ମା’ ଶ୍ୟାମାକାଳୀଙ୍କ ପୂଜା ପାଇଁ ଜି.ଉଦୟଗିରି ଚଳଚଞ୍ଚଳ

ରିପୋର୍ଟ: ଜଗଦୀଶ ଦାସ
ଜି.ଉଦୟଗିରି(୨୯/୧୦): ବର୍ତ୍ତମାନ ପାର୍ବଣ ଋତୁ | ପ୍ରଥମେ ଅଗ୍ରପୂଜ୍ୟ ଗଣେଶଙ୍କ ଠାରୁ ଆରମ୍ଭ ହୋଇ ତାପରେ ବିଶ୍ଵକର୍ମା, ଦୁର୍ଗାପୂଜା ଏବେ ମା’ ଶ୍ୟାମାକାଳୀଙ୍କ ପୂଜା ଆଜିଠାରୁ ଆରମ୍ଭ ହୋଇଯାଇଛି । ଏଥିପାଇଁ ଆଜିଠାରୁ ଜି.ଉଦୟଗିରି ଚଳଚଞ୍ଚଳ ହୋଇଯାଇଛି ।

ସଭାପତି ଅଜିତ କୁମାର ସାହୁଙ୍କ ନେତୃତ୍ୱରେ ଗତକାଲି ସନ୍ଧ୍ୟାରେ କଳଶ ଯାତ୍ରା ହୋଇଥିବାବେଳେ ରାତିରେ ଗ୍ରାମ ଦେବୀ ମା’ ବାରାଳଦେବିଙ୍କୁ ଆବାହନ କରି ଆଣି ଅବସ୍ଥାପିତ କରାଯାଇଥିଲା । ରୀତିନୀତି ଅନୁଯାୟୀ ଆଜି ମା’ ଙ୍କ ପୂଜା ଢୋଲ, ତୂରୀ, ଘଣ୍ଟ, ମୃଦଙ୍ଗ ବଜାଇ ବଡ଼ ଧୂମଧାମରେ ହଜାର ହଜାର ଗ୍ରାମବାସୀ ଓ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଯାଇଛି । ଏହା ୦୩.୧୧.୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ବିିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ସହରରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି । ତା ୦୩.୧୧.୧୯ ରିଖ ସନ୍ଧ୍ୟାରେ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Comments are closed.