Advertisements
Tuesday, July 14, 2020
Home District News ବେଆଇନ ପଥର ବ୍ଲାଷ୍ଟ୍ ରେ ଥରିଲା ଗ୍ରାମ, ସରକାରଙ୍କ ୫-T ଯୋଜନା ଫେଲ

ବେଆଇନ ପଥର ବ୍ଲାଷ୍ଟ୍ ରେ ଥରିଲା ଗ୍ରାମ, ସରକାରଙ୍କ ୫-T ଯୋଜନା ଫେଲ

ରିପୋର୍ଟ: ଜିତୁ ସାହୁ
କଳାହାଣ୍ଡି(୨୯/୧୦): କଲାହାଣ୍ଡି ଜିଲ୍ଲା ଜୟପାଟଣା ତହସିଲ୍ ଅନ୍ତର୍ଗତ ରଣମାଲ ପଞ୍ଚାୟତ ଲାଣ୍ଡିମୁଣ୍ଡି ଡୋଙ୍ଗର ରେ ବେଆଇନ ପଥର ଖାଦାନ୍ ବ୍ଲାଷ୍ଟିଂ କୁ ନେଇ ଗ୍ରାମବାସୀ ଆତଙ୍କିତ | କାଶିବାହଲ ଆମ୍ବଗଛ ପଡା ଗ୍ରାମବାସୀ, ଗତ କାଳି ସନ୍ଧ୍ୟାରେ ବେଆଇନ ଭାବରେ ରିପ୍ ବ୍ଲାଷ୍ଟିଂ କରିବା ଫଳରେ ଡୋଙ୍ଗର ର ଆଖା ପାଖି ୫ କିମି ଅଞ୍ଚଳ ରେ ଭୁକମ୍ପନ ଅନୁଭୂତ ହୋଇଥିଲା |

ଫଳରେ ଘର ଗୁଡିକରେ ଫାଟ ସୃଷ୍ଟି ହେବା ସହ ଲୋକେ ଭୟଭୀତ ହୋଇପଡିଥିଲେ | ଉତ୍ତ୍ୟକ୍ତ ଗ୍ରାମବାସୀ ମାନେ ପଥର ଖାଦାନକୁ ଆସି ବେଆଇନ ପଥର ବ୍ଲାଷ୍ଟିଂ କରୁଥିବା କମ୍ପ୍ରେସର୍ ଗାଡିକୁ ଭଙ୍ଗାରୁଜା କରିଥିଲେ | ସକାଳୁ ଖବର ପାଇ ଜୟପାଟଣା ତହସିଲଦାର୍ ଖାଦାନକୁ ପହଞ୍ଚିଥିଲେ | ତେବେ ଉତ୍ତେଜିତ ଗ୍ରାମବାସୀ ମାନେ ତହସିଲଦାର ଙ୍କୁ ଅଟକ ରଖି ବେଆଇନ ବ୍ଲାଷ୍ଟିଂ କରିଥିବା ବ୍ୟକ୍ତିକୁ ଗିରଫ କରିବା ସହ ଲିଜ୍ ଦେଇଥିବା ୪ ଗୋଟି କ୍ରସର୍ ୟୁନିଟକୁ ବନ୍ଦ କରିବାକୁ ଦାବି କରିଛନ୍ତି | ଅନ୍ୟପଟେ ତହସିଲଦାରଙ୍କୁ ପଚାରିବାରୁ କାହାକୁ ପଥର ବ୍ଲାଷ୍ଟିଂ କରିବାପାଇଁ ଅନୁମତି ଦିଆ ଯାଇନାହିଁ ବୋଲି କହିଛନ୍ତି | ତେବେ ସମ୍ପୃକ୍ତ ବେଆଇନ ବ୍ଲାଷ୍ଟ ବନ୍ଦ ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ |

ଏପରି ବେଆଇନ୍ ପଥର ଖାଦାନ କଲାହାଣ୍ଡିର ଅନେକ ବ୍ଲକ୍ ରେ ଦେଖା ଦେଇଛି ଏବଂ ଏ ବିଷୟରେ ସ୍ଥାନିୟ ତହସିଲଦାର କିମ୍ବା ଆର୍.ଆଇ ଙ୍କୁ ପଚାରିଲେ ଆମେ କିଛି ଜାଣି ନାହୁଁ ବୋଳି କହୁଛନ୍ତି | ଏଥିରେ ପ୍ରଶ୍ନ ଉଠୁଛି କି ୧)-ବେଆଇନ ପଥର ଖାଦାନ ବିଷୟରେ ପ୍ରଶାସନ କୁ ବାରମ୍ବାର ଜଣାଇଲେ ମଧ୍ୟ କାହିଁକି ପଦକ୍ଷେପ ନେଉ ନାହାନ୍ତି ପ୍ରଶାଶନ ? ୨)-ପ୍ରଶାସନ ସତରେ କଣ ଜାଣିସୁଣୀ ଚୁପ୍ ରହୁଛି ନା ସଳା ସୁତୁରା ହୋଇ ପିସି କାରବାର କରି ଏସବୁ ବିଷୟକୁ ଳୁଚେଇ ରଖୁଛି ? ୩)-ଆଗାମୀ ଦିନରେ କୌଣଷି ଘଟଣା କିମ୍ବା ଦୂର୍ଘଟଣା ହୁଏ ତେବେ ସେଥିପାଇଁ ଦାୟୀ ହେବେକିଏ ,ପ୍ରଶାସନ ନା ଜନ ସାଧାରଣ ?

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମାହେଶ୍ୱରୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ

ରିପୋର୍ଟ: ବିମଳେନ୍ଦୁ ସାହୁ //ଲୋଇସିଂହା(୧୪/୦୭): ଲୋଇସିଂହା ନିକଟସ୍ଥ କଲ୍ଳିପାଟ ଗ୍ରାମ ର ଶାନ୍ତି ପଧାନ ନାମକ ଜଣେ ଅସହାୟ ମହିଳାଙ୍କ ଛାତ ଖପର ଭାଙ୍ଗି ଯାଇ ପାଣି ଗଲୁଥିବାରୁ...

ଭବାନୀପାଟଣା ରେ ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୧୪/୦୭): ଆଜି କଳାହାଣ୍ଡି ଜିଳ୍ଲା ଭବାନୀପାଟଣା ସହରରେ ଜିଲ୍ଲା ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇ ଯାଇଛି ।

ଅମାନିଆଙ୍କ ଲାଗି ବଢୁଛି ଚିନ୍ତା, ଚାଉଳ ବଣ୍ଟନ ବେଳେ ରହୁନି ସାମାଜିକ ଦୂରତା

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା(୧୪/୦୭): ବୈପାରୀଗୁଡାରେ କରୋନା ସଂକ୍ରମଣର ପ୍ରଭାବ ବଢିଚାଲିଛି। ଏଠାରେ ସ୍ୱାସ୍ଥ୍ୟ କର୍ମୀ ଓ ପୋଲିସ କର୍ମଚାରୀ ଲୋକାଲ ପଜିଟିଭ ଚିହ୍ନଟ ପରେ ଗୋଷ୍ଠୀ ସଂକ୍ରମଣକୁ...

ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ଵାରା କରୋନା ମୁକାବିଲା ପାଇଁ ସଚେତନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୧୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ସୁନାଖଣ୍ଡି ଗ୍ରାମ ପଞ୍ଚାୟତ ର ମନେଇଗୁଡା ଗାଁରେ ଅଙ୍ଗନୱାଡ଼ି,ଏ...

Recent Comments

%d bloggers like this: