Advertisements
Monday, July 6, 2020
Home District News ବାଲିଘାଟ ରେ ବାଲି ଚାଲାଣ ବନ୍ଦ ଦାବିରେ ଗ୍ରାମବାସି ଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି

ବାଲିଘାଟ ରେ ବାଲି ଚାଲାଣ ବନ୍ଦ ଦାବିରେ ଗ୍ରାମବାସି ଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି

ରିପୋର୍ଟ : ଚିତ୍ତରଞ୍ଜନ ବାଗ
ଗୋଲାମୁଣ୍ଡା,କଳାହାଣ୍ଡି(୩୦/୧୦): ଅନବରତ ବାଲି ଚାଲାଣକୁ ଵିରୋଧ କରି ତେଲ ନଦୀ କୁମ୍ଭାରୀ ବାଲିଘାଟ ଠାରେ ତେଜିଲା ଜନ ଆନ୍ଦୋଳନ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କୁମ୍ଭାରୀ ବାଲିଘାଟ ଠାରେ ଆଜି ଅନବରତ ଭାବେ ହେଉଥିବା ବାଲି ଚାଲାଣ କୁ ବିରୋଧ କରି ଜନ ଆନ୍ଦୋଳନ ତେଜିଥିବା ଦେଖିବାକୁ ମିଳିଛି।ତେଲ ନଦୀ କୁଳ କୁମ୍ଭାରୀ ବାଲି ଘାଟ ରୁ ପ୍ରତିଦିନ ରାତିଦିନ ୨୪ଘଣ୍ଟା ଅନେକ ଟ୍ରାକ୍ଟର ଓ ହାଇବା ଯୋଗେ ଅନବରତ ଭାବେ ବାଲି ଚାଲାଣ ନିକଟ ଓ ଦୂର ସ୍ଥାନକୁ ଚାଲାଣ ହେଉଛି।

ଟ୍ରାକ୍ଟର ଓ ହାଇବା ରେ ପ୍ରତିଦିନ ବାଲି ଚାଲାଣ ହେବା ସମୟରେ କୁମ୍ଭାରୀ ବାଲିଘାଟ ଠାରୁ ଟେମରି ପଞ୍ଚାୟତ ଅଧିନ କୁମ୍ଭାରୀ, ପଣ୍ଡକୁଳ,ଭଳି ବିଭିନ୍ନ ଗ୍ରାମ ଦେଇ ଚାଲାଣ ହେଉଛି।ଯାହାରି ଫଳରେ ପ୍ରତିଦିନ ଅନବରତ ଭାବେ ଏଭଳି ବାଲି ଚାଲାଣ ହେତୁ ରାସ୍ତା କଡରେ ଥିବା ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ଅନେକ ଅସୁବିଧା ହେବା ସହ ବିପଦର ମଧ୍ୟ ଆଶଙ୍କା କରା ଯାଉଛି।ସେହିଭଳି ଅନବରତ ଭାବେ ବାଲି ଚାଲାଣ ଟ୍ରାକ୍ଟର ଓ ହାଇବା ଯୋଗେ ହେଉଥିବାରୁ ରାସ୍ତା ଘାଟ ସବୁ ଖାଲ ଖମାରେ ଭର୍ତି ହେବା ସହ ସ୍ଥାନୀୟ ଅଞ୍ଚଳରେ ରାସ୍ତାଗୁଡିକ ଖରାପ ହେବାକୁ ଲାଗୁଛି।ସେହିଭଳି ରାସ୍ତା ଖରାପ ସହ ସ୍ଥାନୀୟ ଅଞ୍ଚଳରେ ବାଲି ଉଡି ପରିବେଶ ପ୍ରଦୂଷଣ ହେବା ହେତୁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି।ବାଲି ଚାଲାଣ ରେ ବଡ଼ବଡ଼କିଆ ଓ ଠିକାଦାର ମାନେ ମାଲାମାଲ ହେଉଥିବା ବେଳେ ସ୍ଥାନୀୟ ଲୋକେ କିନ୍ତୁ ବିଭିନ୍ନ ସମସ୍ୟାରେ ପଡୁଛନ୍ତି।ଅନେକ ବର୍ଷ ହେଲା ଏଭଲି ଅନବରତ ବାଲି ଚାଲାଣ ହେତୁ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି।ଏଣୁ କୁମ୍ଭାରୀ ବାଲିଘାଟରୁ ଅନବରତ ବାଲି ଚାଲାଣ କୁ ବିରୋଧ କରିବା ସହ ବାଲି ଘାଟରୁ ବାଲି ନେବା ବନ୍ଦ ଦାବିରେ ଆଜି ଘାଟକୁ ବାଲି ନେବା ନିମନ୍ତେ ଆସିଥିବା ସମସ୍ତ ଯାନ କୁ ରୋକି ଗ୍ରାମବାସୀ ଜନ ଆନ୍ଦୋଳନ କରୁଛନ୍ତି।ଯେ ପର୍ଯ୍ୟନ୍ତ ପ୍ରଶାସନ ତରଫରୁ ଏହି ବାଲିଘାଟରୁ ବାଲି ଚାଲାଣ ହେବା ସିଲ ବା ବନ୍ଦ କରିବାର ପଦକ୍ଷେପ ଗ୍ରହଣ କରାନଯାଇଛି ସେପର୍ଯ୍ୟନ୍ତ ଜନ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: