Friday, March 29, 2024

Top 5 This Week

Related Posts

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୁବର୍ଣ୍ଣପୁର , (୨୮/୧୧) : ସୁବର୍ଣ୍ଣପୁର ଜିଲ୍ଲାରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଉଲୁଣ୍ଡା ବ୍ଲକ ସଭାଗୃହ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ ସମସ୍ୟା ସମ୍ବଳିତ ୨୮ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ l9ec9f929 c07b 4436 a3ea 111be4bf82a9 ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୨୧ଟି ଓ ସାମୁହିକ ଦରଖାସ୍ତ ୭ଟି ରହିଛି l ଗ୍ରହଣ ୨୮ ଗୋଟି ଦରଖାସ୍ତ ମଧ୍ୟରୁ ଶିବିରରେ ବିଭିନ୍ନ ମାମଲାର ୮ଟି ଅଭିଯୋଗ ର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୨୦ଟି ଆପତ୍ତି ଅଭିଯୋଗ ଦରଖାସ୍ତ କୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା I ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉଲୁଣ୍ଡା ହେମସାଗର ଭୋଇ ଙ୍କ ତତ୍ୱାବଧାନରେ ଅଦ୍ୟ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଉପ ଜିଲ୍ଲାପାଳ ବୀରମହାରାଜପୁର ଅଶୋକ କୁମାର ଭୋଇ, ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ଅଧୀକ୍ଷଣ ଯନ୍ତ୍ରୀ ଆର ଡବ୍ଲୁ ଏସ ଏସ ଇଂ ବିଭୁ ପ୍ରସାଦ ପଣ୍ଡା,ତହସିଲଦାର ବିପିନ୍ କୁମାର ପ୍ରଧାନ, ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ବ୍ଲକ ସ୍ତରୀୟ କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ lcd3f6a03 7f63 46c7 9937 98809260f749 ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ଏହି ଶିବିରରେ ସରକାରଙ୍କ ମଧୁବାବୁ ଭତ୍ତା ଯୋଜନାରେ ବ୍ଲକ ଅନ୍ତର୍ଗତ କୋଟସମଲେଇ ପଞ୍ଚାୟତ ମହୁଖଣ୍ଡି ଗ୍ରାମର ନିରାଶା ମୁଣ୍ଡା, ମୁଣ୍ଡୋଘାଟ ପଞ୍ଚାୟତ ବିଜେପୁର ନିବାସୀ କସ୍ତୁରୀ ମହାନ୍ତି,ଉଲୁଣ୍ଡା ଗ୍ରା. ପ. ଅନ୍ତର୍ଗତ ପୁଟୁରୁପାଲି ନିବାସୀ କସ୍ତୁରୀ ବାରିକ,ଓ ବଡାଲି ଗ୍ରାମ ର ସସ୍ମିତା ଜାଲ ଙ୍କ ସହ ମହୁଲପାଲି ନିବାସୀ ସୁନିତା ପଧାନ ପ୍ରଭୁତି ପାଞ୍ଚ ଜଣଙ୍କୁ ଟଙ୍କା ୫୦୦ ଶହ ଲେଖାଏଁ ଭତ୍ତା ପ୍ରଦାନ କରିଛନ୍ତି ଜିଲ୍ଲାପାଳ ଶ୍ରୀମତୀ ନରୱଣେ l ସୂଚନା ମୁତାବକ ମହୁଖଣ୍ଡି ଗ୍ରାମ ନିବାସୀ ନିରାଶା ମୁଣ୍ଡା ଙ୍କ ଭତ୍ତା ହୋଇ ନଥିବା ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା, ମାତ୍ର ଆଜି ମୁଣ୍ଡା ଙ୍କୁ ତୁରନ୍ତ ପେନସନ ରେ ସାମିଲ ନିମନ୍ତେ ଜିଲ୍ଲାପାଳ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ l ଏହି ପରିପ୍ରେକ୍ଷୀରେ ଶିବିର ରେ ତାଙ୍କର ଆଧାର ତଥା ଅନ୍ୟାନ୍ୟ କାଗଜାଦ ପ୍ରସ୍ତୁତ କରାଯାଇ ତୁରନ୍ତ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇ ପେନସନ ପ୍ରଦାନ କରାଯାଇଛି l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles