Advertisements
Tuesday, June 2, 2020
Home Cultural & Festival ଜମିଲା ଏ ବର୍ଷ ଜାମସେଠ ରାବଣ ପୋଡ଼ି କାର୍ଯ୍ୟକ୍ରମ,ଶହ ଶହ ଲୋକଙ୍କ ସମାଗମ

ଜମିଲା ଏ ବର୍ଷ ଜାମସେଠ ରାବଣ ପୋଡ଼ି କାର୍ଯ୍ୟକ୍ରମ,ଶହ ଶହ ଲୋକଙ୍କ ସମାଗମ

ରିପୋର୍ଟ: ନିରୋଜ ପାଣି
ପାଇକମାଳ(୩୦/୧୦): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଜାମସେଠ କାଳୀପୂଜା ଉପଲକ୍ଷେ ରାବଣ ପୋଡ଼ି କାର୍ଯ୍ୟକ୍ରମ ଏ ବର୍ଷ ବେଶ ଜମିଛି । ସନ୍ଧ୍ୟାରେ ନେତାଜୀ ଯୁବକ ସଂଘ ତରଫରୁ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।

ଲଙ୍କାପତି ରାବଣ ତାଙ୍କ ସୈନ୍ୟ ମାନଙ୍କ ସହ ନଗର ପରିକ୍ରମା କରି ତାଙ୍କ ଦରବାରକୁ ଯାଇଥିଲେ।ଏହା ଦେଖିବାକୁ ଏହି ଅଞ୍ଚଳରୁ ସହ ସହ ଲୋକ ଆସି ଆନନ୍ଦ ଉଲ୍ଲାସରେ ରାବଣ ପୋଡ଼ି ଉପଭୋଗ କରିଥିଲେ। ନାଟ୍ୟ ନିର୍ଦ୍ଦେଶକ ନରୋତ୍ତମ ମାଝୀଙ୍କ ନିର୍ଦ୍ଦେଶନାରେ ଏ ବର୍ଷ ରାବଣ ଭୂମିକାରେ ସୁରେନ୍ଦ୍ର ପାତ୍ର,ଭିଭୀଷଣ ରୋହିତ ରଣା, କୁମ୍ଭକର୍ଣ୍ଣ ଭଗତ ରଣା,ରାମ ଯଶୋବନ୍ତ ପ୍ରଧାନ, ଲକ୍ଷ୍ମଣ ରୋହିତ ପଶାୟତ, ସୀତା ଡିକେଶ ବାରିକ, ହନୁମାନ ପିଣ୍ଟୁ ରଣା,ଶିବ ଚୂଲେଶ୍ବର ପଟେଲ, ବ୍ରହ୍ମା ଗଣ୍ଡାରାମ କଲାରୀ , ବିଷ୍ଣୁ ହରେକୃଷ୍ଣ ରଣା ପ୍ରମୁଖ କଳାକାର ସହ ଅନ୍ୟାନ୍ୟ କଲାକାର ମାନେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ। ଆଜି କାଳୀପୂଜା ଶେଷ ଦିନ ଥିବାରୁ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ସମସ୍ତ କାର୍ଯ୍ୟକ୍ରମକୁ ଗ୍ରାମବାସୀ ସହଯୋଗ କରିଛନ୍ତି।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମାଲକାନଗିରି ପୋଲିସ ପକ୍ଷରୁ ଜନସଚେତନତା ସହ ମାସ୍କ ବଣ୍ଟନ

ରିପୋର୍ଟ: ବୁଦ୍ଧଦେବ ମଣ୍ଡଳ //ମାଲକାନଗିରି (୦୧/୦୬): ଆଜି ରାଜ୍ୟସରକାରଙ୍କ ତରଫରୁ ଲକଡାଉନ୫.୦କୁ ସମଗ୍ର ରାଜ୍ୟରେ ଲାଗୁକରାଇ ଥିବାବେଳେ କିଛି ଜିଲ୍ଲା ରେ ଏହା ପୁର୍ନବାର ଏହା କଠୋର ଭାବେ...

ଭୀମ ଭୋଇଙ୍କ ଉଦ୍ଦେଶ୍ୟରେ ଅପମାନ ଜନକ ଲେଖା ବିରୋଧରେ ଥାନାରେ ଏତଲା ଦେଲେ ବିଶ୍ୱ ହିନ୍ଦୁ ପରିଷଦ ସମିତି

ରିପୋର୍ଟ: ତ୍ରିନାଥ ଧୁରୁଆ //ଝରିଗାଁ (୦୧.୩୦.୨୦୨୦): ସନ୍ଥ କବି ଭୀମଭୋଇଙ୍କ ଉଦ୍ଦେଶ୍ୟରେ ଅପମା ନ ଜନକ ଲେଖା ବିରୁଦ୍ଧରେ ଝରିଗାଁ ଥାନାରେ ଏତଲା ଦେଲେ" ବିଶ୍ୱ ହିନ୍ଦୁ ପରିଷଦ...

କ୍ଲଷ୍ଟରସ୍ତରୀୟ ବିଦାୟ ସମ୍ବର୍ଦ୍ଧନା ସମାରୋହ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ପଡା ଗ୍ରାମରେ କ୍ଲଷ୍ଟର ସ୍ତରୀୟ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି ।...

୬୮ ବୋତଲ କଫ୍ ସିରପ ସହ ଜଣେ ଗିରଫ, ପଦ୍ମପୁର

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧ /୬): ପଦ୍ମପୁର ଉପ ଖଣ୍ତ ଜଗଦଲପୁର ପୋଲିସ ଧୁମାଭଟା ଛକରୁ ଲଖମରା ତାରିଣୀ ମନ୍ଦିର ରାସ୍ତାରେ ଜଣେ କଫ୍...

Recent Comments

%d bloggers like this: