Thursday, March 28, 2024

Top 5 This Week

Related Posts

ଏମବିଶି ଟିଭି ପକ୍ଷରୁ ନିଆରା ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ପରିବର୍ତ୍ତନର ସ୍ୱର” ଅନୁଷ୍ଠିତ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ଼ା, (୨୯/୧୧) : ରାୟଗଡା ଜିଲ୍ଲା ଗଠନର ତିରିଶି ବର୍ଷର ବିକାଶକୁ ନେଇ ଏମବିଶି ଟିଭି ପକ୍ଷରୁ ଏକ ନିଆରା ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ପରିବର୍ତ୍ତନର ସ୍ୱର” କଥା ରାୟଗଡ଼ାରୁ କାର୍ଯ୍ୟକ୍ରମ ସ୍ଥାନୀୟ ତେଜସ୍ଵୀ ହୋଟେଲ ପଡିଆରେ ଅନୁଷ୍ଟିତ ହୋଇଥିଲା ।2bfa2804 e7af 441c 8878 29f59896801e ଏମବିଶି ଟିଭି ପକ୍ଷରୁ ନିଆରା ସ୍ୱତନ୍ତ୍ର କାର୍ଯ୍ୟକ୍ରମ "ପରିବର୍ତ୍ତନର ସ୍ୱର" ଅନୁଷ୍ଠିତ

ଏମବିଶି ଟିଭି ପକ୍ଷରୁ ନିଆରା ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ପରିବର୍ତ୍ତନର ସ୍ବର” କାର୍ଯ୍ୟକ୍ରମକୁ ଦକ୍ଷିଣାଞ୍ଚଳ ବ୍ୟୁରୋଚିଫ୍ ରାଧାଶ୍ୟାମ ଆଚାର୍ଯ୍ୟ ପରିଚାଳନା କରିଥିଲେ। ଏମବିଶି ଟିଭି ପରିବାର ପକ୍ଷରୁ ଚିଫ ଏଡ଼ିଟୋର ଡକ୍ଟର ଅଶୋକ କୁମାର ପଣ୍ଡା, ଦକ୍ଷିଣ ଓଡ଼ିଶା ରେଜିଓନାଲ୍ ମ୍ୟାନେଜର ସତ୍ୟ ପଟ୍ଟନାୟକଙ୍କ ସହ ରାୟଗଡ଼ା ଜିଲ୍ଲା ପ୍ରତିନିଧି ସୁରେଶ ମିଶ୍ର ଏବଂ ଜିଲ୍ଲାର ଏମବିଶି ଟିଭିରେ କାର୍ଯ୍ୟରତ ପ୍ରତିନିଧି ମାନଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମଟି ରାୟଗଡ଼ାରୁ ଦୁଇ ଘଣ୍ଟା ଧରି ସିଧା ପ୍ରସାରଣ ହୋଇଥଲା ।43c830c1 54de 455a ba38 82fdce1bbc8c ଏମବିଶି ଟିଭି ପକ୍ଷରୁ ନିଆରା ସ୍ୱତନ୍ତ୍ର କାର୍ଯ୍ୟକ୍ରମ "ପରିବର୍ତ୍ତନର ସ୍ୱର" ଅନୁଷ୍ଠିତ

ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ ଜିଲ୍ଲାର ଜିଲ୍ଲାପାଳ ସ୍ଵଧାଦେବ ସିଂ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍କାଳନ କରି କାର୍ଯ୍ୟକ୍ରମର ସୁଭାରମ୍ଭ କରିଥିଲେ । ସମ୍ମାନିୟ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ,ରାୟଗଡ଼ା ପୌରଧ୍ୟକ୍ଷ ମହେଶ ପଟ୍ଟନାୟକ, ଗୁଣୁପୁର ବୈଷୟିକ ବିଦ୍ୟାଳୟର ଅଧ୍ୟକ୍ଷ ତଥା ରାୟଗଡ଼ାର ବିଶିଷ୍ଟ ଶିକ୍ଷାବିତ୍ ଦୁଷ୍ମନ୍ତ କୁମାର ମହାନ୍ତି, ପୂର୍ବତନ ଆଦିବାସୀ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ତଥା ବର୍ତ୍ତମାନର ସମବାୟ ସମିତିର ଅଧ୍ୟକ୍ଷ ଜଗନ୍ନାଥ ନୁନ୍ଦ୍ରୁକା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରାୟଗଡ ଜିଲ୍ଳାର ବିକାଶର କଥାକୁ ଦହରାଇଥିଲେ।377f6287 1a74 4a6f 82f2 ab3fce51c9ac ଏମବିଶି ଟିଭି ପକ୍ଷରୁ ନିଆରା ସ୍ୱତନ୍ତ୍ର କାର୍ଯ୍ୟକ୍ରମ "ପରିବର୍ତ୍ତନର ସ୍ୱର" ଅନୁଷ୍ଠିତ

କାର୍ଯ୍ୟକ୍ରମରେ ବିଭିନ୍ନ ଶିଳ୍ପାଞ୍ଚଳର ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ଜିଲ୍ଲାର ମାଣ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ଏହି ନିଆରା କାର୍ଯ୍ୟକ୍ରମରେ ଜିଲ୍ଲାର ସବୁ ବର୍ଗର ଲୋକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ଏମବିଶି ଟିଭିର ଏହି ଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles