୋଡ କରିବାସହ ନିଜ ନାମ ପଞ୍ଜିକରଣ କରିଥିଲେ । ଅଧ୍ୟାପକ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।